କରିସ୍ମାଙ୍କ ଭଉଣୀ ହେବାର ମୂଲ୍ୟ ମୁଁ ଦେଇଛି: କରୀନା

କରିସ୍ମାଙ୍କ ଭଉଣୀ ହେବାର କି’ ମୂଲ୍ୟ ମୋତେ ଦେବାକୁ ପଡ଼ିଛି, ତାହା ମୋଠାରୁ ଅଧିକ ବା କିଏ ଜାଣିପାରିବ। କ୍ୟାମେରା ଆଗରେ ଓ ସୁଟିଂ ସେଟ୍‌ରେ ସମସ୍ତେ ମୋତେ ମୋ ଭଉଣୀଙ୍କ ଭଳି ହିଁ ଦେଖିବାକୁ ଚାହୁଥିଲେ। କିନ୍ତୁ ତାଙ୍କ ଭଳି ହେବା ମୋ ପାଇଁ କଷ୍ଟକର ଥିଲା। ତାଙ୍କର ପରଛାଇ (ଛାୟା) ଭାଙ୍ଗିବାକୁ ମତେ ବହୁତ ସଂଘର୍ଷ କରିବାକୁ ପଡ଼ିଛି। କରିସ୍ମାଙ୍କ ଭଉଣୀ ହୋଇଥିବାରୁ ମୋ ପ୍ରତି ଲୋକମାନଙ୍କ ଆଶା ଓ ଅପେକ୍ଷା ବହୁତ ଅଧିକ ବଢ଼ି ଯାଇଥିଲା। ୪୧ ତମ ଜନ୍ମଦିନରେ ‘ବଲିଉଡ୍‌ରେ ସ୍ବଜନତୋଷଣ’କୁ ନେଇ ଆଜି ଏପରି ମତ ରଖିଛନ୍ତି ବଲିଉଡ୍‌ର ବେବୋ କରୀନା କପୁର ଖାନ୍‌।

କରୀନା କହିଛନ୍ତି, କପୁର୍‌ ବଂଶରୁ ହୋଇ ତଥା ୯୦ ଦଶକର ଶ୍ରେଷ୍ଠ ଅଭିନେତ୍ରୀଙ୍କ ଭଉଣୀ ହୋଇ ମଧ୍ୟ ମତେ ନିଜକୁ ପ୍ରମାଣ କରିବା ତଥା ବଲିଉଡ୍‌ରେ ନିଜକୁ ଅଟଳ କରିବା ପାଇଁ ବହୁତ ସଂଘର୍ଷ କରିବାକୁ ପଡ଼ିଛି। ବଲିଉଡ୍‌ରେ ଏମିତି ପୁଳାପୁଳା ଉଦାହରଣ ରହିଛି, ଯେଉଁଠି ବଡ଼ ବଡ଼ ତାରକାଙ୍କ ସନ୍ତାନମାନେ ଆଦୌ ତିଷ୍ଠି ପାରିନାହାନ୍ତି। ଜଣେ କେତେ ସଫଳ ବ୍ୟକ୍ତିଙ୍କ ସନ୍ତାନ, ତାହା ଦେଖି ସଫଳତା ଜ‌ଣକ ପାଖକୁ ଆସେ ନାହିଁ। ହୋଇପାରେ, କାହାର ଭଉଣୀ କିମ୍ବା ସନ୍ତାନ ହେବା କାରଣରୁ କାହା ପାଇଁ ସୁଯୋଗର ଦ୍ବାରଟିଏ ଖୋଲି ଯାଇପାରେ। କିନ୍ତୁ ଏହା ପରେ ନିଜକୁ ନିଜେ ହିଁ ପ୍ରମାଣ କରିବାକୁ ହୁଏ।

ସମ୍ବନ୍ଧିତ ଖବର