ପ୍ରଭାସଙ୍କ ଫିଲ୍ମ ‘ସାହୋ’ ପାଇଁ ଭୂଷଣ କୁମାର କରିଲେ ଏହି କାମ

ଦକ୍ଷିଣୀ ଅଭିନେତା ପ୍ରଭାସଙ୍କ ଫିଲ୍ମ ‘ବାହୁବଲୀ’ ଓ ‘ବାହୁବଲୀ-୨’ର ଜବରଦସ୍ତ ସଫଳତା ଅନେକଙ୍କୁ ପ୍ରଭାବିତ କରିଥିଲା । ସେମାନଙ୍କ ଭିତରୁ ଜଣେ ହେଲେ ଟି-ସିରିଜ୍‌ର ମାଲିକ ଭୂଷଣ କୁମାର । ଏବେ ପ୍ରଭାସଙ୍କ ଅପକମିଂ ମୁଭିକୁ ହିନ୍ଦୀ ଭାଷାରେ ରିଲିଜ୍‌ କରିବାର ଦାୟିତ୍ୱ ନେଇଛନ୍ତି ଭୂଷଣ କୁମାର ।

ପ୍ରଭାସଙ୍କ ଆଗାମୀ ସିନେମା ହେଲା ‘ସାହୋ’ । ଏହାର ନିର୍ଦ୍ଦେଶନା ନେଇଛନ୍ତି ସୁଜିତ । ଏହା ତିନୋଟି ଭାଷାରେ ରିଲିଜ୍‌ ହେବ । ଏଥିରେ ପ୍ରଭାସ ମେଲ୍‌ ଲିଡରେ ଥିବା ବେଲେ ବଲିଉଡ୍‌ ଅଭିନେତ୍ରୀ ଶ୍ରଦ୍ଧା କାପୁୁର ଅଛନ୍ତି ଫିମେଲ ଲିଡ୍‌ରେ । ଏତଦ୍‌ବ୍ୟତୀତ ଜ୍ୟାକି ଶ୍ରଫ, ନୀଲ ନିତିନ ମୁକେଶ, ମନ୍ଦିରା ବେଦୀ, ମହେଶ ମଞ୍ଜରେକର୍‌ ଓ ଚଙ୍କି ପାଣ୍ଡେ ପ୍ରମୁଖ ମଧ୍ୟ ଅଭିନୟ କରିଛନ୍ତି । ‘ସାହୋ’ର ପ୍ରଥମ ଟିଜର୍‌ ‘ବାହୁବଲୀ- ଦ କନ୍‌କ୍ଲୁଜନ’ ସହିତ ରିଲିଜ୍‌ ହୋଇଥିଲା, ଯାହା ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସିଥିଲା।

‘ସାହୋ’ର ବିତରଣ ଅଧିକାର ନେବାର କାରଣ ସଂପର୍କରେ ଭୂଷଣ କହିଛନ୍ତି ଯେ ଏହା ଏକ ଅଲଟ୍ରା ମଡର୍ଣ୍ଣ ଆକସନ୍‌ ଫିଲ୍ମ । ଫିଲ୍ମର ୟୁନିଭର୍ସାଲିଟି ତାଙ୍କୁ ଆକର୍ଷିତ କରିଛି । ଏହାର କାହାଣୀ ଓ ଊପସ୍ଥାପନା ଶୈଳୀରେ ଗ୍ଲୋବାଲ ଟଚ୍‌ ଅଛି ବୋଲି ସେ କହିଛନ୍ତି । ଏଥି ପାଇଁ ଏହାର ନିର୍ମାତା ୟୁଭି କ୍ରିଏସନ୍‌ସ ସହିତ ସେ ହାତ ମିଳାଇଛନ୍ତି ବୋଲି କହିଛନ୍ତି ଭୂଷଣ କୁମାର ।

ସମ୍ବନ୍ଧିତ ଖବର