‘ଆଇଆଇଟି-ବିଏଚ୍‌ୟୁ’ ଛାତ୍ରୀଙ୍କୁ ଯୌନଉତ୍ପୀଡ଼ନ ଦେଇଥିବା ୩ ଅଭିଯୁକ୍ତଙ୍କୁ ଦଳରୁ ବହିଷ୍କାର କଲା ‘ବିଜେପି’

ବାରାଣସୀ: ‘ଆଇଆଇଟି-ବିଏଚ୍‌ୟୁ’ ଛାତ୍ରୀଙ୍କୁ ଉତ୍ପୀଡ଼ନ ଦେଇଥିବା ଅଭିଯୋଗରେ ଗିରଫ ହୋଇଥିବା ୩ଜଣ କର୍ମୀଙ୍କୁ ‘ବିଜେପି’ ବହିଷ୍କାର କରିଥିବା କଥା ରବିବାର ଦିନ ଦଳର ଜିଲ୍ଲା ମୁଖ୍ୟ ହଂସରାଜ ବିଶ୍ବକର୍ମା କହିଛନ୍ତି।

କିନ୍ତୁ, ଗିରଫ ହୋଇଥିବା ବ୍ୟକ୍ତିମାନଙ୍କର ପଦବୀ ଓ ଦଳରେ ସେମାନଙ୍କ ଭୂମିକା ବିଷୟରେ ସେ କିଛି କହି ନାହାନ୍ତି।

ଅଭିଯୁକ୍ତମାନେ ‘ବିଜେପି’ ସହିତ ଜଡ଼ିତ ବୋଲି ବିରୋଧୀ ଦଳ ଅଭିଯୋଗ କରିବାରୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ‘ବିଜେପି’କୁ ସମାଲୋଚନା କରି ‘ଏକ୍ସ୍‌’ କରିଥିଲେ, ୩ ଅଭିଯୁକ୍ତ ହେଉଛନ୍ତି ‘ବିଜେପି’ କର୍ମୀ। ଏହି ମାମଲାରେ ଦଳ ସେମାନଙ୍କୁ ସୁରକ୍ଷା ଦେବ।

ଦଳର ନିଷ୍ପତ୍ତି ସଂକ୍ରାନ୍ତରେ ବିଶ୍ବକର୍ମା କହିଛନ୍ତି, ପୁଲିସ ତଦନ୍ତରେ ସେମାନଙ୍କ ନାମ ଆସିଛି, ତେଣୁ ତଦନ୍ତ ପରେ ସେମାନଙ୍କୁ ଦଳରୁ ବହିଷ୍କାର କରାଯାଇଛି।

Image Courtesy of KP News

ତିନି ଅଭିଯୁକ୍ତଙ୍କୁ ‘ବିଜେପି’ ବହିଷ୍କାର କରିଛି କି, ନାହିଁ ବୋଲି ପଚରାଯିବାରୁ ବିଶ୍ବକର୍ମା କହିଲେ, ନିଃସନ୍ଦେହ, ଅଭିଯୁକ୍ତଙ୍କଠାରୁ ଦଳ ଖାଲି ଦୂରେଇ ଯାଇନାହିଁ ତାଙ୍କୁ ଦଳରୁ ବହିଷ୍କାର କରାଯାଇଛି। ଦଳର ନେତୃତ୍ବଙ୍କ ନିର୍ଦେଶ ଅନୁସାରେ, ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସୂଚନାଯୋଗ୍ୟ, ଅଭିଯୁକ୍ତମାନେ ହେଉଛନ୍ତି, କୁନାଳ ପାଣ୍ଡେ, ଆନନ୍ଦ ଓରଫ୍‌ ଅଭିଷେକ ଚୌହାନ ଓ ସକ୍ଷମ ପଟେଲ୍‌। ରବିବାର ଦିନ ବାରାଣସୀ ପୁଲିସ ସେମାନଙ୍କୁ ଗିରଫ କରିଛି। ସେମାନଙ୍କୁ ସ୍ଥାନୀୟ ଅଦାଲତରେ ହାଜର କରାଯିବା ପରେ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ନିଆଯାଇଛି।

ଉଲ୍ଲେଖଯୋଗ୍ୟ, ଥାନାରେ କରିଥିବା ଅଭିଯୋଗରେ ପୀଡ଼ିତା ଛାତ୍ରୀ କହିଥିଲେ ଯେ, ଜଣେ ବନ୍ଧୁଙ୍କ ସହିତ ସେ ରାତିରେ ହ‌ଷ୍ଟେଲ୍‌ ବାହାରକୁ ଯାଇଥିଲେ। କର୍ମଣ ବାବା ମନ୍ଦିର ନିକଟରେ ତିନିଜଣ ବାଇକ୍‌ ଆରୋହୀ ଆସି ଜବରଦସ୍ତି ତାଙ୍କୁ ଗୋଟାଏ ପଟକୁ ଟାଣି ନେଇ ପାଟି ବନ୍ଦ କରିଦେଲେ। ତା’ପରେ ତାଙ୍କୁ ବିବସ୍ତ୍ର କରି ଭିଡିଓ ଓ ଫଟୋ ଉଠାଇବାର ୧୫ ମିନିଟ୍‌ ପରେ ତାଙ୍କ ଫୋନ୍‌ ନମ୍ବର ନେଇ ଘଟଣାସ୍ଥଳରୁ ଚାଲିଯାଇଥିଲେ।

ସମ୍ବନ୍ଧିତ ଖବର