ଜି.ପରମେଶ୍ୱରଙ୍କୁ ଗୃହ, ଶିବକୁମାରଙ୍କୁ ଜଳସେଚନ ଦେଇ ନିଜ ହାତରେ ଅର୍ଥ ଓ ଗୁଇନ୍ଦା ବିଭାଗ ରଖିଲେ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା

ବେଙ୍ଗାଲୁରୁ: ଆଜି କର୍ଣ୍ଣାଟକ ରାଜ୍ୟ କ୍ୟାବିନେଟ୍‌ ସମ୍ପ୍ରସାରଣ କରାଯାଇଛି। ନିୟମାନୁସାରେ, କର୍ଣ୍ଣାଟକ ସରକାରରେ ୩୪ଜଣ ମନ୍ତ୍ରୀ ରହିପାରିବେ। ସେମାନଙ୍କ ମଧ୍ୟରୁ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା ଏବଂ ଉପମୁଖ୍ୟମନ୍ତ୍ରୀ ଡି. କେ‌. ଶିବକୁମାରଙ୍କ ସମେତ ୧୦ଜଣ ମେ ୨୦ ତାରିଖ ଦିନ ଶପଥ ଗ୍ରହଣ କରିଥିଲେ। ଆଉ ଆଜି ୨୪ ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି | ଏହାପରେ ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ କରାଯାଇଛି | ମିଳିଥିବା ସୂଚନା ମୁତାବକ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା ନିଜ ପାଖରେ ଅର୍ଥ, କ୍ୟାବିନେଟ୍ ବ୍ୟାପାର, ସୂଚନା ଓ ପ୍ରସାରଣ, ଗୁଇନ୍ଦା ବିଭାଗ ଏବଂ ଆବଣ୍ଟନ ହୋଇ ନଥିବା ସମସ୍ତ ବିଭାଗ ରଖିଛନ୍ତି |

कर्नाटक सरकार में विभागों का बंटवारा

ସେହିପରି ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କୁ ଜଳସେଚନ ସହ ବେଙ୍ଗାଲୁରୁ ସହର ବିକାଶ ବିଭାଗ ଦିଆଯାଇଛି | ଅନ୍ୟପଟେ ଜି ପରମେଶ୍ୱରଙ୍କୁ ଗୃହ, ଏଚକେ ପାଟିଲଙ୍କୁ ଆଇନ ଓ ସଂସଦୀୟ ବ୍ୟାପାର, କେଏ ମୁନିଆପ୍ପାଙ୍କୁ ଖାଦ୍ୟ ଓ ଯୋଗାଣ ବିଭାଗ ଦିଆଯାଇଛି | ସେହିପରି କଂଗ୍ରେସ ଅଧ୍ୟକ୍ଷ ମଲ୍ଲୀକାର୍ଜୁନ ଖଡ଼ଗେଙ୍କ ପୁଅ ପ୍ରିୟାଙ୍କ ଖଡ଼ଗେଙ୍କୁ ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ବିଭାଗ ମିଳିଛି | କେଜେ ଜର୍ଜଙ୍କୁ ଶକ୍ତି, ଏମବି ପାଟିଲଙ୍କୁ ଆଇଟି ଓ କ୍ଷୁଦ୍ର ଶିଳ୍ପ ବିଭାଗ ଦିଆଯାଇଛି | ରାମାଲିଙ୍ଗା ରେଡ୍ଡିଙ୍କୁ ପରିବହନ, ଦୀନେଶ ଗୁଣ୍ଡରାଓଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଈଶ୍ବର ଖାନ୍ଦ୍ରେଙ୍କୁ ବନ ଓ ପରିବେଶ, ଏନ ଚାଲୁଭାରସ୍ବାମୀଙ୍କୁ କୃଷି ବିଭାଗର ଦାୟିତ୍ୱ ମିଳିଛି | ଲକ୍ଷ୍ମୀ ହେବାଲକରଙ୍କୁ ମହିଳା ଓ ଶିଶୁବିକାଶ, ଶରଣ ପ୍ରକାଶ ପାଟିଲଙ୍କୁ ଉଚ୍ଚଶିକ୍ଷା ବିଭାଗ ଦିଆଯାଇଛି |

ସମ୍ବନ୍ଧିତ ଖବର