ଅଭିନେତା ପୁପୁ ପମ୍‌ପମ୍‌ଙ୍କୁ ଫୋନ୍‌ରେ ଧମକ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଖଣ୍ଡଗିରି ଥାନାରେ ସୋମବାର ଅଭିନେତା ପପୁ ପମପମ୍‌ ଏକ ଲିଖିତ ଅଭିଯୋଗ କରିଛନ୍ତି। ପପୁଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କୁ ଜଣେ ବ୍ୟକ୍ତି ଫୋନ୍‌ କରି ବାରମ୍ବାର ଧମକଚମକ ଦେଉଛି। ସେ ସେହି ବ୍ୟକ୍ତିଙ୍କ ନାମ ଠିକଣା ପଚାରିବାରୁ ଫୋନ୍‌ କାଟି ଦେଉଥିବା ପପୁ କହିଛନ୍ତି। ଏଥିପାଇଁ ସେ ଖଣ୍ଡଗିର ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ଫୋନଟି ଭୁବନେଶ୍ୱରରୁ ହିଁ ଯାଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଅଭିନେତା ପପୁ ପମ୍‌ପମ୍‌ଙ୍କ ଜମିକୁ ଜଣେ ବ୍ୟକ୍ତି ହଡ଼ପ କରୁଥିବା ଅଭିଯୋଗ ହୋଇଛି। ଶୁଣିବାକୁ ମିଳିଛି ଆଇଗଣିଆ ପାଖରେ ଥିବା ଏକ ଜମିକୁ ଜୋର ଜବରଦସ୍ତ କବଜା ପାଇଁ ପପୁଙ୍କ ପାଖକୁ ଏହି ଧମକପୂର୍ଣ୍ଣ ଫୋନ୍‌ ବାରମ୍ବାର ଆସିଥିଲା। ପୁଲିସ ଏହି ଘଟଣାକୁ ନେଇ ତଦନ୍ତ ଆରମ୍ଭ କରିଛି।

ତେବେ ପପୁଙ୍କ ନାମରେ ପୂର୍ବରୁ ନାବାଳିକାଙ୍କୁ ଅସଦାଚରଣ କରିଥିବା ମାମାଲା ରୁଜୁ ହୋଇଥିଲା। ଏହି ମାମଲାରେ ଫସି ପପୁ ଜେଲ ମଧ୍ୟ ଯାଇଥିଲେ। କିଛିଦିନ ଜେଲରେ ରହିବା ପରେ ସେ  ଜାମିନରେ ଆସିଥିଲେ।

ସମ୍ବନ୍ଧିତ ଖବର