ଆମର ମିସାଇଲ ସିଷ୍ଟମ ଖୁବ ସୁରକ୍ଷିତ, ସଂସଦରେ ଉତ୍ତର ରଖି ଏଭଳି କହିଲେ ରାଜନାଥ

ନୂଆଦିଲ୍ଲୀ: ମାର୍ଚ୍ଚ ୯ରେ ହଠାତ୍ ପାକିସ୍ତାନ ମାଟିରେ ପଡିଥିବା ଭାରତୀୟ ମିସାଇଲ ସମ୍ପର୍କରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସଂସଦରେ କହିଛନ୍ତି। ସେ କହିଛନ୍ତି ଯେ ପ୍ରତିଦିନ ହେଉଥିବା ରକ୍ଷଣାବେକ୍ଷଣ ଏବଂ ଯାଞ୍ଚ ସମୟରେ ହଠାତ୍ ସକାଳ ୭ଟାରେ ଏହି କ୍ଷେପଣାସ୍ତ୍ର ଉତକ୍ଷେପଣ ହୋଇଯାଇଥିଲା | ଏହି ଘଟଣା ପାଇଁ ଆମେ ଦୁଃଖିତ | ତେବେ ଏହି ଦୁର୍ଘଟଣା ହେତୁ କେହି ଆହତ ହୋଇ ନ ଥିବାରୁ ଆମେ ଆଶ୍ୱସ୍ତ ।


ସରକାର ଏହି ଘଟଣାକୁ ଗମ୍ଭୀରତାର ସହ ନେଇଛନ୍ତି ଏବଂ ଏକ ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ଆହୁରି କହିଛନ୍ତି ଯେ ଏହି ଅନୁସନ୍ଧାନ ଦ୍ୱାରା ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ିବ | ମୁଁ ଏହା ମଧ୍ୟ କହିବାକୁ ଚାହେଁ ଯେ ଏହି ଘଟଣା ପରେ ଅପରେସନ୍, ରକ୍ଷଣାବେକ୍ଷଣ ଏବଂ ଯାଞ୍ଚ ପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରକ୍ରିୟା ସମୀକ୍ଷା କରାଯାଉଛି। ସେ କହିଛନ୍ତି ଯେ ଆମର ମିସାଇଲ ସିଷ୍ଟମର ସୁରକ୍ଷା ଏବଂ ନିରାପତ୍ତାକୁ ଆମେ ସର୍ବାଧିକ ଗୁରୁତ୍ୱ ଦେଉଛୁ। ଯଦି କୌଣସି ତ୍ରୁଟି ଦେଖାଯିବ, ତେବେ ତୁରନ୍ତ ଏହାକୁ ସଂଶୋଧନ କରାଯିବ |

ସମ୍ବନ୍ଧିତ ଖବର