ଦାନ୍ତକାଠି ବ୍ୟବହାର କରୁଛନ୍ତି ଅଭିନେତ୍ରୀ!

ଆଜିକାଲି କେବଳ ବଲିଉଡ୍‌ ଫିଲ୍ମ ନୁହେଁ, ଫିଲ୍ମରେ କାମ କରୁଥିବା କଳାକାରଙ୍କ ବିଚାରଧାରା ମଧ୍ୟ ବଦଳୁଥିବା ଦେଖିବାକୁ ମିଳୁଛି। ସମାଜରେ ସକାରାତ୍ମକ ଚିନ୍ତାଧାରାର ପ୍ରସାର ପାଇଁ ନିର୍ମାତା-ନିର୍ଦେଶକମାନେ ଫିଲ୍ମ ବନାଉଥିବା ବେଳେ, କଳାକାରମାନେ ଉଭୟ ରିଲ୍‌ ଓ ରିଅଲ୍‌ ଲାଇଫ୍‌ରେ ସମାଜର ହିତ ପାଇଁ କାମ କରିବାକୁ ଭଲପାଉଛନ୍ତି। ଅକ୍ଷୟ କୁମାରଙ୍କ ଭଳି ଅନ୍ୟ ଯେଉଁ କଳାକାରମାନେ ଦେଶ, ସମାଜ, ପରିବେଶ ସମସ୍ୟାକୁ ନେଇ ଚିନ୍ତିିତ, ସେମାନଙ୍କ ମଧ୍ୟରେ ଡାଏନା ପେଣ୍ଟି ଅନ୍ୟତମ।

NDTV.com

ପରିବେଶ ପ୍ରଦୂଷଣକୁ ଡାଏନା ଗମ୍ଭୀରତାର ସହ ନେଇଛନ୍ତି। ସେ ଏ ବାବଦରେ ଜନ-ସଚେତନତା ସୃଷ୍ଟିରେ ଲାଗିଛନ୍ତି। ତାଙ୍କଠାରୁ ପ୍ରକାଶ, ଦୈନନ୍ଦିନ ଜୀବନରେ ଲାଗୁଥିବା ପଦାର୍ଥଗୁଡ଼ିକ ଯେପରି ପରିବେଶ ଅନୁକୂଳ ହୁଏ, ଏଥି ପ୍ରତି ଆମେ ସମସ୍ତେ ସତର୍କ ରହିବା ଉଚିତ। ସେ ଆଜିକାଲି ପ୍ଲାଷ୍ଟିକ୍‌ ଦାନ୍ତ-ଘଷା ବ୍ୟବହାର କରିବା ବନ୍ଦ କରିଦେଇଛନ୍ତି। କାରଣ, ଏହା ମଧ୍ୟ ପ୍ରଦୂଷକ। ଏଥି ପାଇଁ ନିମ୍ବ, ପିଜୁଳି, ଶାଳ, କରଞ୍ଜ ଆଦିର କାଠି ବ୍ୟବହାର କରୁଛନ୍ତି। ମହାନଗରୀରେ ବାସକରୁଥିବା ଡାଏନା ଏ ସାମଗ୍ରୀ କେଉଁଠୁ, କିପରି ସଂଗ୍ରହ କରୁଛନ୍ତି, ଅଜଣା। ତେବେ, ଜଣେ ଖୋଜିଲେ ଯେ, ନିଶ୍ଚିତ ଭାବେ ପାଇପାରିବ, ଏଥିରେ ସନ୍ଦେହ ନାହିଁ। ଏବେ ସେ ‘ହାପି ଭାଗ ଜାଏଗୀ ରିଟନ୍‌ର୍ସ’ ଓ ‘ପରମାଣୁ: ଦ ଷ୍ଟୋରି ଅଫ୍‌ ପୋଖରଣ’ର ସୁଟିଂରେ ବ୍ୟସ୍ତ

ସମ୍ବନ୍ଧିତ ଖବର