ମୁଁ ଆପଣଙ୍କ ମୁଖ୍ୟମନ୍ତ୍ରୀଙ୍କ ଭଳି ନୁହେଁ, ଓଡ଼ିଆରେ ଚିଠି ଲେଖିବି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

୧୦ ବର୍ଷରେ ଓଡ଼ିଶାକୁ ସାଢେ ୩ ଲକ୍ଷକୋଟିରୁ ଅଧିକ ଟଙ୍କା ଦେଇଛି କେନ୍ଦ୍ର ସରକାର, ବିଜେଡି ସରକାର ମହିଳାଙ୍କ ହିତକୁ ଗୁରୁତ୍ୱ ଦେଉନାହାନ୍ତି।

ବ୍ରହ୍ମପୁର: ମୁଁ ଆପଣଙ୍କ ମୁଖ୍ୟମନ୍ତ୍ରୀଙ୍କ ଭଳି ନୁହେଁ, ଓଡ଼ିଆରେ ଚିଠି ଲେଖିବି। ଏଭଳି କଟାକ୍ଷ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆଜି ବ୍ରହ୍ମପୁର ସଭାରେ ପ୍ରଧାନମନ୍ତ୍ରୀ କିଛି କଳାକାରଙ୍କ କଳାକୃତିକୁ ନେବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକଥା କହିଛନ୍ତି। ସେ କହିଛନ୍ତି, ଏଠାକାର ବିଜେଡି ସରକାର ମହିଳାଙ୍କ ହିତକୁ ଗୁରୁତ୍ୱ ଦେଉନାହାନ୍ତି। ବିଜେପି ସରକାର ମହିଳା ସଶକ୍ତୀକରଣ ପାଇଁ ପ୍ରତିବଦ୍ଧ।ସୁଭଦ୍ରା ଯୋଜନା ଓଡ଼ିଶାର ମହିଳାଙ୍କୁ ଆର୍ଥିକ ଭାବେ ସଶକ୍ତ କରିବ। ଓଡ଼ିଶାରେ ୨୫ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିବ ବିଜେପି ସରକାର। ଠିକ୍ ସେହିପରି ୭୦ ବର୍ଷରୁ ଅଧିକ ବୟସ୍କଙ୍କ ଚିକିତ୍ସା ଖର୍ଚ୍ଚ ମାଗଣାରେ ହେବ। ତେଣୁ  ଓଡ଼ିଶାରେ ଏଥର  ବିଜେପି ସରକାର ହେବା ବହୁତ ଜରୁରୀ। ୧୦ ବର୍ଷରେ ଓଡ଼ିଶାକୁ ସାଢେ ୩ ଲକ୍ଷକୋଟିରୁ ଅଧିକ ଟଙ୍କା ଦେଇଛି କେନ୍ଦ୍ର ସରକାର।

ଏଣେ ଅଧିକରୁ ଅଧିକ ଘରକୁ ଯିବାକୁ କର୍ମୀଙ୍କୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ନରେନ୍ଦ୍ର ମୋଦୀ ଜୟ ଜଗନ୍ନାଥ ଜଣାଇଥିବା, ପ୍ରତି ଘରକୁ ଯାଇ ଜଣାନ୍ତୁ। ଆପଣ ଜୟ ଜଗନ୍ନାଥ କହିଲେ, ସେମାନେ ମୋତେ ଆଶୀର୍ବାଦ ଦେବେ। ସେମାନେ ମୋତେ ଆଶୀର୍ବାଦ କଲେ, ମୋର ତାକତ ବଢ଼ିଯିବ । ମୋର ତାକତ ବଢ଼ିଲେ, ପୁଣି ଥରେ ଆସିବ ମୋଦୀ ସରକାର।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରହ୍ମପୁରରେ ଆୟୋଜିତ ବିଶାଳ ସଭାରେ ଆହୁରି କହିଛନ୍ତି, ଜଳ ଜୀବନ ମିଶନରେ କେନ୍ଦ୍ର ୧୦ ହଜାର କୋଟି ଦେଇଛି। ଉକ୍ତ ଟଙ୍କାକୁ ଏଠା ସରକାର ଠିକ ଭାବେ ଖର୍ଚ୍ଚ କରିପାରିଲେନି।ମୋଦୀ ସରକାର ମାଗଣା ଚାଉଳ ଦେଉଛି, ଏଠାକାର ବିଜେଡି ସରକାର ସେଥିରେ ନିଜ ଫଟୋ ଛାପୁଛି। ନିଜେ ବିଜେଡି ସରକାର କିଛି କରିନାହାନ୍ତି, ତେଣୁ ଏଭଳି ବେଇମାନୀ କରିବାକୁ ପଡୁଛି। ଓଡ଼ିଶା ଲୋକଙ୍କୁ ମାଗଣା ଚିକିତ୍ସା ସୁବିଧା ମିଳିପାରୁନି। ବିଜେଡି ସରକାର ଏଠାରେ ଆୟୁଷ୍ମାନ ଯୋଜନା ଲାଗୁ କରାଉନାହାନ୍ତି। ଲୋକଙ୍କୁ ଚିକିତ୍ସା ମିଳିନପାରିବାର ଦୋଷୀ ଏଠାର ବିଜେଡି ସରକାର।

ଗତ ୫୦ ବର୍ଷ ଧରି କଂଗ୍ରେସ ଏବଂ ୨୫ ବର୍ଷ ଧରି ବିଜେଡି ସରକାର ଅଛି। ଓଡିଶା ପାଖରେ ଭରପୁର ପାଣି ଅଛି, ଖଣିଜ ପଦାର୍ଥ ମଧ୍ୟ ଅଛି। ଏତେ ଲମ୍ବା ସମୁଦ୍ର ତଟ ବି ଅଛି । ହେଲେ ଏହାପରେ ବି, ଏତେ ଧନୀଶାଳୀ ଓଡ଼ିଶା କାହିଁକି ଗରିବ ରହିଗଲେ ବୋଲି ମୋଦୀ ପ୍ରଶ୍ନ କରିଛନ୍ତି। ଓଡ଼ିଶା ଧନୀ, କିନ୍ତୁ ଲୋକ ଗରିବ। ପ୍ରଥମେ କଂଗ୍ରେସ ଓ ତା ପରେ ବିଜେଡି ନେତାଙ୍କ ଲୁଟ୍ ଏହାର କାରଣ। ବିଜେଡିର ଛୋଟ ଛୋଟ ନେତା ବି ବଡ଼ ବଡ଼ ବଙ୍ଗଳାର ମାଲିକ ହେଇସାରିଲେଣି। ମୁଖ୍ୟମନ୍ତ୍ରୀଙ୍କ କ୍ଷେତ୍ରରୁ ସବୁଠୁ ଅଧିକ ଲୋକ ଦାଦନ ଖଟୁଛନ୍ତି। ଏଠାକାର ଅଧିକାଂଶ ଡାକ୍ତରଖାନାରେ ଡାକ୍ତର ପଦ ଖାଲି । ପିଲାମାନେ ଅଧାରୁ ପାଠ ଛାଡୁଛନ୍ତି। ହିଞ୍ଜିଳିରେ ଶୀତଳ ଭଣ୍ଡାର ମଧ୍ୟ ନାହିଁ। ମୋଦୀ ଓଡ଼ିଶାର ବିକାଶ ପାଇଁ ବଜେଟ କେବେ କମ୍ କରିନି ବୋଲି କହିଛନ୍ତି ମୋଦୀ।

ମନମୋହନ ସିଂହ ସରକାର ସମୟରେ ୧୦ ବର୍ଷରେ ଓଡିଶାକୁ ୧ ଲକ୍ଷ କୋଟି ଦେଇଥିଲେ । ହେଲେ ମୋଦୀ ୧୦ ବର୍ଷରେ ଓଡିଶାକୁ ସାଢେ ୧୦ ବର୍ଷରେ ଓଡ଼ିଶାକୁ ସାଢେ ୩ ଲକ୍ଷକୋଟିରୁ ଅଧିକ ଟଙ୍କା ଦେଇଛି କେନ୍ଦ୍ର ସରକାର। ହେଲେ କେବଳ ପଇସା ପଠାଇବାରେ କାମ ହେଉନି । ଏଠି ଭଲ ସରକାର ମଧ୍ୟ ଦରକାର । ବିଜେଡି ସରକାର ଯୋଜନାକୁ ଲାଗୁ କରୁନି । ନହେଲେ ନିଜର ଷ୍ଟିକର ଲଗେଇ ଦେଉଛି । ଜଳଜୀବନ ମିଶନ ପାଇଁ ଓଡିଶାକୁ ୧୦ ହଜାର କୋଟି ଟଙ୍କା ଦିଆହେଇଥିଲା । ହେଲେ ସେ ଟଙ୍କାକୁ ବିଜେଡି ସରକାର ଠିକ୍ ସେ ଖର୍ଚ୍ଚ ବି କରିପାରିଲାନି । ମୋଦୀ ଗାଁରେ ସଡ଼କ ତିଆରି କରିବାକୁ ଟଙ୍କା ପଠାଉଛି, ହେଲେ ଏଠି ଗାଁରେ ସଡକ ଅବସ୍ଥା ଖରାପ । ମୋଦୀର ମାଗଣା ଚାଉଳ ଉପରେ ନିଜ ଷ୍ଟିକର ଲଗାଉଛନ୍ତି । ସେମାନେ ନିଜେ କିଛି ବି କରିନାହାଁନ୍ତି ।

ମୋଦୀ ପୂରା ଦେଶରେ ଗରିବଙ୍କୁ ୫ ଲକ୍ଷ ପର୍ଯ୍ୟନ୍ତ ମାଗଣା ଚିକିତ୍ସାର ଗ୍ୟାରେଣ୍ଟି ଦେଇଛି । ଦେଶରେ ୬ କୋଟିରୁ ଅଧିକ ଲୋକ ମାଗଣା ଚିକିତ୍ସାର ଲାଭ ନେଇଛନ୍ତି । ହେଲେ ଓଡିଶାର ଲୋକ କିନ୍ତୁ ଏହାର ଲାଭ ପାଇପାରୁନାହାଁନ୍ତି । କାହିଁକି ନା, ବିଜେଡି ସରକାର ଆୟୁଷ୍ମାନ ଭାରତ ଯୋଜନାକୁ ଏଠି ଲାଗୁ କରିବାକୁ ଦେଲାନି ବୋଲି କହିବା ସହିତ ବର୍ଷିଛନ୍ତି ମୋଦୀ ।

ସେ ଆହୁରି କହିଛନ୍ତି, ଓଡ଼ିଶାର ଝିଅକୁ ବିଜେପି ଦେଶର ସବୁଠାରୁ ବଡ଼ ପଦବୀ ଦେଇଛି। ଓଡ଼ିଶାର ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି କରାଯାଇଛି। ଦ୍ରୌପଦୀ ମୁର୍ମୁଙ୍କ ମାର୍ଗଦର୍ଶନରେ ମୁଁ ଓଡ଼ିଶା ପାଇଁ ବହୁତ କିଛି କରିବି। ଦିଲ୍ଲୀରେ ବସିଥିବା ପ୍ରଭୁ ଜଗନ୍ନାଥଙ୍କ ଏ ପୁଅ ଓଡ଼ିଶା ପାଇଁ ବହୁତ କିଛି କରିବ। ଓଡ଼ିଆ ସଂସ୍କୃତି ପ୍ରତି ସମର୍ପିତ ବିଜେପିର ମୁଖ୍ୟମନ୍ତ୍ରୀ ବନିବ। ଓଡ଼ିଶାର ଯୁବକଙ୍କ ମଧ୍ୟରେ ପ୍ରତିଭାର କୌଣସି ଅଭାବ ନାହିଁ। ଥରେ ସୁଯୋଗ ଦିଅନ୍ତୁ, ୫ ବର୍ଷରେ ଓଡ଼ିଶାକୁ ନମ୍ବର ୱାନ୍‌ କରିବୁ।

 

ସମ୍ବନ୍ଧିତ ଖବର