ମୋ ଅନ୍ଧକାରର ଆଲୋକ, କେବଳ ମୋର ହୋଇ ରୁହ; ମଲାଇକାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ଏଭଳି ଲେଖିଲେ ଅର୍ଜୁନ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ମଲାଇକା ଆରୋରା ଆଜି ତାଙ୍କର ୫୦ତମ ଜନ୍ମଦିନ ପାଳନ କରୁଛନ୍ତି। ମଲାଇକା ଏବେ ଆଉ ବଡ ପରଦାରେ ନଜର ଆସୁନଥିଲେ ବି ସେ ନିଜ ବ୍ୟକ୍ତିଗତ ଜୀବନ ଏବଂ ଫିଟନେସ୍ ପାଇଁ କ୍ରମାଗତ ଭାବରେ ଚର୍ଚ୍ଚାରେ ରହିଥାନ୍ତି। ସେ ଏବେ ରିୟାଲିଟି ସୋ’ର ଜଜ୍ ଭାବେ ଦେଖିବାକୁ ମିଳୁଥିବା ବେଳେ ବିବାହ ବିଚ୍ଛେଦ ପରେ ନିଜ ପ୍ରେମ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି ମଲାଇକା। ବଲିଉଡ ଅଭିନେତା ଅର୍ଜୁନ କପୁରଙ୍କ ସହ ସେ ପ୍ରେମ ସମ୍ପର୍କରେ ଥିବା ବେଳେ ନିଜ ପ୍ରେମିକା ମଲାଇକାଙ୍କ ଜନ୍ମଦିନ ଅବସରରେ ଅର୍ଜୁନ କରିଥିବା ପୋଷ୍ଟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

 

View this post on Instagram

 

A post shared by Arjun Kapoor (@arjunkapoor)

ମଲାଇକାଙ୍କ ସହ ଏକ ଫଟୋ ଇନଷ୍ଟାରେ ସେୟାର କରି ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ଅର୍ଜୁନ। ଫଟୋ ପୋଷ୍ଟ କରି ସେ ଲେଖିଛନ୍ତି ଯେ, ମୋ ଅନ୍ଧକାରର ଆଲୋକ। ଜନ୍ମଦିନର ଶୁଭେଚ୍ଛା। ଯେମିତି ଅଛ ସେମିତି ସର୍ବଦା ଖୁସି ରୁହ ଏବଂ ମୋର ହୋଇ ରୁହ।

ସମ୍ବନ୍ଧିତ ଖବର