୮୬ ଗ୍ରାମ ବ୍ରାଉନସୁଗାର ଜବତ, ଜଣେ ଗିରଫ 

ଖୋର୍ଦ୍ଧା: ଦୁଇଦିିନ ପୂର୍ବେ ଖୋର୍ଦ୍ଧା ପୁଲିସର ଚଢ଼ଉରେ ଠେଙ୍ଗାହାଟରୁ ୫୦ ଗ୍ରାମ ବ୍ରାଉନସୁଗାର ସହ ମହିଳା ମାଫିଆ ଭଉଣୀ ଦ୍ୱୟଙ୍କ ସହ ୬ ଗିରଫ ହୋଇଥିଲେ। ଘରୁ ବିପୁଳ ସୁନା ଅଳଙ୍କାର ଓ ନଗଦ ଟଙ୍କା ଜବତ ହୋଇଥିଲା। ଆଜି ଅବକାରୀ ଚଢ଼ଉରେ ଖୋର୍ଦ୍ଧା ଟାଉନ୍ରୁ ଆଉଜଣେ ବ୍ରାଉନସୁଗାର ବେପାରୀ ଗିରଫ ହୋଇଛି। ଆଜି ଭ୍ରାମ୍ୟମାଣ ଅବକାରୀ ଟିମର ଆଇଆଇସି ରାଜକିଶୋର ସ୍ୱାଇଁ, ଏସ୍ଆଇ ବି ମନୋଜ କୁମାର ଓ ଅନ୍ୟ ଅବକାରୀ କର୍ମଚାରୀ ମାନେ ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ପୁବୁସାହିରେ ଚଢ଼ଉ କରିଥିଲେ।

ଚଢ଼ଉରେ ଏକ ଘରୋଇ କଲେଜ ନିକଟରୁ ପ୍ରଶାନ୍ତ କୁମାର ସାହୁ (୨୨)କୁ ଗିରଫ କରାଯିବା ସହ ତା ନିକଟରୁ ୮୬ ଗ୍ରାମ ବ୍ରାଉନସୁଗାର ଓ ଏକ ବଜାଜ ମୋଟରସାଇକଲ (ଓଡି୦୨ବିପି ୦୯୨୨)ଜବତ ହୋଇଥିଲା। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୮ଲକ୍ଷ ୬୦ହଜାର ଟଙ୍କା ହେବ। ପ୍ରଶାନ୍ତ ବିରୋଧରେ ବେଆଇନ ନିଶା କାରବାର ଆଇନରେ ୮୬/୨୦୨୨-୨୩ରେ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର