ଗଞ୍ଜାମ: ବ୍ୟାଙ୍କର ଗ୍ରୀଲ ତାଡ଼ି ଡକାୟତି ଉଦ୍ୟମ

ଗଞ୍ଜାମ:ବ୍ରହ୍ମପୁର ଗଜପତିନଗର ଛକସ୍ଥିତ ଭାରତୀୟ ଷ୍ଟେଟବ୍ୟାଙ୍କର ଏଡିବି ଖୋଡ଼ାସିଂ ଶାଖାରେ ଗତକାଲି ରାତିରେ ଡକାୟତି ଉଦ୍ୟମ ହୋଇଛି। ଡକାୟତମାନେ ବ୍ୟାଙ୍କର ପଛପଟ ଗ୍ରୀଲ ତାଡ଼ି ଭିତରେ ପଶିବା ସହିତ ବ୍ୟାଙ୍କର ଆଇରନ ଚେଷ୍ଟ ଭାଙ୍ଗି ଡକାୟତି ଉଦ୍ୟମ କରିଛନ୍ତି। ମାତ୍ର ଏଥିରେ ଡକାୟତମାନେ ସଫଳ ହୋଇ ପାରି ନାହାଁନ୍ତି। ଆଜି ସକାଳେ ବ୍ୟାଙ୍କ ଖୋଲିବା ପରେ ଡକାୟତି ଉଦ୍ୟମ ସମ୍ପର୍କରେ ଜଣାପଡ଼ିଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର