ଜ୍ୟାକଲିନଙ୍କ ଗୀତ ଦେଖ, ଆଇଫୋନ ପାଅ: ଜେଲରୁ ଏଭଳି ଚିଠି ଲେଖିଲା ସୁକେଶ

ମୁମ୍ବାଇ: ଠକେଇ ଅଭିଯୋଗରେ ଜେଲରେ ଥିବା ସୁକେଶ ଚନ୍ଦ୍ରଶେଖର ଅନେକ ସମୟରେ ଜେଲରୁ ଚିଠି ଲେଖିଥାଏ । ୨୦୦ କୋଟି ଟଙ୍କା ଟଙ୍କା ହେରଫେର ମାମଲାରେ ଜେଲରେ ଥିବା ସୁକେଶ ଚନ୍ଦ୍ରଶେଖର ପୁନର୍ବାର ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ଚିଠି ଲେଖିଛି । ଏହି ଚିଠିରେ ସେ ଜ୍ୟାକଲିନଙ୍କୁ ତାଙ୍କର ନୂତନ ଗୀତ ‘ୟିମି ୟିମି’ ପାଇଁ ଅଭିନନ୍ଦନ ଜଣାଇଛି ଏବଂ ତାଙ୍କୁ ବହୁତ ପ୍ରଶଂସା କରିଛି । ଏଥି ସହିତ, ସୁକେଶ ଘୋଷଣା କରିଛି ଯେ ଏହି ଗୀତକୁ ଅଧିକରୁ ଅଧିକ ଥର ଦେଖିଥିବା ୧୦୦ ଜଣଙ୍କୁ ଉପହାର ସ୍ୱରୂପ ଆଇଫୋନ୍ ଦିଆଯିବ |

ସୁକେଶ ତା ଚିଠିରେ ଲେଖିଛି ଯେ, ‘ମୋର ପ୍ରିୟ ଜ୍ୟାକଲିନ୍, ମୁଁ ତୁମର ନିକଟରେ କିଛି ଫଟୋ ଦେଖିଛି। ତୁମେ ସେଥିରେ ବହୁତ ସୁନ୍ଦର ଦେଖାଯାଉଛ | ସୁକେଶ ଲେଖିଛି, “‘ୟିମି ୟିମି’ ଗୀତ ୧୦୦ ନିୟୁତ ଭ୍ୟୁଜ ଅତିକ୍ରମ କରୁଛି। ତୁମେ ବଲିଉଡର ପ୍ରକୃତ ରାଣୀ। ମୁଁ ଏହି ଭିଡିଓ ଦେଖିଥିବା ସମସ୍ତ ଦର୍ଶକଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି। ଏହି ଗୀତଟି ଚଳିତ ବର୍ଷର ସବୁଠାରୁ ଅଧିକ ଦେଖାଯାଉଥିବା ଗୀତ ହେବ | ସୁକେଶ କହିଛି, “ମୁଁ ଯେପରି ଜ୍ୟାକିଙ୍କ ଜନ୍ମଦିନରେ ପ୍ରତିଶୃତି ଦେଇଥିଲି, ୟିମି ୟିମି ଗୀତର ୧୦୦ ଜଣ ଦର୍ଶକ ମୋ ଠାରୁ ଏକ ଆଇଫୋନ୍ ଉପହାର ପାଇବେ। ଏସବୁ ମୁଁ ବ୍ୟକ୍ତିଗତ ଭାବେ କରିବି। ତେଣୁ ଶୀଘ୍ର ଏହି ରେକର୍ଡ ଭାଙ୍ଗନ୍ତୁ।”

ସମ୍ବନ୍ଧିତ ଖବର