ମଧ୍ୟପ୍ରଦେଶ : ଚାଷୀଙ୍କୁ ଲାଞ୍ଚ ମାଗି ଏବେ ହରଡଘଣାରେ ତହସିଲଦାର। ଏହି ତହସିଲ ଅଧିକାରୀ ଜଣକ ଜଣେ ଚାଷୀଙ୍କ ଜମିକୁ ଖାରଜ କରିବା ପାଇଁ ତାଙ୍କଠାରୁ ୧ ଲକ୍ଷ ଟଙ୍କା ମାଗିଥିଲେ। ଏତେଗୁଡିଏ ଟଙ୍କା ଦେବାକୁ ଅକ୍ଷମ ଥିବା ଚାଷୀ ନିଜ ମଇଁଷିକୁ ଆଣି ଅଧିକାରୀଙ୍କ ଗାଡିରେ ବାନ୍ଧିଦେଲେ, କହିଲେ ପାଖରେ ପଇସା ନାହିଁ ୟାକୁ ନେବ ଯଦି ନିଅ। ଏଭଳି ଏକ ଘଟଣା ଘଟିଛି ମଧ୍ୟପ୍ରଦେଶ ଖଡଗପୁରରେ। ଯାହା ଏବେ ଚର୍ଚ୍ଚାର ପରିସରକୁ ଆସିଛି ।

Advertisment

publive-image

ଅଭିଯୋଗ ରହିଛି କି ଏଠାକାର ତହସିଲଦାର ସୁନୀଲ ବର୍ମା ଏହି ଚାଷୀଙ୍କ ଜମିକୁ ଖାରଜ କରିବା ପାଇଁ ତାଙ୍କ ଠାରୁ ୧ ଲକ୍ଷ ଟଙ୍କାର ଲାଞ୍ଚ ମାଗିଥିଲେ ।୫୦ ବର୍ଷୀୟ କୃଷକ ଲକ୍ଷ୍ମୀ ଯାଦବ ୧ ଲକ୍ଷ ଟଙ୍କା ଦେବା ପାଇଁ ଆର୍ଥୀକ ସ୍ତରରେ ସବଳ ନଥିଲେ । ତେଣୁ ବାରମ୍ବାର ଟଙ୍କା ମାଗୁଥିବା ଏହି ଘୁସ୍ ଖୋର ଅଫିସରଙ୍କ ଗାଡିରେ ସେ ତାଙ୍କ ମଇଁଷି ବାନ୍ଧି ଦେଇଥିଲେ ଏବଂ କହିଥିଲେ, ଟଙ୍କା ନାହିଁ ଯଦି ପାରୁଛନ୍ତି ଏହି ମଇଁଷି ନେଇଯାନ୍ତୁ । ଏହି ଘଟଣାକୁ ଦେଖି ସେଠାରେ ସ୍ଥାନୀୟ ଲୋକଙ୍କ ଭିଡ ମଧ୍ୟ ଜମିବାରେ ଲାଗିଥିଲା । ଆପଣଙ୍କୁ କହିରଖୁଛୁ ଲକ୍ଷ୍ମୀ ଯାଦବ ପୂର୍ବରୁ ୫୦ ହଜାର ଟଙ୍କା ଉକ୍ତ ଅଧିକାରୀଙ୍କୁ ଦେଇଥିଲେ । କିନ୍ତୁ ସେ ବାରମ୍ବାର ପୁଣି ଟଙ୍କା ମାଗୁଥିଲେ ଯେଉଁଥିପାଇଁ ଗରିବ ଚାଷୀ ଜଣକ ଅବସାଦରେ ଥିଲେ ।

ମିଡିଆ ରିପୋର୍ଟ ଅନୁସାରେ ଟିକମଗଡ ଜିଲ୍ଲାପାଳ ସୌରଭ୍ କୁମାର ସୁମନ୍ ଏହି ଘଟଣାର ଯାଞ୍ଚ୍ କରିବା ପାଇଁ ଆଦେଶ ଦେଇଛନ୍ତି । ଯଦି ଘଟଣା ସତ ହୁଏ ତେବେ ଉକ୍ତ ଅଧିକାରୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ।