ଭୁବନେଶ୍ବର : ଗୋପ ବ୍ଲକ ୧୧ ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ଘଟଣାର ତଦନ୍ତକାରୀ ଅଫିସର ତଥା ଧଉଳି ଥାନା ଇନ୍ସପେକ୍ଟର ଚିତ୍ତରଂଜନ ରାଉତଙ୍କୁ ତଦନ୍ତରୁ ବାଦ ଦିଆଯିବ। ଏ ସମ୍ପର୍କରେ ସୂଚନା ଦେଇଛନ୍ତି କମିସନରେଟ ପୁଲିସର ଜଣେ ଅଧିକାରୀ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ ତଦନ୍ତକାରୀ ଅଫିସର ଶ୍ରୀ ରାଉତଙ୍କ ନିଜ ଘର ନିମାପଡ଼ାରେ। ତେଣୁ ତଦନ୍ତରେ ବାଧା ସୃଷ୍ଟି ହୋଇପାରେ। ଏଭଳି ଏକ ସଂଗିନ ଓ ସ୍ପର୍ଶକାତର ମାମଲାରେ ଶ୍ରୀ ରାଉତ ତଦନ୍ତ ଉପରେ ସନ୍ଦେହ ପ୍ରକଟ କରି କଂଗ୍ରେସ ପକ୍ଷରୁ ଡିସିପିଙ୍କୁ ସ୍ମାରକପତ୍ର ଦିଆଯାଇଥିଲା। ଏହି ସବୁ ଆଶଙ୍କାକୁ ଦୃଷ୍ଟିରେ ରଖି ତଦନ୍ତକାରୀ ଅଫିସରଙ୍କୁ ତଦନ୍ତରୁ ବାଦ୍ ଦିଆଯାଇ ପାରେ ବୋଲି ବୋଲି କୁହାଯାଉଛି।