ହିମାଚଳପ୍ରଦେଶ ବିଧାନସଭା ନିର୍ବା‌ଚନ: ଭୋଟ୍‌ ଦେବାର ୨ ଘଣ୍ଟା ପରେ ୧୦୬ ବର୍ଷୀୟ ମତଦାତାଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ହିମାଚଳପ୍ରଦେଶର ଉନା ଜିଲ୍ଲାର ଜଣେ ୧୦୬ ବର୍ଷୀୟ ଭୋଟର ତାଙ୍କ ମୃତ୍ୟୁ ଶଯ୍ୟାରେ ଭୋଟ୍‌ ଦେଇଛନ୍ତି। ସଲହନା ଗ୍ରାମର ବୀରୁ ରାମ ପୋଷ୍ଟାଲ ବାଲଟରେ ତାଙ୍କ ମତଦାନ କରିବାର ୨ ଘଣ୍ଟା ପରେ ତାଙ୍କର ମୃତ୍ୟୁ ହୋଇଛି। ବୀରୁ ରାମ ଗୁରୁବାର ସନ୍ଧ୍ୟାରେ ଭୋଟ୍‌ ଦେଇଛନ୍ତି। ବୀରୁ ରାମଙ୍କର ୩ ପୁଅ ଏବଂ ଗୋଟିଏ ଝିଅ।

ଉଲ୍ଲେଖଯୋଗ୍ୟ, ଗୁରୁବାର ଦିନ ହିମାଚଳରେ ୭,୮୦୦ ଲୋକ ପୋଷ୍ଟାଲ ବାଲଟ ଦ୍ବାରା ଭୋଟ୍‌ ଦେଇଛନ୍ତି। ଫତେପୁର ବିଧାନସଭା ନିର୍ବାଚନମଣ୍ଡଳୀର ଅନ୍ୟ ଜଣେ ଶତାୟୁ ଭୋଟର ବା‌ନ୍ତୋ ଦେବୀ (୧୦୬) ମଧ୍ୟ ଗତକାଲି ତାଙ୍କ ଘରୁ ପୋଷ୍ଟାଲ ବାଲଟ ମାଧ୍ୟମରେ ଭୋଟ୍‌ ଦେଇଛନ୍ତି। ନିର୍ବାଚନ ବିଭାଗର ଏକ ଟିମ୍‌ ତାଙ୍କ ଘରକୁ ଯାଇଥିଲେ ଏବଂ ନିର୍ବାଚନ ପ୍ରକ୍ରିୟା ଶେଷ କରିଥିଲେ।

ସମ୍ବନ୍ଧିତ ଖବର