ଟାଟା ଦ୍ୱାରା ଭୁଷଣ ଷ୍ଟିଲ ଅଧିଗ୍ରହଣ ନିଶ୍ଚିତ, ଆନୁଷ୍ଠାନିକ ଘୋଷଣାକୁ ଅପେକ୍ଷା

ଭୁବନେଶ୍ୱର : ଦେବାଳିଆ ହୋଇଯାଇଥିବା ଷ୍ଟିଲ କମ୍ପାନି ଭୁଷଣ ଷ୍ଟିଲ ଅଧିଗ୍ରହଣ ଦୌଡରେ ଟାଟା ଷ୍ଟିଲ ଆଉ ଏକ ପାଦ ଆଗେଇଛି । ଢେଙ୍କାନାଳ ଜିଲ୍ଲାର ମେରାମୁଣ୍ଡୁଳୀଠାରେ ଥିବା ଭୁଷଣ ଷ୍ଟିଲ ପ୍ଲାଣ୍ଟ ଅଧିଗ୍ରହଣ ଲାଗି ଟାଟାକୁ ସର୍ବୋଚ୍ଚ ମୂଲ୍ୟାଙ୍କିତ ଆବେଦକ ମାନ୍ୟତା ପାଇଛି ।

ଏ ସଂପର୍କରେ ଟାଟା ଷ୍ଟିଲ୍‌ ଲିମିଟେଡ୍‌ (ଟାଟା ଷ୍ଟିଲ୍‌) ପକ୍ଷରୁ କୁହାଯାଇଛି ଯେ, ଏହା ଭୂଷଣ ଷ୍ଟିଲ୍‌ ଲିମିଟେଡ୍‌ (ବିଏସ୍‌ଏଲ୍‌)ର ରିଜଲ୍ୟୁସନ୍‌ ପ୍ରଫେସନାଲ୍‌ (ସମାଧାନ ବୃତ୍ତିଧାରୀ)ଙ୍କଠାରୁ ଏକ ଆନୁଷ୍ଠାନିକ ଯୋଗାଯୋଗ ହାସଲ କରିଛି । ଏଥିରେ ଉଲ୍ଲେଖ ରହିଛି ଯେ ୨୦୧୮ ମାର୍ଚ୍ଚ ୬ ରେ ଭୁଷଣର କମିଟି ଅଫ୍‌ କ୍ରେଡିଟର୍ସ (ସିଓସି)ର ବୈଠକରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ଅନୁଯାୟୀ, ଇନ୍‌ସଲ୍‌ଭେନ୍‌ସି ଆଣ୍ଡ୍‌ ବ୍ୟାଙ୍କରପ୍‌ସି କୋଡ୍‌ ୨୦୧୬(ଆଇବିସି)ର କର୍ପୋରେଟ୍‌ ଇନ୍‌ସଲ୍‌ଭେନ୍‌ସି ରିଜଲ୍ୟୁସନ୍‌ ପ୍ରୋସେସ୍‌ (ସିଆଇଆର୍‌ପି) ଅନୁସାରେ ଭୁଷଣ ଷ୍ଟିଲର ନିୟନ୍ତ୍ରଣକାରୀ ଅଂଶଧନ ହାସଲ କରିବା ପାଇଁ ଟାଟାକୁ ସର୍ବୋଚ୍ଚ ମୂଲ୍ୟାଙ୍କିତ ଆଜ୍ଞାକାରୀ ରିଜଲ୍ୟୁସନ୍‌ ଆପ୍ଲିକାଣ୍ଟ (ସମାଧାନ ଆବେଦନକାରୀ) ଭାବେ ଚିହ୍ନଟ କରାଯାଇଛି। ଏହି ଯୋଗାଯୋଗ ପରେ, ସିଓସିର ପରାମର୍ଶଦାତା ଏବଂ ବିଏସ୍‌ଏଲ୍‌ର ରିଜଲ୍ୟୁସନ୍‌ ପ୍ରଫେସନାଲ୍‌୍‌ମାନେ ଏବେ ସମାଧାନ ଯୋଜନା (ରିଜଲ୍ୟୁସନ୍‌ ପ୍ଲାନ୍‌) ନେଇ ଟାଟା ଷ୍ଟିଲ୍‌ ସହିତ ଯୋଗାଯୋଗ ଜାରି ରଖିଛନ୍ତି । ପରବର୍ତ୍ତି ପଦକ୍ଷେପ ଆଇବିସିର ସିଆଇଆର୍‌ପିରେ ଥିବା ବ୍ୟବସ୍ଥା ଅନୁଯାୟୀ ଗ୍ରହଣ କରାଯିବ।

ସମ୍ବନ୍ଧିତ ଖବର