ମସ୍କଙ୍କ ସମାଲୋଚନାକୁ ନେଇ ଓପୋନ୍‌ଏଆଇ ସିଇଓ ଚିନ୍ତିତ

ୱାସିଂଟନ : ଆର୍ଟିଫିସିଆଲ ଇଣ୍ଡେଲିଜେନ୍‌ସ (ଏଆଇ) ପ୍ରଯୁକ୍ତିର ଶକ୍ତିକୁ ବ୍ୟବହାର କରି ବୈପ୍ଳବିକ ଚାଟ୍‌ଜିପିଟି ବିକାଶ କରିିଥିବା ଆମେରିକାର ଷ୍ଟାର୍ଟଅପ୍ ସଂସ୍ଥା ଓପୋନ୍‌ଏଆଇର ସିଇଓ ସାମ୍‌ ଅଲ୍‌ଟମ୍ୟାନ୍‌ ଟେସ୍‌ଲାର ମୁଖ୍ୟ ଏଲନ୍‌ ମସ୍କ କରୁଥିବା ସମାଲୋଚନାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଟ୍ବିଟରରେ ମସ୍କ ଯାହା ଲେଖୁଛନ୍ତି ତାହା ଆମ ଉପରେ ଆକ୍ରମଣ ସଦୃଶ ବୋଲି ଏକ ସାକ୍ଷାତକାରରେ ସେ କହିଛନ୍ତି। ଟ୍ବିଟର ଓ ଅନ୍ୟାନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ସମାଲୋଚନା କରୁଥିବା ସତ୍ତ୍ବେ ମସ୍କଙ୍କୁ ସେ ଜଣେ ହିରୋ ବୋଲି କହିଛନ୍ତି। ତାଙ୍କ ଭଳି ବ୍ୟକ୍ତି ଦୁନିଆକୁ ଦରକାର। ସେ ସକାରାତ୍ମକ ପରିବର୍ତ୍ତନ ଆଣିବା ଜାରି ରଖିବେ ବୋଲି ମୁଁ ଆଶା କରୁଛି ବୋଲି ଶ୍ରୀ ଅଲ୍‌ଟମ୍ୟାନ୍ କହିଛନ୍ତି।

ସମ୍ବନ୍ଧିତ ଖବର