ନୂଆ ପ୍ରକାରର ଭୂମିକାରେ ଶ୍ରୀତମ୍‌ ଦାସ

ଭୁବନେଶ୍ୱର: ଜଣେ ନାୟିକା ,ତାଙ୍କ ପଛରେ ପଡ଼ିଯାଇଛନ୍ତି ଜଣେ ନୁହେଁ କି ଦି’ ଜଣ ପାଞ୍ଚଜଣ ଯୁବକ।ଏହି ନାୟିକା ଜଣକ ହେଲେ ରୀୟା ଦେ। ସେ ଏଭଳି ଏକ ଚରିତ୍ର ପାଇଛନ୍ତି ନୂଆ ସିନେମା ‘ପ୍ରେମ ପାଇଁ ମହାଭାରତ’ରେ।
‘ପ୍ରେମ ପାଇଁ ମହାଭାରତ’ର ସଂକ୍ଷିପ୍ତ କଥାବସ୍ତୁ ଏପରି -ନାୟକ (ସମ୍ବିତ୍‌)ଭଲ ପାଆନ୍ତି ନାୟିକା(ରୀୟା)ଙ୍କୁ। ଉଭୟଙ୍କ ମଧ୍ୟରେ ଖୁବ୍‌ ଭଲ ପ୍ରେମ ସଂପର୍କ। ଏକ ଦୁର୍ଘଟଣାର ଶିକାର ହୋଇ ଥିବା ନାୟିକାଙ୍କୁ ଉଦ୍ଧାର କରନ୍ତି ଚାରିଜଣ ଯୁବକ। ସେମାନେ ଘଟଣାକ୍ରମେ ମଧ୍ୟ ଉକ୍ତ ନାୟିକାଙ୍କର ରୂପ ଲାବଣ୍ୟରେ ପ୍ରଭାବିତ ହୋଇ ତାଙ୍କ ପ୍ରେମରେ ପଡ଼ିଯାଆନ୍ତି। ନାୟିକା ସଂପର୍କରେ ଜାଣିବାପରେ ନାୟକ ବି ନିଜର ପ୍ରେମକୁ ଫେରିପାଇବା ପାଇଁ ଚେଷ୍ଟା କରେ।
ତା’ପରେ ଆରମ୍ଭ ହୁଏ ‘ପ୍ରେମ ପାଇଁ ମହାଭାରତ’। ରୀୟାଙ୍କ ପ୍ରେମିକମାନେ ସମରେଶ ରାଉତରାୟ,ବବି ମିଶ୍ର,ଶ୍ରୀତମ୍‌ ଦାସ , ପୁପିନ୍ଦର ଓ ପିଣ୍ଟୁ ନନ୍ଦ।ଏହି ଅଭିନେତାମାନଙ୍କୁ ଦର୍ଶକ ଏଥର ବି ସେମାନେ ଭିନ୍ନ ଧରଣର ଖଳନାୟିକୀ ଦେଖାଇବେ ବୋଲି କୁହାଯାଉଛି।


ଖାସ୍‌ କରି ଶ୍ରୀତମ୍‌ ଦାସଙ୍କର ଏଥିରେ ଭିନ୍ନ ଗେଟଅପ୍‌ ରହିଛି। ସେ ଏଥିରେ ଜଣେ ମହିଳା ସ୍ୱଭାବର ପୁରୁଷ ଭୂମିକାରେ ଦେଖା ଦେବେ।ଏହାଆଗରୁ ଶ୍ରୀତମ୍‌ ଆଉ ଏକ ସିନେମା ‘ଆଣ୍ଟି ନମସ୍କାର’ରେ ବି ନାରୀ ଗେଟ ଅପରେ ଦେଖା ଦେବେ। ହେଲେ ସେହି ସିନେମା ଏଯାଏଁ ରିଲିଜ୍‌ ହୋଇନାହିଁ। ଏଦୁଇ ସିନେମାର ନିର୍ଦ୍ଦେଶକ ହେଲେ ନିରଂଜନ ବେହେରା। ସବୁଠାରୁ ମଜାଦାର କଥା ହେଲା ‘ପ୍ରେମ ପାଇଁ ମହାଭାରତ’ରେ ରୀୟାଙ୍କ ପଛରେ ବାୟା ହୋଇଥିବା ଏହି କଳାକାରଙ୍କ ମଧ୍ୟରୁ ରୀୟା କାହାଙ୍କର ପ୍ରେମିକା ହେଉଛନ୍ତି,ତାହା ହେଉଛି ଫିଲ୍ମର ମୁଖ୍ୟ ପ୍ରସଙ୍ଗ।

ସମ୍ବନ୍ଧିତ ଖବର