ରାସନକାର୍ଡରେ ମାଣ୍ଡିଆ ପ୍ରଦାନ, ଆଦିବାସୀ ଅଞ୍ଚଳରେ ତୀବ୍ର ଅସନ୍ତୋଷ

ମାଣ୍ଡିଆ ବିକି ଚାଉଳ କିଣୁଛନ୍ତି ହିତାଧିକାରୀ

କୋରାପୁଟ: ରାସନକାର୍ଡ ଚାଉଳ ବଦଳରେ ମାଣ୍ଡିଆ ପ୍ରଦାନକୁ ନେଇ କୋରାପୁଟ ଜିଲ୍ଲାରେ ତୀବ୍ର ଅସେନ୍ତ‌ୋଷ ଦେଖିବାକୁ ମିଳିଛି। ନୂଆବର୍ଷରୁ ଉଭୟ ଓ କେନ୍ଦ୍ର ସରକାର ଏନଏଫଏସଏ ହିତାଧିକାରୀଙ୍କୁ ମାଣ୍ଡିଆ ପ୍ରଦାନ କରାଯିବାକୁ ଘୋଷଣା ହେବା ଅକ୍ଟୋବର ଓ ନଭେମ୍ବର ମାସରେ କୋରାପୁଟ ଜିଲ୍ଲାରେ ରାସନ ବାବଦକୁ ମାଣ୍ଡିଆ ପ୍ରଦାନ କରୁଛନ୍ତି ସରକାର। ୨୦୨୦-୨୧ ଓ ୨୦୨୧-୨୨ରେ ଅମଳ ହୋଇଥିବା ମାଣ୍ଡିଆକୁ ଟିଡିସିସି ଠାରୁ ଆଣି ରାଜ୍ୟ ସରକାର ହିତାଧିକାରୀଙ୍କୁ ପ୍ରଦାନ କରୁଥିବାବେଳେ ଭାତକୁ ମୁଖ୍ୟ ଖାଦ୍ୟ ଭାବେ ଗ୍ରହଣ କରିଥିବା ଆଦିବାସୀ ଏବେ ନାହିଁ ନଥିବା ହଇରାଣ ହେଉଛନ୍ତି। ଜାଣି ନ ପାରି ବର୍ଷକ ଯାକ ମାଣ୍ଡିଆ ରଖିଥିବାବେଳେ ଏବେ ଚାଉଳ ବଦଳରେ ମାଣ୍ଡିଆ ମିଳୁଥିବାରୁ ମାଣ୍ଡିଆକୁ ସାଗମାଛ ଦରରେ ବିକ୍ରି ସେଥିରେ ଚାଉଳ କିଣି ଖାଉଛନ୍ତି କୋରାପୁଟ ଜିଲ୍ଲାରେ ରହୁଥିବା ହିତାଧିକାରୀ। ଯେଉଁ ମାଣ୍ଡିଆ ଦିନେ ଗରିବଙ୍କ ପାଇଁ ଲାଭ ହେଉଥିଲା ତାହା ଏବେ ରାସନକାର୍ଡ ଧାରୀଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି।

କୋରାପୁଟ ଜିଲ୍ଲାରେ୧୪ଟି ବ୍ଲକ ଦୁଇଟି ପୌରପାଳିକା ଓ ଦୁଇଟି ଏନଏସିରେ ୧୧ଲକ୍ଷ ୮୧ ହଜାର ୯୩୧ ହିତାଧିକାରୀ ରହିଥିବାବେଳେ ୩ ଲକ୍ଷ ୬୦ ହଜାର ୨୯୨ କାର୍ଡଧାରୀ ରହିଛନ୍ତି। ଏଥିରେ ଜିଲ୍ଲାରେ ଅନ୍ତୋଦ୍ବୟ ଅନ୍ନ ଯୋଜନା (ଏଏୱାଇ)ରେ ୬୪ହଜାର ୨୫୨ ଜଣ କାର୍ଡଧାରୀ ରହିଥିବାବେଳେ ୧ଲକ୍ଷ ୭୨ ହଜାର ୫୮୦ ଜଣ ହିତାଧିକାରୀ ରହିଛନ୍ତି। ସେହିପରି ଅଗ୍ରାଧିକାର ହିତାଧିକାରୀ ତାଲିକାରେ ୧୦ ଲକ୍ଷ ୯ହଜାର ୩୫୧ ଜଣ ହିତାଧିକାରୀ ରହିଥିବାବେଳେ ୨ଲକ୍ଷ ୯୬ ହଜାର ୪୦ଟି କାର୍ଡ ରହିଛି। କୋରାପୁଟର ମାଣ୍ଡିଆରେ ଅନ୍ୟ ଜିଲ୍ଲା ଭଳି ଅଧିକ ସାରତତ୍ବ ରହିଥିବାରୁ ସବୁବେଳେ ଗରାଖଙ୍କର ଡିମାଣ୍ଡ ରହିଥାଏ। ଚଳିତବର୍ଷ କୋରାପୁଟ ଜିଲ୍ଲାର ୧୪ଟି ବ୍ଲକରୁ ୧୨ଟି ବ୍ଲକରେ ୮୦୭୫.୪୯ ହେକ୍ଟର ଜମିରେ ହୋଇଛି ମାଣ୍ଡିଆ। ୨୦୨୦ ମସିହାରେ ଏହା‌ ୧୦ ଟି ବ୍ଲକରେ ସିମିତ ରହିଥିବାବେଳେ ଏହା ଏବେ ୧୩ଟି ଜିଲ୍ଲାକୁ ବୃଦ୍ଧି ପାଇଛି। ଖାଲି ମାଣ୍ଡିଆ କାହିଁକି ମାଣ୍ଡିଆ ମିଶନ ଜରିଆରେ କୋରାପୁଟ ଜିଲ୍ଲାରେ୨୦୩୨.୬ ହେକ୍ଟରରେ ସୁଆଁ, ୮.୬୫ ହେକ୍ଟରରେ କାଙ୍ଗୁ ଓ ୩୦୪.୭ ହକ୍ଟର ଜମିରେ ଖେଡ ଜହ୍ନା ମଧ୍ୟ ଚାଷ ହୋଇଛି।

କୋରାପୁଟ ଜିଲ୍ଲାରେ ୫୮ହଜାର ହେକ୍ଟର ଜମିରେ ମାଣ୍ଡିଆ ଚାଷ ହୋଇଛି। ସରକାର କୋରାପୁଟ ଜିଲ୍ଲାକୁ ୭୨ହଜାର କୁଇଣ୍ଟାଲ ମାଣ୍ଡିଆ କିଣିବାକୁ ଯୋଜନା କରିଥିଲାବେଳେ ଚଳିତବର୍ଷ ଏହା ଚାଷକୁ ଦେଖି ବୃଦ୍ଧି ପାଇବ। ତେବେ ଗତ ଦୁଇବର୍ଷରେ ଯେଉଁ ମାଣ୍ଡିଆ ଉତ୍ପାଦନ ହୋଇଥିଲା ତାହାକୁ ଏବେ ପ୍ରଦାନ କରୁଛନ୍ତି ସରକାର। ଏହାକୁ ପୂର୍ବରୁ ଜାଣି ନଥିବାରୁ ଲୋକେ ଶାଗମାଛ ଦରରେ ବିକ୍ରି କରିଦେଉଛନ୍ତି। ଯାହାକୁ ୨୦ରୁ ୨୫ ଟଙ୍କାରେ କିଣି ନେଉଛନ୍ତି ମାଫିଆ। ଗିରବଙ୍କ ମାଣ୍ଡିଆ ଏବେ ଗରିବଙ୍କ ପାଇଁ ବିକ୍ରି କରିବାକ ନାହିଁ ନ ଥିବା ସମସ୍ୟା ଆଣିଛି। ଏନେଇ ରଘୁ ହରିଜନ କହିଛନ୍ତି ଯେ ମୁଣ୍ଡ ପିଛା ଚାଉଳ ଦେଉଥିଲେ ଠିକ୍‌ ଥିଲା। ଏବେ ମାଣ୍ଡିଆ ଦେଉଥିବାରୁ ତେଲିଆ ମୁଣ୍ଡରେ ତେଲ ପରି ହୋଇଛି। ଘର ପାଇଁ ମାଣ୍ଡିଆ ରଖିବା ପରେ ଏବେ ପୁଣି ଚାଉଳ ବଦଳରେ ମାଣ୍ଡିଆ ଦେଉଥିବାରୁ ମାର୍କେଟରେ ଜୋରଜବରଦସ୍ତି କରି ବିକ୍ରି କରିବାକୁ ପଡୁଛି। ଅମଳ ବେଳେ ଆମଠାରୁ କେଜି ପ୍ରତି ୫୦ ଟଙ୍କା ଲେଖାଏଁ କଣି ନେଉଥିଲେ ଏବେ ୨୫ ଟଙ୍କା ଦେଲେ ବି ବେପାରୀ ନେଉ ନାହାନ୍ତି ବୋଲି ସେ କହିଛନ୍ତି। ଏନେଇ ଏସିଏସଓ ଶୁଶିଲ ଜେନା କହିଛନ୍ତି ଯେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅନୁସାରେ ଆମେ ଚାଉଳ ବଦଳରେ ମାଣ୍ଡଆ ପ୍ରଦାନ କରୁଛୁ। ଯଦି ସରକାର ପରିବର୍ତ୍ତନ କରିବେ ଆମେ ସେହି ନିୟମକୁ ପାଳନ କରିବୁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର