ସଂରକ୍ଷଣକୁ ନେଇ ମିଛ ପ୍ରଚାର କରୁଛି କଂଗ୍ରେସ : ଅମିତ ଶାହା

ଜୟପୁର : ରାଜସ୍ଥାନରେ ଏପ୍ରିଲ ୨୬ରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବ । ଏପ୍ରିଲ ୧୯ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଥିଲେ ହେଁ ନିର୍ବାଚନରେ ମତଦାନ ପ୍ରତିଶତ ହ୍ରାସ ପାଇଥିବାରୁ ଉଭୟ ଦଳର ନେତା ଅସନ୍ତୁଷ୍ଟ ଅଛନ୍ତି। ସେପଟେ ଏପ୍ରିଲ ୨୬ରେ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଅମିତ ଶାହା ରାଜସ୍ଥାନରେ ଦାୟିତ୍ୱ ଗ୍ରହଣ କରିଛନ୍ତି ।

ଅମିତ ଶାହ ଆଜି କୋଟା ଜିଲ୍ଲା ଗସ୍ତରେ ଯାଇ କୋଟା-ବୁନ୍ଦି ଲୋକସଭା ଆସନ ପାଇଁ ପ୍ରଚାର କରିଥିଲେ। କୋଟାରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। କୋଟାରେ ଅନୁଷ୍ଠିତ ଏକ ଜନସଭାରେ ଶାହା ସଂରକ୍ଷଣକୁ ନେଇ ବଡ ବୟାନ ଦେବା ସହ ରାହୁଲ ଗାନ୍ଧିଙ୍କୁ କଡ଼ା ସମାଲୋଚନା କରିଛନ୍ତି ।

ଅମିତ ଶାହା କହିଛନ୍ତି ଯେ କଂଗ୍ରେସ ଦଳ ରାଜସ୍ଥାନରେ ମିଥ୍ୟା ପ୍ରଚାର କରୁଛି। ଦଳ କହିଛି ଯେ ଯଦି ବିଜେପିକୁ ୪୦୦ ଆସନ ନ ମିଳେ, ତେବେ ଭାରତୀୟ ଜନତା ପାର୍ଟି ଏସସି/ଏସଟି ସଂରକ୍ଷଣକୁ ବନ୍ଦ କରିଦେବ । କିନ୍ତୁ ମୁଁ ରାହୁଲ ଗାନ୍ଧିଙ୍କୁ କହିବାକୁ ଚାହୁଁଛି ଯେ ଭାରତୀୟ ଜନତା ପାର୍ଟିର ଜଣେ ବି କର୍ମୀ ଜୀବିତ ନ ହେବା ପର୍ଯ୍ୟନ୍ତ ଏହା ସମ୍ଭବ ନୁହେଁ। ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଏ ନେଇ ନିଜର ସ୍ଥିତି ସ୍ପଷ୍ଟ କରିଛନ୍ତି ।

 

ସମ୍ବନ୍ଧିତ ଖବର