ଟାଇଗର୍‌ ଶ୍ରଫ୍‌ଙ୍କୁ କପି କରୁଛନ୍ତି ଶିଳ୍ପାଙ୍କ ପୁଅ, ସୋସିଆଲ୍‌ ମଡିିଆରେ ଘୂରିଲା ଭିଡିଓ

ମୁମ୍ବାଇ: ଜ୍ୟାକି ଶ୍ରଫ୍‌ଙ୍କ ପୁଅ ଟାଇଗର୍‌ ଶ୍ରଫ୍‌ ଯେତେବେଳେ ପ୍ରଥମେ ଚଳଚ୍ଚିତ୍ର ଦୁନିଆରେ ପାଦ ଦେଲେ ସେ ତାଙ୍କ ନୃତ୍ୟ ପାଇଁ ସବୁଠାରୁ ବେଶି ଚର୍ଚ୍ଚାରେ ରହିଥିଲେ। ଟାଇଗର୍‌ ଅଭିନୟଠାରୁ କାହିଁ କେତେ ଗୁଣା ଦକ୍ଷ ନୃତ୍ୟରେ। ତେବେ ମଜ୍ଜା କଥାଟି ହେଉଛି ଟାଇଗର୍‌ଙ୍କ ନୃତ୍ୟକୁ ଟିଭି ସ୍କ୍ରିନ୍‌ ଉପରେ ଦେଖି ଶିଳ୍ପାଙ୍କ ପୁଅ ବିୟାନ ନାଚିବାରେ ଲାଗିଛନ୍ତି। ଶିଳ୍ପାଙ୍କ ପୁଅର ନୃତ୍ୟ ଫଟୋ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ବେଶ ଚର୍ଚ୍ଚା ପାଲଟିଛି। ଜାଣିବାକୁ ମିଳିଛି ଯେ ବିୟାନ କୁଆଡ଼େ ଟାଇଗର୍‌ଙ୍କର ଖୁବ୍‌ ବଡ଼ ଫ୍ୟାନ୍‌।

ଶିଳ୍ପା ସୋସିଆଲ୍‌ ମିଡିଆରେ ପୁତ୍ର ବିୟାନଙ୍କର ଏକ ଭିଡିଓ ପୋଷ୍ଟ୍‍ କରିଛନ୍ତି। ସେଥିରେ ଦେଖିବାକୁ ମିଳୁଛି ଯେ ଟାଇଗର୍‌ଙ୍କ ଅଭିନୀତ ଗୀତ ‘ମୁଣ୍ଡିଆ ତୁ ବଚ୍‌କେ ରହେ’ ଗୀତରେ ବିୟାନ ନୃତ୍ୟ ପ୍ରଦର୍ଶନ କରୁଛନ୍ତି। ଟାଇଗର୍‌ ଯେଉଁଭଳି ଭାବେ ଷ୍ଟେପ୍‌ ସବୁ କରିଛନ୍ତି ବିୟାନ ତାହାକୁ କପି କରିବାକୁ ଚେଷ୍ଟା କରୁଛନ୍ତି।

ପୂର୍ବରୁ ୨୦୧୭ ମସିହାରେ ଶିଳ୍ପାଙ୍କ ସ୍ୱାମୀ ରାଜ କୁନ୍ଦ୍ରା ତାଙ୍କ ପୁତ୍ର ବିୟାନଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ସେଥିରେ ସେ ଟାଇଗର୍‌ଙ୍କ ଚଳଚ୍ଚିତ୍ର ‘ମୁନା ମାଇକେଲ୍‌’ର ଡିଙ୍ଗ୍‌ ଡଙ୍ଗ୍‌ ଗୀତରେ ନୃତ୍ୟ କରୁଥିବାର ଦେଖିବାକୁ ମିଳିଥିଲେ।

ସମ୍ବନ୍ଧିତ ଖବର