୧୦ଦିନିଆ ଏନସିସି ବାର୍ଷିକ ତାଲିମ ଶିବିର, ବିଏସଏଫର ଅସ୍ତ୍ରଶସ୍ତ୍ର ପ୍ରଦର୍ଶନୀ

ଜୟପୁର: ବିକ୍ରମ ଦେବ ବିଶ୍ବବିଦ୍ୟାଳୟ ପରିସରରେ ଆରମ୍ଭ ହୋଇଛି ଏନସିସି ଆନୁଆଲ୍ ଟ୍ରେନିଂ କ୍ୟାମ୍ପ (ବାର୍ଷିକ ତାଲିମ ଶିବିର)। ଦ୍ବିତୀୟ ଦିନରେ ବିଏସ୍ଏଫ୍ ସେକ୍ଟର ମୁଖ୍ୟାଳୟ, କୋରାପୁଟ ଆନୁକୂଲ୍ୟରେ ୧୮୦ ବିଏନ୍ ବିଏସ୍ଏଫ୍ ଦ୍ୱାରା ଏନସିସି କ୍ୟାଡେଟ୍ ଓ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା। ଏହି ପ୍ରଦର୍ଶନୀରେ ବିଏସ୍ଏଫ୍ ପକ୍ଷରୁ ବ୍ୟବହୃତ ବିଭିନ୍ନ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ କରାଯାଇଥିଲା।  ଯେଉଁଥିରେ ଅସ୍ତ୍ରଶସ୍ତ୍ର ଏବଂ ସ୍ୱତନ୍ତ୍ର ନିରୀକ୍ଷଣ ଉପକରଣ ସାମିଲ ଥିଲା। ଏନସିସି କ୍ୟାଡେଟ ଏବଂ ବିଏସଏଫ ଅଧିକାରୀଙ୍କ ସହ ଏକ ଭାବ ବିନିମୟ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ଯୁବ ଏବଂ ଉତ୍ସାହୀ କ୍ୟାଡେଟମାନଙ୍କୁ ବିଏସଏଫ ଏବଂ ଅନ୍ୟାନ୍ୟ ସଶସ୍ତ୍ର ବାହିନୀରେ ଯୋଗ ଦେବା ପାଇଁ ପ୍ରାତ୍ସାହିତ ଓ ଉତ୍ସାହିତ କରାଯାଇଥିଲା।

ବିଏସଏଫର ଡେଫୁଟି କମାଣ୍ଡାଣ୍ଟ ଏଚ୍ ରାଜନ୍ ସିଂ, କନେଷ୍ଟବଲ ସଂଜୟ ଦାଶ, ଓ କୌଳାସ ଲାଖା ଭା‌ଗ ନେଇ ସଚେତନତା ସୃଷ୍ଟି କରିଥିଲେ.। ଏହି ଶିବିରରେ କୋରାପୁଟ, ମାଲକାନଗିରୀ, ରାୟଗଡ଼ା ଜିଲ୍ଲାର ପ୍ରାୟ ୬୫୦କ୍ୟାଡେଟ୍ ଜୁନିୟର ଏବଂ ସିନିୟର କ୍ୟାଡେଟ୍ ଭାଗ ନେଉଛନ୍ତି। ଆସିଥିବା କ୍ୟାଡେଟ୍ ମାନଙ୍କୁ ଅଲଫା, ବ୍ରାଭୋ, ଚାର୍ଲି ଓ ଡେଲଟା ନାଁରେ ୪ଟି କଂପାନୀରେ କ୍ୟାଡେଟଙ୍କୁ ରଖାଯାଇଛି। ସେଲି ଅଲଫା କଂପାନୀ କମାଣ୍ଡର ଭାବେ ଲେଫ୍ଟନାଣ୍ଟ ଡ.ଲକ୍ଷ୍ମଣ ପାତ୍ର, ବିଟାର ଲେଫ୍ଟନାଣ୍ଟ ସୁଶାନ୍ତ ମାଝି, ଚାର୍ଲିର ଲେଫ୍ଟନାଣ୍ଟ ଉଭୟ ନାୟକ ଏବଂ ଡେଲଟା କଂପାନୀର କମାଣ୍ଡ ଭାବେ ମଦନ ମୋହନ ଓଝାଙ୍କୁ ଦାୟିତ୍ବ ଦିଆଯାଇଛି। ଗତ କାଲି ସଂଧ୍ୟାରେ ଓ୍ବାନ ଓଡିଶା ଇନଫାଣ୍ଟ୍ରି କଂପାନୀ ସିଓ କର୍ଣ୍ଣେଲ ନବୀନ ପରାସର ଉଦଘାଟନ କରିଥିଲେ। ଏହି ୧୦ଦିନ ମଧ୍ୟରେ କ୍ୟାଡେଟ୍ ମାନଙ୍କୁ ମ୍ୟାପ୍ ରିଡ଼ିଂ, ଡ୍ରିଲ୍ , ରାଇଫଲ୍ ଚାଳନା, ଜୁନିୟର କ୍ୟାଡେଟଙ୍କ ସିମ୍ୟୁଲେଟର ଫାୟରିଂ ସହ ବିଭିନ୍ନ କଳାକୌଶଳ ପ୍ରଶିକ୍ଷଣ ଦିଆଯିବ। ସାଇବର ସିକ୍ୟୁରିଟି, ଓଡ୍ରାଫ ଦ୍ବାରା ଅତ୍ୟନ୍ତ ଜରୁରୀକାଳୀନ ସେବା, ବିଏସଏଫ୍ ଦ୍ବାରା କ୍ୟାରିୟର କାଉନସେଲିଂ, ଗଂଜାମ ଗୋପାଳ ଏଆରଓ ଦ୍ବାରା ଅଗ୍ନିବୀର ଯୋଜନା ସଂପର୍କରେ ସଚେତନତା ସୃଷ୍ଟି କରିବେ। ସେଭଳି ଜୁନିୟର କ୍ୟାଡେଟ୍ ମାନେ ଭିଡି କଲେଜ ପରିସରରେ ଏବଂ ସିନିୟର କ୍ୟାଡେଟ୍ ମାନେ କୋରାପୁଟ ଏସଓଜି ପଡ଼ିଆରେ ଫାୟରିଂ ପ୍ରଶିକ୍ଷଣ ‌ନେବେ । ଏହି ଶିବିରରୁ ଆରଡିସି(ରିପବ୍ଲିକ୍ ଡେ୍ କ୍ୟାମ୍ପ) ଓ ଟିଏସସି (ସ୍ଥଳ ସୈନିକ କ୍ୟାମ୍ପ) ପାଇଁ କ୍ୟାଡେଟଙ୍କର ଚୟନ ବି କରାଯିବ ବୋଲି ସୂଚନା ମିଳିଛି।

 

ସମ୍ବନ୍ଧିତ ଖବର