ସନ୍ୟାସୀ କୁଣ୍ଡାମାଲ-ତୁଳସୀପାଲି ରାସ୍ତା ଶୋଚନୀୟ

ଚିଲିଗୁଡ଼ା: ଜୁନାଗଡ ବ୍ଲକ ଅନ୍ତର୍ଗତ ସନ୍ୟାସୀ କୁଣ୍ଡାମାଲ ଏନଏଚ-୨୬ରୁ ତୁଳସୀପାଲି ପର୍ଯ୍ୟନ୍ତ ଯାଇଥିବା ରାସ୍ତା ଶୋଚନୀୟ ହୋଇପଡ଼ିଛି। ଏହି ରାସ୍ତା ଦେଇ ଗୌଡ଼ ତୁଳସୀପାଲି ରାସ୍ତା ଯାହା କୁଣ୍ଡାମାଳଠାରୁ ତୁଳସୀପାଲି, ବରଗାଁ ପ୍ରାୟ ୫ କିଲୋମିଟର ସଂଯୋଗ ହୋଇଛି। ଏହି ରାସ୍ତା ଉପରେ ଅଞ୍ଚଳର ବହୁ ଜନସାଧାରଣ ଯୋଗ ଦେଇଥିଲେ। ରାସ୍ତା ଉପରେ ବିରାଟ ବିରାଟ ଗର୍ତ୍ତ ଭର୍ତ୍ତି ହୋଇଛି। ସେହିପରି ରାସ୍ତା ଉପରେ ତୁଳସୀପାଲି ଜୋର୍‌ ଉପରେ ନିର୍ମିତ ହୋଇଥିବା କଲର୍ଭଟ୍‌ ଭାଙ୍ଗି ଯାଇଛି। ଯାହା ଅତ୍ୟନ୍ତ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଏହି ରାସ୍ତା ନିର୍ମାଣ ପାଇଁ ଜିଲ୍ଲା ପ୍ରଶାସନକୁ ଅଞ୍ଚଳବାସୀଙ୍କ ତରଫରୁ ଅନେକଥର ଦାବି କରାଯାଇଛି। ହେଲେ ଆଜି ପର୍ଯ୍ୟନ୍ତ ଏହି ରାସ୍ତାର ମରାମତି କରାଯାଇନାହିଁ। କେବଳ ସନ୍ୟାସୀ କୁଣ୍ଡାମାଲ ନିକଟରେ କିଛି ମାତ୍ରାରେ ମୁରୁମ୍ ପକାଯାଇ ମରାମତି କରାଯାଇଥିଲା। ଏହି ରାସ୍ତାକୁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ହସ୍ତାନ୍ତର କରି ଏହାର ସ୍ଥାୟୀ ଉନ୍ନତିକରଣ କରିବାକୁ ଦାବି ହୋଇଛି। ରାସ୍ତା ମରାମତି ନହେଲେ ଆଗାମୀ ଦିନରେ ଅଞ୍ଚଳବାସୀ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର