କେରଳର କ୍ୟାମ୍ପସ ବିଲ୍ଡିଂରୁ ଡେଇଁ ଜୀବନ ହାରିଲେ ନିଟ୍‌ ଛାତ୍ର

କୋଜିକୋଡ଼େ: ସୋମବାର କେରଳର କୋଜିକୋଡେ ଜିଲ୍ଲାର ବିଶ୍ୱବିଦ୍ୟାଳୟ ଭବନରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ନିଟ୍‌)ର ଜଣେ ଛାତ୍ର କେରଳର କ୍ୟାମ୍ପସ ଭିତରେ ଥିବା ବିଲଡିଂରୁ ଡେଇଁ ଜୀବନ ହାରିଛନ୍ତି।

କ୍ୟାମ୍ପସ ଭିତରେ ଥିବା ବିଲଡିଂରୁ ଡେଇଁବା ପରେ ଛାତ୍ର ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ପୀଡ଼ିତ ଜଣକ ହେଉଛନ୍ତି ଯୋଗେଶ୍ୱର ନାଥ, ଯିଏ କି କେରଳୀ ନୁହଁନ୍ତି ବୋଲି ନ୍ୟୁଜ୍ ଏଜେନ୍ସି ପିଟିଆଇ ରିପୋର୍ଟ କରିଛି।

ଏ ନେଇ ଜଣେ ପୁଲିସ ଅଧିକାରୀ କହିଛନ୍ତି, “ବିଲଡିଂରୁ ଡେଇଁବା ପରେ ତାଙ୍କ ମୃତଦେହ ମିଳିଛି। ସନ୍ଦେହ କରାଯାଉଛି ଯେ ସେ ସକାଳ ପ୍ରାୟ ୫.୩୦ ସମୟରେ ଏହି ଅଘଟଣ ଘଟିଛି। ଅଧିକାରୀ କହିଛନ୍ତି ଯେ ଘଟଣାର ଅଧିକ ବିବରଣୀ ବିସ୍ତୃତ ଅନୁସନ୍ଧାନ ପରେ ଆସିବ।’’

ସମ୍ବନ୍ଧିତ ଖବର