ଚଳନ୍ତା ଟ୍ରେନରୁ ପଡ଼ି ଯୁବକଙ୍କ ମୃତ୍ୟୁ

ରାଉରକେଲା: ପାନପୋଷ ତାରିଣୀ ମନ୍ଦିର ପଛପାର୍ଶ୍ବ ରେଳଧାରଣାରୁ ରେଳବାଇ ପୁଲିସ ଜଣେ ଯୁବକଙ୍କ ଶବ ଉଦ୍ଧାର କରିଛି। ଜାମୁତାବି ଏକ୍ସପ୍ରେସ୍‌ରୁ ପଡ଼ି ମୃତ୍ୟୁବରଣ କରିଥିବା ସ୍ଥାନୀୟ ଲୋକ କହିଛନ୍ତି। ସେ ସମ୍ବଲପୁର ନୂଆଦିଲ୍ଲୀ ଯାତ୍ରା କରୁଥିଲେ। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌)ରେ ରଖିଛି। ଯୁବକର ପରିଚୟ ମିଳିପାରିନି। ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଟ୍ରେନ୍‌ ଲାଇନରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଣେ ଯୁବକଙ୍କର ମୃତ ଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ରେଳବାଇ ପୁଲିସ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର