Daily Archives

March 24, 2020

କନ୍ଧମାଳରେ କରୋନା କଟକଣା: ହଷ୍ଟେଲ ଛାଡିଲେ ୩୬ହଜାର ଅନ୍ତେବାସୀ 

ଫୁଲବାଣୀ: କରୋନା କଟକଣା ଯୋଗୁ କନ୍ଧମାଳରେ ଆଜିଠୁ ହଷ୍ଟେଲ ଛାଡିଛନ୍ତି ଅନ୍ତେବାସୀ। ନିଜ ନିଜର ଅଭିଭାବକ ସହ ପିଲାମାନେ ଘରକୁ ଫେରିଛନ୍ତି। ଏଥି ନିମନ୍ତେ ପୁଅ ପିଲା ପାଇଁ ୨୨୫୦ ଓ ଝିଅ ପିଲା ପାଇଁ ୨୪୦୦ ଟଙ୍କା ଆଗୁଆ ୩ ମାସ ପାଇଁ ସ୍କଲାରସିପ ଅର୍ଥ ପ୍ରଦାନ କରାଯାଇଛି। ଆଉ ପିଲାମାନଙ୍କୁ…
ଅଧିକ ଖବର ଦେଖନ୍ତୁ...

କରୋନା ପାଇଁ ବର୍ଷକ ଯାଏଁ ଘୁଞ୍ଚିଲା ଟୋକିଓ ଅଲିମ୍ପିକ୍ସ

ନୂଆଦିଲ୍ଲୀ: କରୋନା ଯୋଗୁଁ ଟୋକିଓ ଅଲିମ୍ପିକ୍ସକୁ ଏକ ବର୍ଷ ପାଇଁ ସ୍ଥଗିତ ରଖାଯାଇଛି। ଆଜି ଅନ୍ତର୍ଜାିୀୟ ଅଲମ୍ପିକ୍ସ କମିଟି ଏହି ନିଷ୍ପତ୍ତି ଘୋଷଣା କରିଛି।  କୋଭିଡ -୧୯ ପାଇଁ ଆମେରିକା, କାନାଡା, ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡ ଅଲିମ୍ପିକ୍ ଗେମ୍ସ ପାଇଁ ଖେଳାଳି ନ ପଠାଇବାକୁ…
ଅଧିକ ଖବର ଦେଖନ୍ତୁ...

ଭାରତ ପାଇଁ ଆଶ୍ୱାସନା! କୋଭିଡ୍‌-୧୯ରୁ ରକ୍ଷା ପାଇଁ ଏକମାତ୍ର ଉପାୟ; ସାମାଜିକ ଦୂରତ୍ୱ ଓ ସଙ୍ଗରୋଧ: ଗବେଷଣାରୁ ପ୍ରମାଣ…

ନୂଆଦିଲ୍ଲୀ: ସଂପ୍ରତି ସମଗ୍ର ବିଶ୍ୱ ପାଇଁ ଅଦୃଶ୍ୟ କରୋନା ଭାଇରସ୍‌ ଆତଙ୍କର କାରଣ ପାଲଟିବା ସହ ମହାମାରୀର ରୂପ ଧାରଣ କରିଛି। ଏଥିରୁ ବର୍ତ୍ତିବା ପାଇଁ କୌଣସି ପ୍ରକାରର ପ୍ରତିଷେଧକ ଟୀକା ବା ଏଥିରୁ ଆରୋଗ୍ୟ ଲାଭ ପାଇଁ କୌଣସି ପ୍ରକାରର ନିର୍ଦ୍ଦିଷ୍ଟ ଔଷଧ ଏଯାବତ୍‌ ବାହାରିପାରି ନାହିଁ।…
ଅଧିକ ଖବର ଦେଖନ୍ତୁ...

ପଶ୍ଚିମବଙ୍ଗରେ ମାର୍ଚ୍ଚ ୩୧ ଯାଏଁ ବଢ଼ିଲା ଲକଡାଉନ କଟକଣା

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ଦିନ କୋଲକାତା ଏବଂ ପଶ୍ଚିମବଙ୍ଗର ଅନ୍ୟାନ୍ୟ ସହରାଞ୍ଚଳରେ ଲାଗିଥିବା ଲକଡାଉନ କଟକଣାକୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି। ପରିସ୍ଥିତିର ଆକଳନ କରିବା ପରେ ଆଜି ଅପରାହ୍ନ ୫ଟାରୁ ସମଗ୍ର ରାଜ୍ୟରେ ଲକଡାଉନ  କରାଯିବ…
ଅଧିକ ଖବର ଦେଖନ୍ତୁ...

ଚିଠି ଲେଖିଲେ ପୁଲିସ୍ ଡିଜି : ଲକଡାଉନ୍ ସମୟରେ ପରିଚୟପତ୍ର ଦେଖାଇ ସ୍ବଚ୍ଛନ୍ଦରେ ଯାତାୟାତ କରିପାରିବେ ସ୍ୱାସ୍ଥ୍ୟକର୍ମୀ

କଟକ: କରୋନା ଭାଇରସର ମୁକାବିଲା ପାଇଁ ସାରା ରାଜ୍ୟକୁ ଲକଡାଉନ୍ ଘୋଷଣା କରାଯାଇଥିବା ବେଳେ ସ୍ୱାସ୍ଥ୍ୟକର୍ମୀଙ୍କୁ ନେଇ ବଡ ନିର୍ଦ୍ଦେଶ ଦେଇଛନ୍ତି ପୁଲିସ ଡିଜି ଅଭୟ । ସେ କହିଛନ୍ତି, ରାଜ୍ୟରେ ମୁକ୍ତ ଭାବେ ଯାତାୟାତ କରିପାରିବେ ସ୍ୱାସ୍ଥ୍ୟକର୍ମୀ । ଉଭୟ ସରକାରୀ ଓ ଘରୋଇ ହସ୍ପିଟାଲର ଡାକ୍ତର,…
ଅଧିକ ଖବର ଦେଖନ୍ତୁ...

ଗୋବର୍ଦ୍ଧନ ମଠରେ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହିଲେ ପୁରୀ ଶଙ୍କରାଚାର୍ଯ୍ୟ

ପୁରୀ: ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ମହାରାଜଙ୍କୁ ହୋମ୍‌ କ୍ୱାରେଣ୍ଟାଇନ୍‌ ବା ସଙ୍ଗରୋଧରେ ରଖାଯାଇଛି। ଶଙ୍କରାଚାର୍ଯ୍ୟ ସୋମବାର ରାତିରେ ନିଜର ୧୪ ଜଣ ଶିଷ୍ୟ ଓ ଅନୁଗାମୀଙ୍କ ସହ ଗୋବର୍ଦ୍ଧନ ପୀଠରେ ପହଞ୍ଚିଥିଲେ। ପହଞ୍ଚିବା ପରେ ତାଙ୍କୁ ଗୋବର୍ଦ୍ଧନ ପୀଠରେ ହୋମ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା ଓ ଓଡ଼ିଆଙ୍କ ଚିକିତ୍ସା ସୁବିଧା ପାଇଁ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ…

ଭୁବନେଶ୍ୱର: ଓଡିଶା ସରକାର ଆୟୁଷ୍ମାନ ଭାରତ ଯୋଜନାକୁ ତୁରନ୍ତ ଲାଗୁ କରିବାକୁ ଅନୁରୋଧ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ | ଧର୍ମେନ୍ଦ୍ର କହିଛନ୍ତି ଯେ 'ସାରା ବିଶ୍ୱ ଓ ଦେଶ ସମେତ ଆମ ରାଜ୍ୟ ଓଡ଼ିଶା କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ଅଭାବନୀୟ ପରିସ୍ଥିତିର…
ଅଧିକ ଖବର ଦେଖନ୍ତୁ...

ମୁଖ୍ୟମନ୍ତ୍ରୀ ଆରମ୍ଭ କଲେ ମୋ ଜୀବନ’ କାର୍ଯ୍ୟକ୍ରମ: କରୋନା ଭାଇରସକୁ ଘରେ ପୂରାଇ ନ ଦେବାକୁ ସମସ୍ତଙ୍କୁ ଶପଥ ନେବାକୁ…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ କରୋନା ମୁକାବିଲା ନେଇ ଗୁରୁତ୍ବପୂର୍ଣ୍ଣ ବାର୍ତ୍ତା ଦେଇଛନ୍ତି। ସେ ପରିବାରର ସୁରକ୍ଷା ଲାଗି ଲୋକଙ୍କୁ ଘରୁ ନ ବାହାରିବାକୁ ପରାମର୍ଶ ଦେଇଛନ୍ତି। ଏହାକୁ ଆ‌ଧାର କରି ସେ ଏକ ନୂଆ କା‌ର୍ଯ୍ୟକ୍ରମ- ମୋ ଜୀବନ’…
ଅଧିକ ଖବର ଦେଖନ୍ତୁ...

ତୀର୍ଥ ବୁଲିବାକୁୁ ଯାଇଥିଲେ ବୃନ୍ଦାବନ-ମଥୁରା, ଲକଡାଉନ୍‌ ଲାଗି ଅଟକିଗଲେ ୬୦ ଜଣ ଓଡ଼ିଆ ଶ୍ରଦ୍ଧାଳୁ

ଉଲୁଣ୍ଡା: ତୀର୍ଥ ବୁଲିବାକୁୁ ଯାଇଥିବା ସୁବର୍ଣ୍ଣପୁର, ବୌଦ୍ଧ ଓ ଦେବଗଡ଼ ଜିଲ୍ଲାର ସର୍ବମୋଟ ୬୦ଜଣ ଶ୍ରଦ୍ଧାଳୁ ଉତ୍ତର ପ୍ରଦେଶର ବୃନ୍ଦାବନ ଓ ମଥୁରାରେ ଅଟକି ଯାଇଛନ୍ତି। ତୀର୍ଥଯାତ୍ରୀଙ୍କ ମଧ୍ୟରେ ୨୮ ଜଣ ମହିଳା ଶ୍ରଦ୍ଧାଳୁ ସାମିଲ ଅଛନ୍ତି। କୋରୋନା ଭାଇରସ ଯୋଗୁଁ ଉତ୍ତର ପ୍ରଦେଶ ସମତେ ପୂରା…
ଅଧିକ ଖବର ଦେଖନ୍ତୁ...

କରୋନା ସଂକ୍ରମଣ ଯୋଗୁଁ ରାଜ୍ୟସଭା ନିର୍ବାଚନ ଘୁଞ୍ଚିଲା, ନୂତନ ତାରିଖ ଘୋଷଣା କରିବେ ନିର୍ବାଚନ କମିସନ

ନୂଆଦିଲ୍ଲୀ: ଦେଶରେ କରୋନା ଭୂତାଣୁ (କୋଭିଡ-୧୯) ସଂକ୍ରମଣ ସ୍ଥିତିକୁ ଆଖି ଆଗରେ ରଖି ବିଭିନ୍ନ ରାଜ୍ୟରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନକୁ ଭାରତର ନିର୍ବାଚନ ଆୟୋଗ  ସ୍ଥଗିତ ରଖିଛନ୍ତି । ଭବିଷ୍ୟତର ସ୍ଥିତିକୁ ଦେଖି ପରବର୍ତୀ ସମୟରେ ନିର୍ବାଚନ ତାରିଖ ସ୍ଥିର କରାଯିବ ବୋଲି ନିର୍ବାଚନ…
ଅଧିକ ଖବର ଦେଖନ୍ତୁ...