Daily Archives

March 11, 2024

ମହିଳା ଉଦ୍ୟୋଗୀଙ୍କ ପାଇଁ ‘ଉଦ୍ୟୋଗୀ ପରାମର୍ଶ ଶିବିର’

ଭୁବନେଶ୍ୱର: ଅନ୍ତର୍ଜାତୀୟ ମହିଳା ଦିବସ ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ‘ସ୍ୱକଳ୍ପ’ କାର୍ଯ୍ୟକ୍ରମ ଅଧୀନରେ ଉଦ୍ୟୋଗୀ ପରାମର୍ଶ ଶିବିର ଆୟୋଜନ କରାଯାଇଛି। ସୋମବାର ଦିନ ଭୁବନେଶ୍ୱରସ୍ଥିତ ଗଙ୍ଗନଗର ଗୋଷ୍ଠୀ କେନ୍ଦ୍ରଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୧୦୦ରୁ ଅଧିକ ମହିଳା ଉଦ୍ୟୋଗୀ ଭାଗ…
ଅଧିକ ଖବର ଦେଖନ୍ତୁ...

ମୌଲାନା ତୌକିର ରାଜାଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ, କୋର୍ଟ ଜାରି କଲେ ଗିରଫ ପରୱାନା

ବରେଲି: ବରେଲି ଦଙ୍ଗାର ମୁଖ୍ୟ ମାଷ୍ଟରମାଇଣ୍ଡ ଇତିହାଦ-ଏ-ମିଲ୍ଲତ ପରିଷଦ ମୁଖ୍ୟ ମୌଲାନା ତୌକିର ରଜା ଖାନଙ୍କୁ ମାର୍ଚ୍ଚ ୧୩ ସୁଦ୍ଧା ଗିରଫ କରି କୋର୍ଟରେ ହାଜର କରିବାକୁ ବରେଲିର ଏକ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ମୌଲାନା ତୌକିର ରଜାଙ୍କ ବିରୋଧରେ ଜାମିନ ବିହୀନ ପରଓ୍ବାନା ଜାରି କରାଯାଇଛି ।…
ଅଧିକ ଖବର ଦେଖନ୍ତୁ...

ସୋସିଆଲ ମିଡ଼ିଆରେ କଂଗ୍ରେସ-ବିଆରଏସ ମୁହାଁମୁହିଁ: ସୋନିଆ-ରାଜୀବଙ୍କ ଆପତ୍ତିଜନକ ଫଟୋ ପୋଷ୍ଟ

ହାଇଦ୍ରାବାଦ: ଲୋକସଭା ନିର୍ବାଚନ ପାଖେଇ ଆସିବା ସହିତ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜାରି ରହିଛି। ଏପରିସ୍ଥଳେ ତେଲେଙ୍ଗାନାରେ ସୋସିଆଲ ମିଡ଼ିଆରେ କଂଗ୍ରେସ ଏବଂ ଭାରତ ରାଷ୍ଟ୍ର ସମିତି (ବିଆରଏସ) ମୁହାଁମୁହିଁ ହୋଇଛନ୍ତି। ପୂର୍ବରୁ ଏକ୍ସରେ ଦୁଇ ଦଳ ମଧ୍ୟରେ ବାକ୍…
ଅଧିକ ଖବର ଦେଖନ୍ତୁ...

ଚଳନ୍ତା ଟ୍ରେନରୁ ପଡ଼ି ଯୁବକଙ୍କ ମୃତ୍ୟୁ

ରାଉରକେଲା: ପାନପୋଷ ତାରିଣୀ ମନ୍ଦିର ପଛପାର୍ଶ୍ବ ରେଳଧାରଣାରୁ ରେଳବାଇ ପୁଲିସ ଜଣେ ଯୁବକଙ୍କ ଶବ ଉଦ୍ଧାର କରିଛି। ଜାମୁତାବି ଏକ୍ସପ୍ରେସ୍‌ରୁ ପଡ଼ି ମୃତ୍ୟୁବରଣ କରିଥିବା ସ୍ଥାନୀୟ ଲୋକ କହିଛନ୍ତି। ସେ ସମ୍ବଲପୁର ନୂଆଦିଲ୍ଲୀ ଯାତ୍ରା କରୁଥିଲେ। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ…
ଅଧିକ ଖବର ଦେଖନ୍ତୁ...

ସନ୍ଦେଶଖାଲି: ଶାହଜାହାନ ଶେଖର ୩ ସହଯୋଗୀଙ୍କୁ ଗିରଫ କଲା ସିବିଆଇ

କୋଲକାତା: ସନ୍ଦେଶଖାଲିରୁ ଆଉ ୩ ଜଣଙ୍କୁ ଗିରଫ କରିଛି ସିବିଆଇ ।  ଗତ ଫେବ୍ରୁଆରି ମାସରେ ହୋଇଥିବା ଇଡି ଅଧିକାରୀଙ୍କ ଉପରେ ଆକ୍ରମଣରେ ଏମାନେ ସଂପୃକ୍ତ ଥିଲେ । ଏହି ତିନି ଅଭିଯୁକ୍ତ ଶାହାଜାହାନ ଶେଖଙ୍କ ଘନିଷ୍ଠ ବୋଲି କୁହାଯାଉଛି। ଶାହଜାହାନ ଶେଖକୁ ପଚରାଉଚରା ବେଳେ ଏହି ତିନି ଜଣଙ୍କ ନାମ…
ଅଧିକ ଖବର ଦେଖନ୍ତୁ...

ରାସ୍ତା ଉପରେ ମୋବାଇଲ ଦେଖିବା କାଳ ହେଲା, ଅଜଣା ବାଇକ୍ ଧକ୍କାରେ ଯୁବକ ମୃତ

ଡାବୁଗାଁ: ରାସ୍ତା ଉପରେ ମୋବାଇଲ ଦେଖିବା କାଳ ହୋଇଛି। ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ବୁଟିଆଗୁଡ଼ା ଗ୍ରାମରେ ରାସ୍ତା ଉପରେ ବସି ମୋବାଇଲ ଦେଖିବା ସମୟରେ ଏକ ଅଜଣା ବାଇକ୍ ଧକ୍କାରେ ଜଣେ ଯୁବକ ର ମୃତ୍ୟୁ ଘଟିଛି। ମୃତ ଯୁବକ ବୁଟିଆ ଗୁଡା ଗ୍ରାମ ର ଗୁରୁବାରୁ ଭତରା ୧୮ ବୋଲି ଜଣା…
ଅଧିକ ଖବର ଦେଖନ୍ତୁ...

ନଳକୂଅରୁ ବାହାରିଲା ଲିଟର ଲିଟର  ମଦ

ଝାନ୍ସୀ: ହ୍ୟାଣ୍ଡ ପମ୍ପରୁ ମଦ ବାହାରୁଥିବା ଦେଖି ପୁଲିସ୍ ଓ ଏକ୍ସାଇଜ୍ ବିଭାଗର ଅଧିକାରୀମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ମଧ୍ୟପ୍ରଦେଶର ଝାନ୍ସୀରେ ମଦ ଲୁଚାଇବା ପାଇଁ ବିରାଟ ଗାତ ଖୋଳା ଯାଇ ସେଥିରେ ହ୍ୟାଣ୍ଡ ପମ୍ପ ଲଗାଯାଇଥିଲା। ଏକ୍ସାଇଜ୍ ବିଭାଗ ଏବଂ ପୋଲିସ ଦ୍ୱାରା ଚଢ଼ାଉ ବେଳେ ମାଟି ତଳେ…
ଅଧିକ ଖବର ଦେଖନ୍ତୁ...

ସହର ଭିତରେ ଫସିଲେ ମା’ ଓ ୨ ଛୁଆ ଭାଲୁ: ଦିନ ତମାମ ବୁଦାରେ ଲୁଚି ରହିଲେ, ଜଗିଲା ବନ ବିଭାଗ

ମାଲକାନଗିରି: ମାଲକାନଗିରି ସହର ଭିତରେ ମା’ ଓ ତାର ଦୁଇ ଛୁଆ ଆଜି ଦିନ ତମାମ ଫସି ରହିଲେ। ନିକଟସ୍ଥ ତଳସାହିର ଏକ ବନ୍ଧ ନିକଟସ୍ଥ ବୁଦାରେ ମା’ ଓ ତାର ଦୁଇ ଛୁଆ ଲୁଚି ରହିଥିଲେ। ସକାଳୁ କିଛି ଲୋକ ଏହା ଦେଖିବା ପରେ ବନ ବିଭାଗକୁ ଖବର ଦେଇଥିଲେ। ମାଲକାନଗିରି ବନାଞ୍ଚଳ ଅଧିକାରୀ ବାଣୀଶ୍ରୀ…
ଅଧିକ ଖବର ଦେଖନ୍ତୁ...

ଅଧୀରଙ୍କ ବାଟରେ କଣ୍ଟା ବୁଣିଲେ ମମତା ଦିଦି: ଗୁଜୁରାଟ ବ୍ୟାଟ୍ସମ୍ୟାନଙ୍କୁ ନିର୍ବାଚନ ମଇଦାନରେ ବ୍ୟାଟିଂ ପାଇଁ ଆଣିଲେ…

କୋଲକାତା: ପଶ୍ଚିମବଙ୍ଗରେ କଂଗ୍ରେସର ବଡ଼ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ ବାଟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କଣ୍ଟା ବୁଣିଥିବା ନେଇ ରାଜ୍ୟ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି। ଅଧୀର ରଞ୍ଜନ ସବୁବେଳେ ମମତାଙ୍କୁ ଟାର୍ଗେଟ କରୁଥିବାବେଳେ ଏବେ ମମତା ଲୋକସଭା ନିର୍ବାଚନ ପାଇଁ ୪୨…
ଅଧିକ ଖବର ଦେଖନ୍ତୁ...

‘ଆମ ଭୂମି’ ଅଭିଯାନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ର ‘ଆମ ଭୂମି’ ଅଭିଯାନର ଶୁଭାରମ୍ଭ କରିଛନ୍ତି। ଶଙ୍କରପୁରଠାରେ ଆନନ୍ଦ ବନ ଉଦଘାଟନ କରିବା ଅବସରରେ ‘ଆମ ଭୂମି’ ଅଭିଯାନର ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ‘ଆମ ଭୂମି’ ର…
ଅଧିକ ଖବର ଦେଖନ୍ତୁ...