ସନ୍ଦେଶଖାଲି: ଶାହଜାହାନ ଶେଖର ୩ ସହଯୋଗୀଙ୍କୁ ଗିରଫ କଲା ସିବିଆଇ

କୋଲକାତା: ସନ୍ଦେଶଖାଲିରୁ ଆଉ ୩ ଜଣଙ୍କୁ ଗିରଫ କରିଛି ସିବିଆଇ ।  ଗତ ଫେବ୍ରୁଆରି ମାସରେ ହୋଇଥିବା ଇଡି ଅଧିକାରୀଙ୍କ ଉପରେ ଆକ୍ରମଣରେ ଏମାନେ ସଂପୃକ୍ତ ଥିଲେ । ଏହି ତିନି ଅଭିଯୁକ୍ତ ଶାହାଜାହାନ ଶେଖଙ୍କ ଘନିଷ୍ଠ ବୋଲି କୁହାଯାଉଛି। ଶାହଜାହାନ ଶେଖକୁ ପଚରାଉଚରା ବେଳେ ଏହି ତିନି ଜଣଙ୍କ ନାମ ସାମ୍ନାକୁ ଆସିଥିଲା, ଯାହା ପରେ ସେମାନଙ୍କୁ ଗିରଫ କରାଯାଇଥିଲା ।

ଗିରଫ ହୋଇଥିବା ତିନିଜଣ ହେଲେ ଶାହଜାହାଁ ଶେଖର ବ୍ୟକ୍ତିଗତ ସୁରକ୍ଷା କର୍ମୀ ଭାବେ କାର୍ଯ୍ୟ କରୁଥିବା ଦିଦାର ବଖଷ ମୋଲ୍ଲା, ସର୍ବେରିଆ ପଞ୍ଚାୟତ ପ୍ରଧାନ ଜିଆଉଦ୍ଦିନ ମୋଲ୍ଲା ଏବଂ ଫାରୁକ୍ ଅକୁଙ୍କି। ତଦନ୍ତକାରୀ ସଂସ୍ଥା  ସିବିଆଇ ମଙ୍ଗଳବାର ତିନି ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରି ରିମାଣ୍ଡରେ ନେବାକୁ ଆବେଦନ କରିବ, ଯାହାଦ୍ୱାରା ଅଧିକ ତଦନ୍ତ ହୋଇପାରିବ।

ସୂଚନାଯୋଗ୍ୟ ଯେ  କଲିକତା ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସନ୍ଦେଶଖାଲି ମାମଲାର ତଦନ୍ତ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) କରୁଛି, ଯିଏ ନିଲମ୍ବିତ ଟିଏମସି ନେତା ଶାହାଜାହାନ ଶେଖଙ୍କୁ ଗିରଫ କରିଛି। ୭ ତାରିଖ ଗୁରୁବାର ଦିନ ସିବିଆଇ ଶେଖଙ୍କ ସନ୍ଦେଶଖାଲିସ୍ଥିତ ବାସଭବନ ଓ କାର୍ଯ୍ୟାଳୟକୁ ଯାଇଥିଲା। ତେବେ ଉଭୟ ପରିସର ବନ୍ଦ ଥିବା ଟିମ୍ ଜାଣିବାକୁ ପାଇଥିଲା। 

 

ସମ୍ବନ୍ଧିତ ଖବର