ସୀମାରେ ସ୍ମାର୍ଟ ତାରବାଡ଼ ନିର୍ମାଣ କରୁଛି ଭାରତ, ପାକିସ୍ତାନ ବିବ୍ରତ

ନୂଆଦିଲ୍ଲୀ : ଭାରତ ପ୍ରଥମେ ସର୍ଜିକାଲ ଷ୍ଟ୍ରାଇକ ଓ ଚଳିତ ବର୍ଷ ବାଲାକୋଟ ଏୟାରଷ୍ଟ୍ରାଇକ କରିବା ପରେ ପାକିସ୍ତାନ ଆତଙ୍କିତ ରହୁଛି । ଆଗକୁ ପୁଣି କେଉଁ ଅପରେସନ ହେବ ତାହା ପାକିସ୍ତାନକୁ ବିବ୍ରତ କରିଦେଇଛି । ଏଥିପାଇଁ ସୀମାରେ ଛୋଟ ମୋଟ କୌଣସି ଘଟଣା ଘଟିଲେ ମଧ୍ୟ ତାହା ପାକିସ୍ତାନରେ ଭୟର ବାତାବରଣ ସୃଷ୍ଟି କରୁଛି ।

ନିକଟରେ ଭାରତ ଅନ୍ତର୍ଜାତୀୟ ସୀମା ଓ ନିୟନ୍ତ୍ରଣ ରେଖା ନିକଟରେ ଥିବା ତାରବାଡ଼କୁ ହଟାଇ ସ୍ମାର୍ଟ ବାଡ଼ ଦେବାକୁ କାର୍ଯ୍ୟ ଆରମ୍ଭ କରିଛି । ପାରମ୍ପରିକ ତାର ବାଡ଼ ତୁଳନାରେ ସ୍ମାର୍ଟ ବାଡ଼ରେ ସେନସର୍‌ ରହିବ, ଯଦ୍ୱାରାକି ଏକ କଣ୍ଟ୍ରୋଲ ରୁମରେ ବସି ଅନୁପ୍ରବେଶକାରୀଙ୍କୁ ସହଜରେ ଧରି ପାରିବ ଭାରତୀୟ ସେନା । ଏହା ହିଁ ପାକିସ୍ତାନକୁ ବିବ୍ରତ କରିଛି ।

ପାକିସ୍ତାନ ଭିତରେ ଟ୍ୟାଙ୍କ୍‌ ପଠାଇ ଆକ୍ରମଣ କରିବାକୁ ଭାରତ ଏହି ତାରବାଡ଼ ହଟାଇଛି ବୋଲି ପାକିସ୍ତାନ ଅଭିଯୋଗ କରିଛି । ପାକିସ୍ତାନ ସେନାର ଜନସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି ଯେ ଭାରତ ନିୟନ୍ତ୍ରଣ ରେଖା ନିକଟରେ ଥିବା ତାରବାଡ଼ ଗୁଡ଼ିକୁ ହଟାଇବା ଆରମ୍ଭ କରିଛି । ସେଠାରେ ଟ୍ୟାଙ୍କ, ଆର୍ମରଡ ଭେହିକ୍ଲ, ବ୍ରହ୍ମସ୍‌ ମିସାଇଲ, ଆଣ୍ଟି-ଟ୍ୟାଙ୍କ ସ୍ପାଇକ ମିସାଇଲ ଓ ଅନ୍ୟାନ୍ୟ ଯୁଦ୍ଧାସ୍ତ୍ର ମୁତୟନ କରିଛି । ଏହା ଦ୍ୱାରା ଭାରତ ଆକ୍ରମଣ କରିବାକୁ ପ୍ରସ୍ତୁତି ଚଳାଇଛି ବୋଲି ପାକିସ୍ତାନ ପକ୍ଷରୁ ଜାତିସଂଘରେ ଅଭିଯୋଗ କରାଯାଇଛି ।

ସମ୍ବନ୍ଧିତ ଖବର