ବିବାହ ଭୋଜିରେ ସ୍ମୋକ ପାନ ଖାଇବା ବାଳିକାଙ୍କୁ ମହଙ୍ଗା ପଡ଼ିଲା: ପେଟର ହେଲା ଅସ୍ତ୍ରୋପଚାର

ନୂଆଦିଲ୍ଲୀ: ସ୍ମୋକ ପାନର ଚାହିଦା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହି ପାନ ପାଇଁ ସ୍ବତନ୍ତ୍ର ଦୋକାନ ଖୋଲି ଗଲାଣି। ଏଥିସହିତ କୌଣସି ମେଳା ହେଉ ଅବା ବିବାହ ଭୋଜିରେ ସ୍ମୋକ ପାନର ଯଦି ଷ୍ଟଲ ପଡ଼ିଛି ତେବେ ସେଠାରେ ଲୋକଙ୍କ ଭିଡ଼ ଜମି ଯାଇଥାଏ। ତେବେ ଏହି ସ୍ମୋକ ପାନ ପ୍ରତି ସଜାଗ ରହିବାକୁ ନିକଟରେ ଡାକ୍ତରମାନେ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି।

ନିକଟରେ ବେଙ୍ଗାଲୁରୁରେ ବସବାସ କରୁଥିବା ଜଣେ ୧୨ବର୍ଷର ବାଳିକା ଏକ ବିବାହ ଭୋଜି‌ରେ ଯୋଗ ଦେଇଥିଲେ। ଏହି ଭୋଜିରେ ‌ସେ ସ୍ମୋକ ପାନ ଖାଇ ଦେଇଥିଲେ। ଯେଉଁ କାରଣରୁ ତାଙ୍କ ପେଟ‌ରେ ଛିଦ୍ର ହୋଇଯାଇଥିଲା।

ଏହାପରେ ଯନ୍ତ୍ରଣା ସହି ନପାରିବାରୁ ଯୁବତୀ ଯେତେବେଳେ ହସ୍ପିଟାଲ ଯାଇଥିଲେ ଡାକ୍ତର ତାଙ୍କର ଚିକିତ୍ସା  କରିବା ପରେ ପେଟ ଭିତରେ ହୋଇଥିବା ଛିଦ୍ର ଯେମିତି ଆଗକୁ କୌଣସି ସମସ୍ୟା ସୃଷ୍ଟି ନକରେ ସେଥିପାଇଁ ତୁରନ୍ତ ଅସ୍ତ୍ରୋପଚାର ପାଇଁ କହିଥିଲେ।

ଡାକ୍ତର ବିଜୟ ଏଚ ଏସଙ୍କ ନେତୃତ୍ବରେ ବାଳିକାଙ୍କ ଅସ୍ତ୍ରୋପଚାର ହୋଇଥିଲା। ଅସ୍ତ୍ରୋପଚାର ଦ୍ବାରା ପେଟ ଭିତରେ ହୋଇଥିବା ଛିଦ୍ରକୁ ହଟାଇ ଦିଆଯାଇଥିଲା। ବାଳିକା ଜଣକ ଅସ୍ତ୍ରୋପଚାର ପରେ ଦୁଇଦିନ ଆଇସିୟୁରେ ରହିଥିଲେ। ଗୋଟିଏ ଦିନ ବେଡକୁ ଆସିବା ପରେ ତାଙ୍କୁ ଘରକୁ ଛୁଟି କରି ଦିଆଯାଇଥିଲା।

ସମ୍ବନ୍ଧିତ ଖବର