ଭାରତର ଜିତାପଟ; ଇସ୍‌ଲାମାବାଦର ଅଜ୍ଞାତ ସ୍ଥାନରେ କୁଲଭୂଷଣଙ୍କୁ ଏକାନ୍ତରେ ଭେଟିଲେ ବରିଷ୍ଠ କୂଟନୀତିଜ୍ଞ ଗୌରବ ଆଲୁଓ୍ଵାଲିଆ

ଇସ୍‌ଲାମାବାଦ୍‌: ପାକିସ୍ତାନ ବିରୋଧରେ ଆଜି ପୁଣି ଥରେ ହୋଇଛି ଭାରତର ଜିତ୍‌। ପାକିସ୍ତାନ ଜେଲରେ ବନ୍ଦୀ ଥିବା ଭାରତୀୟ ନାଗରିକ କୁଲଭୂଷଣ ଯାଦବଙ୍କୁ ଆଜି ଇସ୍‌ଲାମାବାଦର ଏକ ଅଜ୍ଞାତ ସ୍ଥାନରେ ସଂପୂର୍ଣ୍ଣ ଏକାନ୍ତ ଓ ନିରୋଳାରେ ଭେଟିଛନ୍ତି ଭାରତର ବରିଷ୍ଠ କୂଟନୀତିଜ୍ଞ ଗୌରବ ଆଲୁଓ୍ଵାଲିଆ। ଭାରତର ସର୍ତ୍ତରେ ପାକିସ୍ତାନ ରାଜି ହେବାପରେ ଆଜି ଭାରତର କୂଟନୀତିଜ୍ଞ ଗୌରବ ଆଲୁଓ୍ଵାଲିଆ କୁଲଭୂଷଣଙ୍କୁ ଭେଟି ତାଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି। ପୂର୍ବରୁ କୁଲଭୂଷଣଙ୍କୁ ‘କନ୍‌ସୁଲାର’ ସହାୟତା ଯୋଗାଇ ଦେବାକୁ ଅନ୍ତର୍ଜାତୀୟ ଅଦାଲତ (ଆଇସିଜେ) ପାକିସ୍ତାନକୁ ନିର୍ଦ୍ଦେଶ ଦେଇଥିଲା।

ତେବେ, କୁଲଭୂଷଣଙ୍କୁ ‘କନ୍‌ସୁଲାର’ ସହାୟତା ଯୋଗାଇ ଦେବା ଅବସରରେ ଭାରତର କୂଟନୀତିଜ୍ଞଙ୍କ ସହ ପାକିସ୍ତାନୀ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିବେ ବୋଲି ପାକିସ୍ତାନ ସର୍ତ୍ତ ରଖିବାରୁ ଏହାର ତୀବ୍ର ବିରୋଧ କରିଥିଲେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର। ପରେ ଭାରତର ବିରୋଧ ଆଗରେ ମୁଣ୍ଡ ନୁଆଇଁ ପାକିସ୍ତାନ ସଂପୂର୍ଣ୍ଣ ଏକାନ୍ତ ଓ ନିରୋଳାରେ କୁଲଭୂଷଣଙ୍କୁ ଭେଟିବା ପାଇଁ ରାଜିହେବା ପରେ ଆଜି ଭାରତର କୂଟନୀତିଜ୍ଞ ଗୌରବ ଆଲୁଓ୍ଵାଲିଆ କୁଲଭୂଷଣଙ୍କୁ ଇସ୍‌ଲାମାବାଦର ଏକ ଅଜ୍ଞାତ ସ୍ଥାନରେ ଭେଟି ତାଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି। ତେବେ, ଆଲୋଚନାର ସବିଶେଷ ବିବରଣୀ ଜଣାପଡ଼ି ନାହିଁ।

NDTV

ପ୍ରସଙ୍ଗକ୍ରମେ ଭାରତୀୟ ନାଗରିକ କୁଲଭୂଷଣ ଯାଦବଙ୍କୁ ପାକିସ୍ତାନର ସାମରିକ ଅଦାଲତ ମୁତ୍ୟୁଦଣ୍ଡରେ ଦଣ୍ଡିତ କରିବା ପରେ ସେ ଏବେ ପାକିସ୍ତାନ ଜେଲରେ ବନ୍ଦୀ ଅଛନ୍ତି। ତେବେ, ପାକିସ୍ତାନର ସାମରିକ ଅଦାଲତର ମୁତ୍ୟୁ ଦଣ୍ଡାଦେଶ ବିରୋଧରେ ଭାରତ ଅନ୍ତର୍ଜାତୀୟ ଅଦାଲତ (ଆଇସିଜେ)ର ଦ୍ୱାରସ୍ଥ ହେବାପରେ ଆଇସିଜେ କୁଲଭୂଷଣଙ୍କ ମୁତ୍ୟୁ ଦଣ୍ଡାଦେଶ ଉପରେ ରୋକ୍‌ ଲଗାଇବା ସହ ତାଙ୍କୁ ‘କନ୍‌ସୁଲାର’ ସହାୟତା ଯୋଗାଇ ଦେବାକୁ ପାକିସ୍ତାନକୁ ନିର୍ଦ୍ଦେଶ ଦେଇଥିଲା।

ସମ୍ବନ୍ଧିତ ଖବର