ଏନ୍‌ଆର୍‌ସିକୁ ଖୋଲା ସମର୍ଥନ କଲେ ପ୍ରଧାନ ବିଚାରପତି

ଦେଶ ସ୍ବାର୍ଥରେ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ : ଆସାମରେ ଲାଗୁ ହୋଇଥିବା ଜାତୀୟ ନାଗରିକ ରେଜଷ୍ଟିର (ଏନ୍‌ଆର୍‌ସି) ଭବିଷ୍ୟତ ପାଇଁ ଏକ ବଳିଷ୍ଠ ଦସ୍ତାବିଜ୍‌ ଏବଂ ନାଗରିକଙ୍କ ମଂଗଳ ପାଇଁ ଏହା ଜରୁରୀ ବୋଲି ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି ରଞ୍ଜନ ଗୋଗଇ କହିଛନ୍ତି। ଜାତୀୟ ନାଗରିକ ପଞ୍ଜିକାର ଦୃଢ ସମର୍ଥନ କରି ପ୍ରଧାନ ବିଚାରପତି ଗୋଗଇ କହିଛନ୍ତି, ଏହା ଦେଶ ପାଇଁ ଅତି ଜରୁରୀ । ଏହା ଦ୍ବାରା ଭାରତରେ ବେଆଇନ ଭାବେ ରହୁଥିବା ବିଦେଶୀଙ୍କ ଉପରେ କଟକଣା ଲଗାଯାଇ ପାରିବ। ଆସାମରେ ‘ପୋଷ୍ଟ କଲୋନିଆଲ୍‌ ଆସାମ’ ନାମକ ପୁସ୍ତକ ‌ଲୋକାର୍ପଣ ଉତ୍ସବରେ ଯୋଗଦେଇ ପ୍ରଧାନ ବିଚାରପତି ଗୋଗଇ କହିଛନ୍ତି, ଜାତୀୟ ନାଗରିକ ପଞ୍ଜିକା ସମୟର ଏକ ଆବଶ୍ୟକତା ଥିଲା ଏବଂ ଦେଶବାସୀଙ୍କ ସ୍ବାର୍ଥରେ ଏହା ଏକ ବଡ଼ ପଦକ୍ଷେପ। ଏହା ତାଙ୍କ ନିଜ ରାଜ୍ୟରେ ଲାଗୁ ହୋଇଥିବାରୁ ସେ ଗର୍ବିତ ବୋଲି କହିଛନ୍ତି। ଆସାମ ଏନ୍‌ଆର୍‌ସିକୁ ୧୯ ଲକ୍ଷ ବାଦ୍‌ ପଡ଼ିବା ପ୍ରସଙ୍ଗରେ ସୀମିତ ରଖି ଚର୍ଚ୍ଚା କଲେ ଚଳିବ ନାହିଁ। ଏହା ଦେଶର ସ୍ବାର୍ଥ ସାଧନ ଦିଗରେ ଏକ ବଡ଼ ଭୂମିକା ନେବ ବୋଲି ପ୍ରଧାନ ବିଚାରପତି କହିଛନ୍ତି।

ସମ୍ବନ୍ଧିତ ଖବର