ମୁସଲମାନ୍ ବ୍ୟକ୍ତି ଘରେ ପଢ଼ୁଥିଲେ ‘ଶ୍ରୀମଦ୍ ଭଗବଦ୍ ଗୀତା’, ନିସ୍ତୁକ ମାଡ଼ ମାରିଲେ ଦୁଇ ଯୁବକ

ଆଲିଗଡ଼: ଉତ୍ତର ପ୍ରଦେଶର ଶାହଜମଲ ଅଞ୍ଚଳରେ ଜଣେ ୫୫ ବର୍ଷ ବୟସ୍କ ମୁସଲମାନ୍ ବ୍ୟକ୍ତି ହିନ୍ଦୁ ଧର୍ମର ପବିତ୍ର ଧାର୍ମିକ ପୁସ୍ତକ ‘ଶ୍ରୀମଦ୍ ଭଗବଦ୍ ଗୀତା’ ପଢ଼ୁଥିବାର ଦେଖି ଦୁଇ ଜଣ ମୁସଲମାନ୍ ଯୁବକତାଙ୍କୁ ମାଡ଼ ମାରିଥିବାର ଖବର ମିଳିଛି। ମିଳିଥିବା ସୂଚନା ଅନୁଯାୟୀ ସଂଖ୍ୟାଲଘୁ ସଂପ୍ରଦାୟର ବ୍ୟକ୍ତି ଜଣକ ନିଜ ଘରେ ବସି ଗୀତା ପଢ଼ୁଥିଲେ । ଏହି ଘଟଣା ଜାଣିବା ପରେ ନିଜ ସଂପ୍ରଦାୟର ୨ ଜଣ ଯୁବକ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ଏସଂକ୍ରାନ୍ତରେ ଥାନାରେ ଅଭିଯୋଗ ହୋଇଛି ।

ପୁଲିସ କହିବା ଅନୁସାରେ ଏକ କାରଖାନାରେ ସୁରକ୍ଷା ଗାର୍ଡ ଭାବେ କାର୍ଯ୍ୟରତ ଦିଲଶେର ଗୁରୁବାର ସକାଳ ୯ଟାରେ ନିଜ କାମରୁ ଫେରିବା ପରେ ଘରେ ବସି ପବିତ୍ର ଗ୍ରନ୍ଥ ଗୀତା ପାଠ କରୁଥିଲେ । ଏହି ସମୟରେ ଗାଁର ସମୀର, ଜାକିର ଓ କିଛି ଯୁବକ ଦିଲଶେରଙ୍କ ଘରେ ପଶି ତାଙ୍କ ଉପରକୁ ଆକ୍ରମଣ କରିଥିଲେ । ଉତ୍ତେଜିତ ଯୁବକମାନେ ନିସ୍ତୁକ ମାଡ଼ ମାରିବା ପରେ ଘଟଣାସ୍ଥଳରୁ ଚାଲିଯାଇଥିଲେ । ସେମାନେ ହିନ୍ଦୁ ଗ୍ରନ୍ଥ ଗୀତା ଓ ରାମାୟଣକୁ ସାଙ୍ଗରେ ଧରି ଚାଲି ଯାଇଥିଲେ ।

photo-navbharattimes

ପୀଡ଼ିତ ଦିଲଶେର କହିଛନ୍ତି ଯେ ସେ ୩୮ ବର୍ଷ ହେବ ଧାର୍ମିକ ପୁସ୍ତକ ପଢୁଛନ୍ତି । ଦିଲଶେର କହିଛନ୍ତି ଯେ ସେ ମୁସଲିମ ହେଲେ ବି ତାଙ୍କୁ ଅନ୍ୟ ଧର୍ମର ପୁସ୍ତକ ପଢ଼ିବାରେ କେହି ରୋକି ପାରିବେ ନାହିଁ । ଏହି ମାମଲାର ତଦନ୍ତ କରାଯାଉଛି ଏବଂ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସପି (ସିଟି) ଅଭିଷେକ କହିଛନ୍ତି ।

ସମ୍ବନ୍ଧିତ ଖବର