ସହର ଭିତରେ ଫସିଲେ ମା’ ଓ ୨ ଛୁଆ ଭାଲୁ: ଦିନ ତମାମ ବୁଦାରେ ଲୁଚି ରହିଲେ, ଜଗିଲା ବନ ବିଭାଗ

ମାଲକାନଗିରି: ମାଲକାନଗିରି ସହର ଭିତରେ ମା’ ଓ ତାର ଦୁଇ ଛୁଆ ଆଜି ଦିନ ତମାମ ଫସି ରହିଲେ। ନିକଟସ୍ଥ ତଳସାହିର ଏକ ବନ୍ଧ ନିକଟସ୍ଥ ବୁଦାରେ ମା’ ଓ ତାର ଦୁଇ ଛୁଆ ଲୁଚି ରହିଥିଲେ। ସକାଳୁ କିଛି ଲୋକ ଏହା ଦେଖିବା ପରେ ବନ ବିଭାଗକୁ ଖବର ଦେଇଥିଲେ। ମାଲକାନଗିରି ବନାଞ୍ଚଳ ଅଧିକାରୀ ବାଣୀଶ୍ରୀ ମନସ୍ବନୀ ଦେବୀଙ୍କ ନେତୃତ୍ବରେ ବନ କର୍ମଚାରୀମାନେ ସେହି ଅଂଚଳରେ ଦିନ ତମାମ ଜଗି ରହିଲେ।

ରବିବାର ରାତିରେ ଖାଦ୍ୟ ଅନ୍ବେଷଣରେ ମା‘ ଭାଲୁ ତାର ଦୁଇ ଛୁଆକୁ ନେଇ ସହର ଭିତରେ ପଶିଥିଲେ। ତେବେ ସକାଳ ହେବାରୁ ଜଂଗଲକୁ ଯାଇନପାରି ବୁଦା ଭିତରେ ଲୁଚି ରହିଥିଲେ। ସେହି ଅଂଚଳକୁ ବିପଦପୂର୍ଣ୍ଣ ବୋଲି ଘୋଷଣା କରାଯିବା ସହ କୌଣସି ବ୍ୟକ୍ତିଙ୍କୁ ସେହି ଅଂଚଳକୁ ଛଡାଯାଇନଥିଲା। କୌଣସି ମୁହର୍ତ୍ତରେ ମା’ ଭାଲୁ ଆକ୍ରମଣ କରିବାର ଭୟ ରହିଥିବାରୁ ପ୍ରାୟ ୫ ଶହ ମିଟର ଦୁରରେ ବନ କର୍ମଚାରୀମାନେ ଜଗି ରହିଥିଲେ। ସଂଧ୍ୟା ସୁଦ୍ଧା ମଧ୍ୟ ଭାଲୁମାନେ ବୁଦାରୁ ବାହାରିନଥିବା ବେଳେ ସେମାନେ କିପରି ସୁରକ୍ଷିତ ଜଂଗଲକୁ ଯିବେ ସେନେଇ ବନ ବିଭାଗ ଜଗି ରହିଥିବା ବନାଞ୍ଚଳ ଅଧିକାରୀଣି ବାଣୀଶ୍ରୀ ଦେବୀ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର