ବୁଧବାର ଦିନ ମୋଦୀ-ପୁଟିନ ଭେଟ, ସ୍ୱାକ୍ଷରିତ ହେବ ୨୫ଟି ରାଜିନାମା

ନୂଆଦିଲ୍ଲୀ : ଆସନ୍ତା ବୁଧବାରଦିନ ଭ୍ଲାଡିଭୋସ୍ତକଠାରେ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିବେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦୁଇଦେଶ ମଧ୍ୟରେ ଗତ ୨୦ ବର୍ଷ ଧରି ଅନୁଷ୍ଠିତ ହେଉଥିବା ବାର୍ଷିକ ଦ୍ୱିପାକ୍ଷିକ ସମ୍ମିଳନୀ ଅବସରରେ ଏହି ଭେଟ ହେବ । ଏହି ଅବସରରେ ପୁଟିନ ମୋଦୀଙ୍କ ସମ୍ମାନାର୍ଥେ ଏକ ରାତ୍ର ଭୋଜନର ବ୍ୟବସ୍ଥା କରିଛନ୍ତି ।

ଏହି ସମ୍ମିଳନୀରେ ଦୁଇଦେଶ ମଧ୍ୟରେ ପ୍ରତିରକ୍ଷା, ମହାକାଶ ବିଜ୍ଞାନ ଓ କାରିଗରୀ,ଶିଳ୍ପ, ପୁଞ୍ଜିନିବେଶ, ବାଣିଜ୍ୟ, ଶକ୍ତି ଆଦି କ୍ଷେତ୍ରରେ ପ୍ରାୟ ୨୫ଟି ଚୁକ୍ତି ସ୍ୱାକ୍ଷରିତ ହେବାର ସମ୍ଭାବନା ରହିଛି । ଏହି ସମ୍ମିଳନୀରେ ଦୁଇଦେଶ ଦ୍ୱିପାକ୍ଷିକ ସହଯୋଗ ଉପରେ ଏକ ଯୁଗ୍ମ ଘୋଷଣାନାମା ଜାରି କରିବେ । ଆହୁରିମଧ୍ୟ ମହାତ୍ମାଗାନ୍ଧୀଙ୍କ ୧୫୦ ତମ ଜନ୍ମବାର୍ଷିକୀ ଅବସରରେ ପୁଟିନ ଏକ ସ୍ୱତନ୍ତ୍ର ଡାକଟିକଟ ଉନ୍ମୋଚନ କରିବେ । ବିଶ୍ୱ କୂଟନୀତିରେ ଅନେକ ପରିବର୍ତ୍ତନ ଆସିଥିଲେ ମଧ୍ୟ ଭାରତ-ଋଷିଆ ମଧ୍ୟରେ ବନ୍ଧୁତ୍ୱ ଅତୁଟ ରହିଛି । କଶ୍ମୀର ଉପରେ ସୁରକ୍ଷା ପରିଷଦ ବୈଠକରେ ଋଷିଆ ଭାରତକୁ ସମର୍ଥନ ଜଣାଇଥିଲା ।

ସମ୍ବନ୍ଧିତ ଖବର