ନୋଇଡା : ନୋଇଡାରେ ପୁଲିସର ବିଭିନ୍ନ ଉଦ୍ୟମ ସତ୍ତ୍ବେ ଚଳନ୍ତା ବାଇକ ଓ କାରରେ ଷ୍ଟଣ୍ଟ (ଦୁଃସାହସିକ କ୍ରୀଡ଼ା) ପ୍ରଦର୍ଶନ କରୁଥିବା ଯୁବକମାନଙ୍କୁ ନିୟନ୍ତ୍ରଣ କରାଯାଇପାରୁନାହିଁ । ନିକଟରେ ଏପରି ଏକ ଘଟଣା ନୋଇଡାର ସିଟି ସେଣ୍ଟର ଅଂଚଳରେ ହୋଇଛି । କେତେକ ଯୁବକ ଦ୍ରୁତ ଗତିରେ କାର ଚଳାଇବା ସହ ଝରକାରୁ ବେକ ବାହାର କରି ବିପୁଳ ପରିମାଣରେ ନୋଟ୍ ଉଡ଼ାଉଥିଲେ । ଏହାର ଏକ ଭିଡିୋ ଭାଇରାଲ ହୋଇଛି ।
ଭିଡିଓରେ ଦେଖାଯାଉଛି କେତେକ ଯୁବକ ମୋଟ ୧୨ଟି ଗାଡ଼ି (ଏସୟୁଭି ଓ କାର୍) ଚଳାଇ ଯାଉଛନ୍ତି । ଅଧିକାଂଶ ଗାଡ଼ିରୁ ସେମାନେ ବାହାରକୁ ବାହାରି ଅତ୍ୟନ୍ତ ବିପଜ୍ଜନକଭାବେ ଝୁଲି ରହୁଛନ୍ତି । ପ୍ରଥମେ ଏକ ଧଳା ଏସୟୁଭି ଯାଉଛି, ତା ପଛରେ ଆଉ ୨ଟି କଳା ରଙ୍ଗର କାର ଯାଉଛି । ଏହା ପରେ ଆଉ ଏକ କଳା ରଙ୍ଗର କାରରୁ ନୋଟ ଉଡ଼ାଯାଉଛି ।
ଭାଇରାଲ ଭିଡିଓକୁ ନଜରରେ ରଖି ନୋଏଡା ଟ୍ରାଫିକ ପୁଲିସ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛି । ନୋଏଡ଼ା ଟ୍ରାଫିକ୍ ପୁଲିସ ଚାଲାଣ ସହ ୧୨ଟି ଗାଡ଼ି ଜବତ କରିଛି। କାର୍ଯ୍ୟାନୁଷ୍ଠାନ ସହ ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ମଧ୍ୟ ରୁଜୁ କରାଯାଇଛି।
ଆପଣଙ୍କୁ କହିରଖୁଛୁ ଯେ ଗତ କିଛି ମାସ ହେବ ନୋଏଡା ପୋଲିସ ସମଗ୍ର ଜିଲ୍ଲାରେ ଶତାଧିକ ଷ୍ଟଣ୍ଟମ୍ୟାନଙ୍କୁ ଗିରଫ କରି ଜେଲ ପଠାଇଛି । ଦୃଢ଼ ଆକ୍ସନ ସତ୍ତ୍ୱେ ଷ୍ଟଣ୍ଟିଂକୁ ନିୟନ୍ତ୍ରଣ କରାଯାଇପାରୁନାହିଁ।