ଜମ୍ମୁର ନାମକରଣ ପଛରେ କି ରହସ୍ୟ ରହିଛି,ଜାଣନ୍ତୁ
ଜମ୍ମୁର ଭୌଗୋଳିକ ସୌନ୍ଦର୍ଯ୍ୟ ଯେଉଁ ଭଳି ପର୍ଯ୍ୟଟକ ଙ୍କୁ ଆକର୍ଷିତ କରେ, ଠିକ୍ ସେହିପରି ଏହାର ଆତ୍ମିକ ସୌନ୍ଦର୍ଯ୍ୟ ମଧ୍ୟ ସମସ୍ତଙ୍କୁ ଉଲ୍ଲସିତ କରିଥାଏ । ନଦୀକୂଳେ ସ୍ଥିତ ଜମ୍ମୁ ନଗରୀର ନାମକରଣ ରାଜା ଜମ୍ବୁଲୋଚନଙ୍କ ନାଆାଁରେ କରାଯାଇଛି, କାରଣ ସେ ହିଁ ଏହି ନଗରୀର ପ୍ରତିଷ୍ଠା କରିଥିଲେ । ଜମ୍ମୁର କେତେକ ପର୍ଯ୍ୟଟନ ସ୍ଥଳୀ ସଂପର୍କରେ ଜାଣନ୍ତୁ
Sambad is now on WhatsApp
Join and get latest news updates delivered to you via WhatsApp
ବାହୁ ଦୁର୍ଗ: ମୁଖ୍ୟ ସହର ଠାରୁ ପ୍ରାୟ ଚାରି କିଲୋମିଟର ଦୂରରେ ଅବସ୍ଥିତ ଏହି ଦୁର୍ଗର ଏକ ଗୌରବ ଗାଥା ରହିଛି । ନବମ ଶତାଦ୍ଦୀ ରେ ନିର୍ମିତ ହୋଇଥିବା ଏହି ଦୁର୍ଗର ପ୍ରାଚୀର ଆଜି ବି ବେଶ୍ ଶକ୍ତ । ଏହି ଦୁର୍ଗ ମଧ୍ୟରେ ମା’ କାଳୀ ମନ୍ଦିର ଅଛି । କୁହାଯାଏ ଯେ ରାଜା ଜମ୍ବୁ ଏଠାରେ ନିଜର ଆରାଧ୍ୟା ଦେବୀଙ୍କର ପୂଜାର୍ଚ୍ଚନା କରୁଥିଲେ । ଲୋକଙ୍କର ବିଶ୍ୱାସ ଯେ ମା’ କାଳୀ ହିଁ ଜମ୍ମୁ କୁ ସୁରକ୍ଷିତ ରଖୁଥିଲେ ।
ବାଗ୍- ଏ-ବାହୁ: ବାହୁ ଦୁର୍ଗର ନିକଟରେ ପ୍ରତିଷ୍ଠିତ ଏହା ଏକ ସୁନ୍ଦର ଉଦ୍ୟାନ, ଯାହା ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିଥାଏ । ଖୁବ୍ ଉଚ୍ଚରେ ଅବସ୍ଥିତ ଏହି ଉଦ୍ୟାନ ଉପରୁ ସମଗ୍ର ଜମ୍ମୁ ସହରର ଦୃଶ୍ୟ ଉପଭୋଗ କରି ହୁଏ । ଏତଦ୍ବ୍ୟତୀତ ଗଙ୍ଗା ନଦୀ ମଧ୍ୟ ଏହାର ସୌନ୍ଦର୍ଯ୍ୟକୁୁ ଦ୍ୱିଗୁଣିତ କରିଥାଏ ।
ଡୋଗରା ଆର୍ଟ ଗ୍ୟାଲେରୀ : ଏହି ସଂଗ୍ରହାଳୟ ଜମ୍ମୁର ସମୃଦ୍ଧ କରିଗରୀ ଓ କଳା କୁ ଆଜି ବି ସଂରକ୍ଷିତ କରି ରଖିଛି । ଏଠାରେ ଐତିହାସିକ ଏବଂ ପ୍ରତ୍ନତତ୍ତ୍ୱ ବିଭାଗର ମହତ୍ତ୍ୱପୂର୍ଣ୍ଣ ସାମଗ୍ରୀ ମଧ୍ୟ ରହିଛି । ଏତ୍ଦବ୍ୟତୀତ ପୁରୁଣା କାଳର ଗହଣା, ପେଣ୍ଟିଂ ମଧ୍ୟ ଏଠାରେ ଦେଖିବାକୁ ମିଳେ ।
ଅମର ମହଲ: ରାଜା କର୍ଣ୍ଣ ସିଂହଙ୍କ ପରିବାର ଏହି ମହଲ ରେ ରାଜକୀୟ ଢଙ୍ଗରେ ବାସ କରୁଛନ୍ତି । ପୂର୍ବରୁ ଏହା କେବଳ ବିଭିନ୍ନ ସ୍ୱତନ୍ତ୍ର ଅବସରରେ ପର୍ଯ୍ୟଟକମାନଙ୍କ ପାଇଁ ଉନ୍ମୁକ୍ତ ହେଉଥିଲା । କିନ୍ତୁ ଏବେ ସବୁ ସମୟରେ ଖୋଲା ରହୁଛି । ଏଠାରେ ଆଜି ମଧ୍ୟ ସ୍ୱର୍ଣ୍ଣ ସିଂହାସନ, ତୋପଖାନା, ରାଜାରାଣୀଙ୍କ ସୁଦୃଶ୍ୟ ଚିତ୍ର ସୁରକ୍ଷିତ ରହିଛି ।
‘ମା’ ବୈଷ୍ଣୋଦେବୀ ମନ୍ଦିର’:- ପ୍ରତିବର୍ଷ ଏଠାକୁ ଲକ୍ଷ ଲକ୍ଷ ସଂଖ୍ୟକ ଭକ୍ତ ଓ ପର୍ଯ୍ୟଟକ ଆସିଥା’ନ୍ତି।ମାତା ବୈଷ୍ଣୋଦେବୀ ଜଣେ ପ୍ରତ୍ୟେକ୍ଷ ଠାକୁରାଣୀ।ସେ ଭକ୍ତଙ୍କର ମନସ୍କାମନା ପୂରଣ କରନ୍ତି ବୋଲି ବିଶ୍ୱାସ ରହିଛି। ଯେଉଁ ଭକ୍ତମାନଙ୍କର ମନସ୍କାମନା ପୂର୍ଣ୍ଣ ହୋଇଛି,ଅଥବା ଯେଉଁମାନେ ମାତାଙ୍କୁୁ ପ୍ରାର୍ଥନା କରିବାକୁ ଚାହାଁନ୍ତି,ସେମାନେଏଠାକୁ ଆସନ୍ତି।ମାତା ବୈଷ୍ଣୋଦେବୀଙ୍କ ଦର୍ଶନ ବ୍ୟତୀତ ଜମ୍ମୁ ଭ୍ରମଣ ସଂପୂର୍ଣ୍ଣ ଅଧୁରା ବୋଲି କୁହାଯାଇଥାଏ।
ସମୁଦ୍ର ପତ୍ତନ ଠାରୁ ପ୍ରାୟ ୨୨୧୨ ମିଟର ଉଚ୍ଚତାରେ ଅବସ୍ଥିତ ତ୍ରିକୂଟ ପର୍ବତ ଉପରେ ଥିବା ମା’ ବୈଷ୍ଣୋଦେବୀ ମନ୍ଦିରର ରାସ୍ତା ଖୁବ୍ କଠିନ। ଏଠାରେ ପାହାଡ଼ ଚଢ଼ିବାକୁ ପଡ଼ିଥାଏ। ଏଠାକାର ପାର୍ବତୀୟ ସୌନ୍ଦର୍ଯ୍ୟ ତଥା ଗଙ୍ଗା ନଦୀର ଶୀତଳ ଜଳ ଧାରା ଆନନ୍ଦ ପର୍ଯ୍ୟଟକଙ୍କୁ ସେହି କଷ୍ଟରୁ ରକ୍ଷା କରିଥାଏ।