Daily Archives

January 24, 2020

ପାରିବାରିକ କଳହର ସମାଧାନ ପାଇଁ ଯାଇଥିବା ମହିଳା ଏଏସଆଇଙ୍କୁ ମାଡ଼ ମାରି ନାକ ଫଟାଇଦେଲେ ଯୁବକ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ଥିବା ପଦନପୁର ଗାଁରେ ଜଣେ ମହିଳା ଏଏସଆଇଙ୍କୁ ଆକ୍ରମଣ କରାଯାଇଛି । ଗାଁରେ ଝଗଡ଼ା ହୋଇଥିବାର ଖବର ପାଇ ସମାଧାନ ପାଇଁ ପହଞ୍ଚିଥିଲେ ମହିଳା ଏଏସଆଇ ଅନସୂୟା ସେଠୀ। ସେଠାରେ ସମାଧାନ କରିବା ପାଇଁ ଚେଷ୍ଟା କରୁଥିବା ବେଳେ ଏଏସଆଇ ଅନସୂୟାଙ୍କୁ ଗାଁର ଜଣେ ଯୁବକ ଆସି…
ଅଧିକ ଖବର ଦେଖନ୍ତୁ...

ବୁଧବାରଦିନ ପୁଲଓ୍ଵାମାରେ ନିହତ ଆତଙ୍କବାଦୀର ପରିଚୟ ମିଳିଲା, ସେ ଥିଲା କୁଖ୍ୟାତ ଆତଙ୍କବାଦୀ ଅବୁ ସୈଫୁଲ୍ଲା

ଶ୍ରୀନଗର : ଗତ ବୁଧବାରଦିନ ଜମ୍ମୁ ଓ କଶ୍ମୀରର ପୁଲଓ୍ଵାମାଠାରେ ସୁରକ୍ଷାବାହିନୀ ଗୁଳିରେ ନିହତ ହୋଇଥିବା ଆତଙ୍କବାଦୀ ଜଣେ ପାକିସ୍ତାନୀ ନାଗରିକ ଥିଲା ଓ ସେ ଜୈସ-ଇ-ମହମ୍ମଦର ସଦସ୍ୟ ବୋଲି ଜଣାପଡ଼ିଛି । ଜମ୍ମୁ ଓ କଶ୍ମୀର ପୁଲିସର ସୂଚନା ଅନୁସାରେ ଏହି ଆତଙ୍କବାଦୀର ପ୍ରକୃତ ନାଁ…
ଅଧିକ ଖବର ଦେଖନ୍ତୁ...

‘ଅକ୍ସଫୋର୍ଡ ଡିକ୍ସିନାରି’ର ଦଶମ ସଂସ୍କରଣରେ ସ୍ଥାନ ପାଇଲା ୨୬ଟି ନୂଆ ଭାରତୀୟ ଶବ୍ଦ : ଏଥିରେ ରହିଛି ‘ଡବା’, ‘ଆଧାର’…

ନୂଆଦିଲ୍ଳୀ: ପ୍ରତିବର୍ଷ ‘ଅକ୍ସଫୋର୍ଡ ଡିକ୍ସିନାରି(ଅଭିଧାନ)’ରେ କିଛି ନା କିଛି ଶବ୍ଦ, କଥିତ ଶବ୍ଦ, ବ୍ୟାକ୍ୟାଂଶ ଆଦି ଯୋଡ଼ି ହୋଇଥାଏ। ଗତ କିଛି ବର୍ଷ ମଧ୍ୟରେ ଅନେକ ଭାରତୀୟ ଶବ୍ଦ ‘ଅକ୍ସଫୋର୍ଡ’ ଡିକ୍ସିନାରି’ରେ ସ୍ଥାନ ପାଇସାରିଛି। ଏ ବର୍ଷ ମଧ୍ୟ ୨୬ଟି ଭାରତୀୟ ଇଂରାଜୀ ଶବ୍ଦ ଏହି…
ଅଧିକ ଖବର ଦେଖନ୍ତୁ...

ଯଦି ମନ୍ତ୍ରୀ ହୋଇନଥାନ୍ତି, ଏୟାର ଇଣ୍ଡିଆ କିଣିବାକୁ ନିଲାମ ପ୍ରକ୍ରିୟାରେ ବସିଥାନ୍ତି: କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ: ସରକାରୀ ବିମାନ କମ୍ପାନୀ ଏୟାର ଇଣ୍ଡିଆକୁ ବିକ୍ରି କରିବାକୁ କେନ୍ଦ୍ର ସରକାର ଭରପୂର ପ୍ରୟାସ କରୁଥିବାବେଳେ କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ ନିଜର କିଛି ଅନୁଭୂତି କହିଛନ୍ତି | ସେ କହିଛନ୍ତି ଯେ ଏୟାର ଇଣ୍ଡିଆ ବହୁତ ଭଲ କମ୍ପାନୀ ହୋଇଥିବା ବେଳେ ଏହାକୁ ଯିଏ ବି କିଣିବେ…
ଅଧିକ ଖବର ଦେଖନ୍ତୁ...

ଯୁବକଙ୍କୁ ଜିଅନ୍ତା ଜାଳିବାକୁ ଉଦ୍ୟମ, ପେଟ୍ରୋଲ ଢାଳିବା ପରେ ନିଆଁ ଲଗାଇ ୨ ଦୁର୍ବୃତ୍ତ ଫେରାର

ଭଞ୍ଜନଗର: ଗାଁ ନିକଟରେ ଛିଡ଼ା ହୋଇଥିବା ବେଳେ ଜଣେ ଯୁବକଙ୍କୁ ଜିଅନ୍ତା ଜାଳିବାକୁ ଉଦ୍ୟମ କରିଛନ୍ତି ୨ ଦୁର୍ବୃତ୍ତ । ପ୍ରଥମେ ପେଟ୍ରୋଲ ଢାଳିବା ପରେ ନିଆଁ ଲଗାଇ ସେମାନେ ଘଟଣାସ୍ଥଳରୁ ଫେରାର ହୋଇଛନ୍ତି। ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଥାନା ଅନ୍ତର୍ଗତ ଧୂମୁଛାଇ ଗାଁରେ ଆଜି ଅପରାହ୍ନରେ ଏହି…
ଅଧିକ ଖବର ଦେଖନ୍ତୁ...

ଚୀନ୍‌ରୁ ଫେରିଥିବା ୨ ଭାରତୀୟଙ୍କ ଠାରେ ଠାବ ହେଲା ମାରାତ୍ମକ କରୋନା ଭୂତାଣୁର ଲକ୍ଷଣ; ମୁମ୍ବାଇରେ ହଇଚଇ

ମୁମ୍ବାଇ/ ନୂଆଦିଲ୍ଲୀ: ଚୀନ୍‌ରୁ ଆସି ଆଜି ମୁମ୍ବାଇର ଛତ୍ରପତି ଶିବାଜୀ ଆନ୍ତର୍ଜାତିକ ବିମାନ ବନ୍ଦରରେ ପହଞ୍ଚିଥିବା ଦୁଇଜଣ ଭାରତୀୟଙ୍କ ଶରୀରରେ କରୋନା ଭୂତାଣୁର ସଙ୍କେତ ଠାବ କରାଯିବା ଘଟଣା ଦେଶରେ ହଇଚଇ ସୃଷ୍ଟି କରିଛି। ମୁମ୍ବାଇ ବିମାନ ବନ୍ଦରରେ ଏହି ଦୁଇ ଯାତ୍ରୀଙ୍କର ଥର୍ମୋ ସ୍କାନିଂ…
ଅଧିକ ଖବର ଦେଖନ୍ତୁ...

ବଦଳିଲା ‘ମନ କି ବାତ’ର ସମୟ, ସକାଳ ୧୧ଟା ପରିବର୍ତ୍ତେ ସନ୍ଧ୍ୟା ୬ଟାରେ ହେବ

ନୂଆଦିଲ୍ଲୀ: ରେଡ଼ିଓ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କ ସହ କଥାବାର୍ତ୍ତା ହେବା ପାଇଁ ଆୟୋଜିତ ହେଉଥିବା କାର୍ଯ୍ୟକ୍ରମ 'ମନ କି ବାତ' ଏଥର ଦିନ ୧୧ଟା ପରିବର୍ତ୍ତେ ସନ୍ଧ୍ୟା ୬ଟାରେ ପ୍ରସାରିତ ହେବ | ଜାନୁୟାରୀ ମାସରେ ହେବାକୁ ଥିବା ମନ କି ବାତ କାର୍ଯ୍ୟକ୍ରମର ସମୟରେ…
ଅଧିକ ଖବର ଦେଖନ୍ତୁ...

କଳିଙ୍ଗନଗର ଟାଟାଷ୍ଟିଲ୍‌ରେ ଦୁର୍ଘଟଣା ଘଟି ୪ ଶ୍ରମିକ ଗୁରୁତର ଆହତ

ଯାଜପୁର: କଳିଙ୍ଗନଗର ଶିଳ୍ପାଞ୍ଚଳ ଅନ୍ତର୍ଗତ ଟାଟା ଷ୍ଟିଲ୍‌ ପାଚେରୀ କାମ ବେଳେ ବିଦ୍ୟୁତ୍‌ କରେଣ୍ଟ୍‌ ଲାଗି ୪ ଜଣ ଶ୍ରମିକ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତମାନେ ହେଉଛନ୍ତି ଲାଲୁ ଯାଦବ(୨୦), ଦୀପକ ସାମଲ(୩୩), ସୁନୀଲ(୪୦) ଓ ଶିବଲାଲ ଭୁୟାଁ(୨୨)। ଉଲ୍ଳେଖଯୋଗ୍ୟ, ଶୁକ୍ରବାର ଅପରାହ୍ନ…
ଅଧିକ ଖବର ଦେଖନ୍ତୁ...

ଖୋର୍ଦ୍ଧା ଏଲଆଇସି ଅଫିସ ନିକଟରୁ ୨୩ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ; ଅଭିଯୋଗକାରୀଙ୍କୁ ଅଟକ ରଖି ପଚରାଉଚରା କରୁଛି…

ଖୋର୍ଦ୍ଧା: ଖୋର୍ଦ୍ଧାରୁ ଏକ ବଡ଼ ଧରଣର ଲୁଟ୍ ଘଟଣା ସାମ୍ନାକୁ ଆସିଛି। ଖୋର୍ଦ୍ଧା ଏଲଆଇସି ଅଫିସ ନିକଟରୁ ଦୁର୍ବୃତ୍ତମାନେ ଜଣେ ବ୍ୟକ୍ତିଙ୍କଠାରୁ ୨୩ଲକ୍ଷ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି। ଜଣେ ଘରୋଇ କମ୍ପାନିର କର୍ମଚାରୀ ବାପୁଜୀ ମହାରଣାଙ୍କ ଠାରୁ ବନ୍ଧୁକ ମୁନରେ ୨୩ ଲକ୍ଷ ୬୮…
ଅଧିକ ଖବର ଦେଖନ୍ତୁ...

ଅକଲାଣ୍ଡ ଟି-୨୦ : ଶ୍ରେୟସ ଆୟାରଙ୍କ ଚମତ୍କାର ଇନିଂସ, ନ୍ୟୁଜିଲାଣ୍ଡକୁ ୬ ଓ୍ଵିକେଟରେ ପରାସ୍ତ କଲା ଭାରତ

ଅକଲାଣ୍ଡ : ନ୍ୟୁଜିଲାଣ୍ଡର ଅକଲାଣ୍ଡଠାରେ ଚାଲିଥିବା ପ୍ରଥମ ଟି-୨୦ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୬ ଓ୍ଵିକେଟରେ ପରାସ୍ତ କରିଛି ଭ୍ରମଣକାରୀ ଭାରତୀୟ ଦଳ । ଶ୍ରେୟସ ଆୟାରଙ୍କ ଚମତ୍କାର ଅର୍ଦ୍ଧଶତକ ବଳରେ ଭାରତ ଏହି ବିଜୟ ହାସଲ କରିଛି । ଆୟାର ମାତ୍ର ୨୯ ବଲରେ ୫୮ ରନର ଇନିଂସ ଖେଳି ଭାରତକୁ ବିଜୟ…
ଅଧିକ ଖବର ଦେଖନ୍ତୁ...