ହସ୍ପିଟାଲରୁ ଝିଅକୁ ଘରକୁ ଆଣିବା ବେଳେ ଏହି କାମ କରିବେନି ଆଲିଆ-ରଣବୀର

ମୁମ୍ବାଇ: ବିବାହର ୭ମାସ ପରେ ମା’ ବନିଛନ୍ତି ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ। ଆଲିଆ ଏପ୍ରିଲ ୧୪, ୨୦୨୨ରେ ଅଭିନେତା ରଣବୀର କପୁରଙ୍କୁ ବିବାହ କରିଥିବା ବେଳେ ନଭେମ୍ବର ୬ରେ ସେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ। ଏହି ଖବର ସାମ୍ନାକୁ ଆସିବା ପରେ ଦମ୍ପତିଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ମା’ ବନିବା ପରେ ଆଲିଆ ଏହି ଖୁସି ଖବରକୁ ନିଜର ଇନଷ୍ଟା ଆକାଉଣ୍ଟରେ ସେୟାର କରିଥିଲେ।

ଆଲିଆ ମା’ ବନିବା ପରେ ତାଙ୍କ ନବଜାତ ବୋଲି ଦର୍ଶାଇ ଅନେକ ନକଲି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦେଖିବାକୁ ମିଳୁଛି। ହେଲେ ଆଲିଆ ଏପର୍ଯ୍ୟନ୍ତ ନିଜର କୌଣସି ସୋସିଆଲ ମିଡିଆ ଆକାଉଣ୍ଟରେ ଝିଅର ଫଟୋ ସେୟାର କରିନଥିବା ଦେଖାଯାଇଛି। ତେବେ ଅନେକ ଷ୍ଟାର ଦମ୍ପତି ବାପା-ମା’ ବନିବା ପରେ ହସ୍ପିଟାଲରୁ ବାହାରି ନବଜାତ ସହ ଗଣମାଧ୍ୟମ ଆଗକୁ ଆସିଥାନ୍ତି। ଏହାର ଅନେକ ଫଟୋ ଏବଂ ଭିଡିଓ ମଧ୍ୟ ଭାଇରାଲ ହୁଏ। ତେବେ ଆଲିଆ ଏବଂ ରଣବୀର ଏଭଳି ନକରିବାକୁ ନିଷ୍ପତ୍ତି ନେଇଛନ୍ତି। ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଏହି ଖବର ପ୍ରକାଶ ପାଇଛି। ହସ୍ପିଟାଲରୁ ଘରକୁ ଆସିବା ବେଳେ ସେମାନେ ଗଣମାଧ୍ୟମ ସାମ୍ନାକୁ ଆସିବେ ନାହିଁ ବୋଲି ଚର୍ଚ୍ଚା ହେଉଛି। ତେବେ ଆଲିଆ ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ଏହି ଖବର ସତ କି ନାହିଁ, ତାହା ସ୍ପଷ୍ଟ ହେବ।

ଉଲ୍ଲେଖଯୋଗ୍ୟ, ଚଳିତବର୍ଷ ଏପ୍ରିଲରେ ଦୁହିଁଙ୍କ ବିବାହ ହୋଇଥିଲା। ବିବାହର କିଛି ଦିନ ପରେ ଦୁହେଁ ସେମାନଙ୍କ ପ୍ରଶଂସକଙ୍କୁ ଖୁସି ଖବର ଦେଇଥିଲେ। ଅନ୍ତସତ୍ତ୍ବା ଥିବା ସମୟରେ ମଧ୍ୟ ଆଲିଆ ଖୁବ ସକ୍ରିୟ ରହିଥିଲେ। ଗର୍ଭବତୀ ଥାଇ ବି ଆଲିଆ ନିଜର କାମ ଜାରି ରଖିଥିବା ଦେଖାଯାଇଥିଲା। ଗର୍ଭଧାରଣର ପ୍ରଥମ ପର୍ଯ୍ୟାୟରେ ସେ ଏକ ହଲିଉଡ ଫିଲ୍ମର ସୁଟିଂ କରିଥିବା ବେଳେ ପରେ ସେ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ପ୍ରମୋସନ କରୁଥିବାର ନଜର ଆସିଥିଲେ। ଗର୍ଭବତୀ ଥାଇ ବି ‌ସେ ବିଭିନ୍ନ ରାଜ୍ୟକୁ ଯାଇ ଫିଲ୍ମର ପ୍ରମୋସନ କରିଥିଲେ। ଏମଧ୍ୟରେ ନେଟଫ୍ଲିକ୍ସରେ ତାଙ୍କର ଏକ ଫିଲ୍ମ ‘ଡାର୍ଲିଙ୍ଗ’ସ ରିଲିଜ ହୋଇଥିଲା। ସେ ଏହାର ମଧ୍ୟ ପ୍ରଚାର କରିଥିଲେ।

ସମ୍ବନ୍ଧିତ ଖବର