୧୯ କ୍ୟୁଣ୍ଟାଲ ଗଞ୍ଜେଇ, ୨୬ କ୍ୟୁଣ୍ଟାଲ ଭାଙ୍ଗ ଜବତ, ୨ ଗିରଫ

ଯାଜପୁର: ଆଜି ସକାଳେ ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ବର୍ତର୍ବାନ ଠାରେ କଟକ ଅବକାରୀ ସ୍ପେସାଲ ସ୍କ୍ଵାଡ୍‌ ଓ ଯାଜପୁର ରୋଡ ଅବକାରୀ ବିଭାଗ ମିଳତଭାବେ ଚଢ଼ାଉ କରି ୧୬ କ୍ୟୁଣ୍ଟାଲ ୧୮ କେଜି ଭାଙ୍ଗ ଓ ୧୯ କ୍ୟୁଣ୍ଟାଲ ଗଞ୍ଜେଇ ସହିତ ଭାଙ୍ଗରୁ ମୋଦକ ତିଆରି କରାଯାଉଥିବା ଯନ୍ତ୍ରପାତି ଜବତ କରିଛନ୍ତି। ଏହି ଘଟଣାରେ ଅବକାରୀ ବିଭାଗ ଦୁଇଜଣଙ୍କୁ ଗିରଫ କରିଛି। ଜବତ ଗଞ୍ଜେଇ ଓ ଭାଙ୍ଗର ମୂଲ୍ୟ ପ୍ରାୟ ୫୦ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର