ଭାସୁଛି ଅଜଣା ନବଜାତକର ଶବ: ପୁଲିସର ତଦନ୍ତ ଆରମ୍ଭ

ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ତେଲକୋଇ ସମାକୋଇ ନଦୀର ବଙ୍ଗଳା ଛକ ପୋଲ ନିକଟରେ ଅଜଣା ନବଜାତକର ଶବ ଭାସୁଛି। ଆଜି ସକାଳେ ସ୍ଥାନୀୟ ଲୋକେ ଗାଧୋଇବାକୁ ଯାଇଥିଲେ। ପୋଲ ପାଖ ଗାଧୁଆ ତୁଠରେ ମୃତ ନବଜାତକ ଶିଶୁର ଶବ ଭାସୁଥିବା ଦେଖିଥିଲେ।

ଘଟଣା ସମ୍ପର୍କରେ ଖବର ପ୍ରଚାରିତ ହେବାରୁ ଲୋକଙ୍କ ଗହଳି ଜମିଥିଲା। ଖବର ପାଇ ତେଲକୋଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କେଉଁ ପରିସ୍ଥିତିରେ ନବଜାତକ ଶିଶୁର ଶବ ପଡ଼ିଛି, ତାହା ଜଣାପଡି ନାହିଁ।

ସମ୍ବନ୍ଧିତ ଖବର