ଇମ୍ଫାଲ୍‌: ମେ ୩ ତାରିଖରୁ ଆରମ୍ଭ ହୋଇ ଏଯାବତ୍‌ ମଣିପୁରରେ ଲାଗିରହିଥିବା ହିଂସାକାଣ୍ଡ ଘଟଣାରେ ୬୦୦୦ରୁ ଊର୍ଦ୍ଧ୍ବ ମାମଲା ଫାଇଲ୍‌ କରାଯାଇଥିବା କଥା ସରକ‌ାରୀ ସୂତ୍ରରୁ ପ୍ରକାଶ।

Advertisment

ଫାଇଲ୍‌ କରାଯାଇଥିବା ମାମଲାଗୁଡ଼ିକ ମଧ୍ୟରୁ ଅଧିକାଂଶ ହେଉଛି ପୋଡ଼ାଜଳା ଓ ସରକାରୀ ସମ୍ପତ୍ତି ନଷ୍ଟ ସମ୍ବନ୍ଧୀୟ।

ଜଣେ ପଦସ୍ଥ ସରକାରୀ ଅଧିକାରୀ କହିଛନ୍ତି, ଆମେ ଆମର ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରିବା ଫଳରେ ତୀବ୍ରତର ହେବାର ସମ୍ଭାବନା ଥିବା ଅନେକ ଘଟଣା ଓ ଷଡ଼ଯନ୍ତ୍ରକୁ ଭଣ୍ଡୁର କରି ଦେଇଛୁ।

publive-image Image Courtesy of The Times of India

ବିଭ୍ରାନ୍ତିକର ସୂଚନା ପ୍ରସାରଣ ରୋକିବାକୁ ନିର୍ଦ୍ଦିଷ୍ଟ ଭାବେ ସାମାଜିକ ଗଣମାଧ୍ୟମ ପ୍ଲାଟ୍‌ଫର୍ମ ଉପରେ ଦୃଷ୍ଟି ରଖାଯାଇଛି। ତେଣୁ, କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପୂର୍ବରୁ ଫୁଟେଜ୍‌ଗୁଡ଼ିକର ସତ୍ୟାସତ୍ୟ ଯାଞ୍ଚ କରାଯାଉଛି।

ରାଜ୍ୟରେ ଅସ୍ଥିରତା ଲାଗି ରହିଥିବାରୁ ସ୍ଥାନୀୟ ଥାନାଗୁଡ଼ିକରେ ସମ୍ବଳ ସଙ୍କଟ ଯୋଗୁଁ ନରହତ୍ୟା ଓ ଆକ୍ରମଣ ଭଳି ଗୁରୁତର ଅପରାଧ ସବୁର ତଦନ୍ତରେ ବାଧା ଉପୁଜୁଛି। ତେଣୁ, ଅଧିକାଂଶ ଥାନା ସର୍ବନିମ୍ନସଂଖ୍ୟକ ପୁଲିସ କର୍ମଚାରୀଙ୍କୁ ନେଇ ଚାଲିଛି। ବିଭିନ୍ନ ଅଞ୍ଚଳରେ ଆଇନ-ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ଉପରେ ଅଧିକ ଧ୍ୟାନ ଦିଆଯାଉଛି।

publive-image Image Courtesy of NDTV

ମଣିପୁରର ୧୬ ଜିଲ୍ଲାରୁ ଅର୍ଦ୍ଧେକ ଜିଲ୍ଲାକୁ ଏବେ ମଧ୍ୟ ଅସ୍ଥିର ବୋଲି ବିଚାର କରାଯାଉଛି। ନିଷ୍କ୍ରିୟତା ଏଡ଼ାଇବା ପାଇଁ ଆମେ ସୁରକ୍ଷା ବଳଙ୍କୁ ‌କିଛି କିଛି ଦିନ ଅନ୍ତରରେ ବିଭିନ୍ନ ପ୍ରାନ୍ତକୁ ଅଦଳ ବଦଳ କରୁଛୁ।

ଉଲ୍ଲେଖଯୋଗ୍ୟ, କୁକି ଜନଜାତି ଗୋଷ୍ଠୀ ଓ ସଂଖ୍ୟାଗରିଷ୍ଠ ମଣିପୁରୀ ଆଦିମ ଅଧିବାସୀମାନଙ୍କ ମଧ୍ୟରେ ଭୀଷଣ ସଂଘର୍ଷ ଆରମ୍ଭ ହେବା ପରଠାରୁ ସେଠାରେ ଅନ୍ୟୂନ ୧୨୫ଜଣଙ୍କର ମୃତ୍ୟୁ ଘଟିଲାଣି ଏବଂ ୪୦,୦୦୦ରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କୁ ସେମାନଙ୍କ ଘରୁ ସ୍ଥାନାନ୍ତରଣ କରାଗଲାଣି।