ଚୀନ୍‌ ଜାହାଜ ମୁମ୍ବାଇ ବନ୍ଦରରେ ଅଟକ: ପାକିସ୍ତାନକୁ ଆଣବିକ ପ୍ରକଳ୍ପ ସାମଗ୍ରୀ ନେଉଥିଲା

ମୁମ୍ବାଇ: ପରମାଣୁ ଓ ବାଲିଷ୍ଟିକ୍‌ କାର୍ଯ୍ୟକ୍ରମରେ ବ୍ୟବହାର ହେବାକୁ ଥିବା ସାମଗ୍ରୀ ଚାଲାଣ ସନ୍ଦେହରେ ଚୀନ୍‌ରୁ ପାକିସ୍ତାନ ଯାଉଥିବା ଏକ ଜାହାଜକୁ ଗତମାସରେ ମୁମ୍ବାଇରେ ଅଟକା ଯାଇଥିବା ଖବର ମିଳିଛି। ପାକିସ୍ତାନର ଆଣବିକ ଓ ବାଲିଷ୍ଟିକ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମ ପାଇଁ ଚୀନ୍‌ ପର୍ଯ୍ୟାପ୍ତ ସାମଗ୍ରୀ ଯୋଗାଣ କରୁଥିବା ଚର୍ଚ୍ଚାରେ ରହିଥିବା ବେଳେ ଏଭଳି ସାମଗ୍ରୀ ବୋଝେଇ ହୋଇଥିବା ଏକ ଜାହାଜକୁ ସୁରକ୍ଷା ଏଜେନ୍ସିମାନେ ମୁମ୍ବାଇର ନହାୱା ସେବା ବନ୍ଦରରେ ଜାନୁଆରି ୨୩ ତାରିଖରେ ଅଟକାଇବା ସହ ବ୍ୟାପକ ଖୋଳତାଡ଼ କରିଛନ୍ତି। ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ)ର ଏକ ଟିମ୍ ଜାହାଜରେ ଚାଲାଣ ହେଉଥିବା ସାମଗ୍ରୀକୁ ଯାଞ୍ଚ କରିବା ସହ ପାକିସ୍ତାନର ପରମାଣୁ କାର୍ଯ୍ୟକ୍ରମରେ ଏହାର ସମ୍ଭାବ୍ୟ ବ୍ୟବହାରକୁ ନିଶ୍ଚିତ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଉତ୍ତର କୋରିଆ ତା’ର ପରମାଣୁ କାର୍ଯ୍ୟକ୍ରମରେ ଯେଉଁସବୁ ଯନ୍ତ୍ରାଂଶ ବ୍ୟବହାର କରୁଛି, ଠିକ୍‌ ସେଭଳି ସାମଗ୍ରୀ ସବୁ ଏହି ଜାହାଜରେ ଠାବ କରାଯାଇଛି। ଏହି ଘଟଣା ପାକିସ୍ତାନର ବେଆଇନ ପରମାଣୁ କାର୍ଯ୍ୟକ୍ରମକୁ ପଦାରେ ପକାଇ ଦେଇଥିବା ବେଳେ ଚୀନ୍‌ରୁ ଏଭଳି ସାମଗ୍ରୀ ଚାଲାଣ କରାଯିବା ଚିନ୍ତା ବଢ଼ାଇଛି।

ସମ୍ବନ୍ଧିତ ଖବର