ଆନ୍ନାଙ୍କୁ ପିଏମଓର ଚିଠିରେ ଲେଖାଯାଇଛି ‘ଧନ୍ୟବାଦ ଓ ଶୁଭକାମନା’

ମୁମ୍ବାଇ: ଗୋଟିଏ ପଟେ ସମାଜସେବୀ ଆନ୍ନା ହଜାରେଙ୍କ ଅନଶନକୁ ତାଙ୍କର ନିଜ ଗ୍ରାମବାସୀଙ୍କର ପ୍ରବଳ ସମର୍ଥନ ମିଳୁଛି। ଅନ୍ୟପଟେ ପିଏମଓକୁ ପଠାଯାଇଥିବା ପତ୍ରର ଉତ୍ତର ଆସିଛି। ସେଥିରେ ଲେଖାଯାଇଛି, ଆପଣଙ୍କର ପତ୍ର ମିଳିଛି, ‘ଧନ୍ୟବାଦ ଓ ଶୁଭକାମନା’।
ଗତକାଲି ଲୋକେ ରାସ୍ତା ଉପରକୁ ଗାଡି ଚଳାଚଳ ବନ୍ଦ କରିଥିଲେ। ଏପରିକି କେତେକ ଆନ୍ଦୋଳନକାରୀ ଟାଓ୍ଵାର ଉପରେ ଚଢିଯାଇ ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ। ଆନ୍ନାଙ୍କ ସ୍ୱାସ୍ଥ୍ୟର ଯାଞ୍ଚ କରୁଥିବା ଡାକ୍ତର ଧନଂଜୟ ପେଟେଙ୍କ ଅନୁଯାୟୀ ଆନ୍ନାଙ୍କର ଶରୀରର ଓଜନ ୩.୪ କିଲୋଗ୍ରାମ୍‌ ହ୍ରାସ ପାଇଛି ।

କେନ୍ଦ୍ରରେ ଓ ମହାରାଷ୍ଟ୍ରରେ ଲୋକପାଳ,ଲୋକଯୁକ୍ତ ଆଇନ୍‌ ତିଆରି କରିବା ଓ କୃଷକମାନଙ୍କର ବିଭିନ୍ନ ଦାବି ପୂରଣ କରିବା ପାଇଁ ଆନ୍ନା ହଜାରେ ଗତ ବୁଧବାରଠାରୁ ଅହମ୍ମଦ ନଗର ଜିଲ୍ଲାରେ ଥିବା ନଜର ଗାଆଁ ରାଲେଗଣ ସିଦ୍ଧିରେ ଅନଶନ ଚଳାଇଛନ୍ତି। ଗତ ୫ ବର୍ଷ ଭିତରେ ଆନ୍ନା କେନ୍ଦ୍ର ସରକାରଙ୍କୁ ୩୫ଟି ପତ୍ର ଲେଖିଥିଲେ ହେଁ ତାଙ୍କୁ ମାତ୍ର ୨ଟି ପତ୍ରର ଉତ୍ତର ମିଳିଛି ବୋଲି କହୁଛନ୍ତି ସମାଜସେବୀ ଆନ୍ନା ହଜାରେ।

ସମ୍ବନ୍ଧିତ ଖବର