ନୂଆଦିଲ୍ଲୀ: ବିଶ୍ବର ସର୍ବାଧିକ ବ୍ୟବହୃତ ମେସେଜିଂ ଆପ୍ ହ୍ବାଟସ୍ଆପ୍ ପକ୍ଷରୁ ଅନ୍ଲାଇନ୍ ପ୍ରେଜେନ୍ସ ଏବଂ କମ୍ୟୁନିଟିଜ୍ ଭଳି ଦୁଇଟି ଗୁରୁତ୍ବପୂର୍ଣ୍ଣ ସୁବିଧା ଆରମ୍ଭ କରାଯାଇଛି। ଗେପାନୀୟତା ଦୃଷ୍ଟିରୁ ଅନ୍ଲାଇନ୍ ପ୍ରେଜେନ୍ସ (ଉପସ୍ଥିତି) ବେଶ ଗୁରୁତ୍ବପୂର୍ଣ୍ଣ, କାରଣ ଏହା ଜରିଆରେ ଲୋକମାନେ ନିଜର ଅନ୍ଲାଇନ୍ ସ୍ଥିତିକୁ ଲୁଚାଇପାରିବେ। କିଛି ନିର୍ଦିଷ୍ଟ ଲୋକଙ୍କ ସହ ଚାଟ୍ କରିବା ବେଳେ ବ୍ୟକ୍ତି ଜଣକ ଅନ୍ଲାଇନ୍ ଅଛନ୍ତି ବୋଲି ତାଙ୍କ କଣ୍ଟାକ୍ଟରେ ଥିବା ଅନ୍ୟମାନେ ଜାଣିପରିବେ ନାହିଁ। ପୂର୍ବରୁ ଅନ୍ଲାଇନ୍ ସ୍ଥିତି ଲୁଚାଇବାର କୌଣସି ବ୍ୟବସ୍ଥା ନଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଏବେ ବ୍ୟବହାରକାରୀମାନେ ‘ସେଟିଂ’କୁ ଯାଇ ନିଜ ଆବଶ୍ୟକତା ଅନୁଯାୟୀ ପରିବର୍ତ୍ତନ କରିପାରିବେ। ନିଜର ପ୍ରୋଫାଇଲ୍ ଫଟୋ, ନିଜ ବିଷୟରେ ସୂଚନା, ଷ୍ଟାଟସ୍ ଅପ୍ଡେଟ୍ ଆଦିରେ ମଧ୍ୟ ପରିବର୍ତ୍ତନ କରିପାରିବେ। ସେହିପରି, ହ୍ବାଟସ୍ଆପ୍ କମ୍ୟୁନିଟିଜ୍ ହେଉଛି ଗ୍ରୁପ୍ଗୁଡ଼ିକର ଏକ ଗ୍ରୁପ୍। ଗ୍ରୁପ୍ ଆଡ୍ମିନ୍ ଓ ସଦସ୍ୟମାନେ ଏହା ଜରିଆରେ ଏକାଧିକ ଗ୍ରୁପ୍ର ସଦସ୍ୟଙ୍କ ସହ ବାର୍ତାଳାପ କରିପାରିବେ। ଏହି ସୁବିଧା ପାଇବା ଲାଗି ଚାଟ୍ରେ ଥିବା ନୂଆ କମ୍ୟୁନିଟିଜ୍କୁ ଯିବାକୁ ପଡ଼ିବ। ସେଠାରେ ନୂଆ କମୁନିଟି ସୃଷ୍ଟି କରିହେବ। ସଦସ୍ୟ ଜଣକ ବିଭିନ୍ନ ଗ୍ରୁପ୍ରେ ବାର୍ତାଳାପ କରିପାରିବେ।