୨୦୦୯ର ପରାଜୟ ଭୁଲିଗଲେଣି କି? ଶେଖର ବିଜେପିରେ ଯୋଗ ଦେବାରୁ ଏଭଳି କହି‌ଲେ ଶତ୍ରୁଘ୍ନ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଚାଲିଥିବା ବେଳେ ‘ହିରାମଣ୍ଡି’ ଅଭିନେତା ଶେଖର ସୁମନ ବିଜେପିରେ ଯୋଗ ଦେଇଛନ୍ତି। ୨୦୦୯ମସିହାରେ ବିଜେପି ପ୍ରାର୍ଥୀ ଶତ୍ରୁଘ୍ନ ସିହ୍ନାଙ୍କ ବିପକ୍ଷରେ ପାଟନା ସାହିବରୁ ​​ଶେଖର ସୁମନ କଂଗ୍ରେସ ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ହେଲେ ଶେଖରଙ୍କୁ ପରାଜୟର ସ୍ବାଦ ଚାଖିବାକୁ ପଡ଼ିଥିଲା। ପରେ ସେ ଦଳ ଛାଡ଼ିଥିବା ବେଳେ ଏବେ ସେ ବିଜେପି‌ରେ ସାମିଲ ହୋଇଛନ୍ତି। ଏହାକୁ ନେଇ ଶେଖରଙ୍କୁ ସମାଲୋଚନା କରିଛନ୍ତି ଅଭିନେତାରୁ ରାଜନେତା ହୋଇଥିବା ଶତ୍ରୁଘ୍ନ ସିହ୍ନା।

ସେ କହିଛନ୍ତି ସେ, “ତାଙ୍କର ବିଜେପିରେ ଯୋଗଦେବା ସମୟ ଅତ୍ୟନ୍ତ କୌତୁହଳପୂର୍ଣ୍ଣ। ଲୋକସଭା ନିର୍ବାଚନ ଚାଲିଥିବାବେଳେ ସେ ଏକ ରାଜନୈତିକ ଦଳରେ ଯୋଗ ଦେଇଛନ୍ତି। ମେ’ ୨୦୦୯ରେ ଲୋକସଭା ନିର୍ବାଚନ ସମୟରେ ସେ କଂଗ୍ରେସ ଟିକେଟରେ ମୋ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରି ପରାଜୟ ହୋଇଥିଲେ । ଏହାକୁ ସେ ଭୁଲି ଯାଇଛନ୍ତି କି? ମୁଁ ସେତେବେଳେ ବିଜେପିର ଏକ ଅବିଚ୍ଛେଦ୍ୟ ଅଙ୍ଗ ଥିଲି, ଯେଉଁଥିରେ ଏଲ.କେ ଆଡଭାନୀ ଏବଂ ଅଟଳ ବିହାରୀ ବାଜପେୟୀଙ୍କ ପରି ନେତା ଭାରତୀୟ ଜନତା ପାର୍ଟିର ମୁଖ୍ୟ ଥିଲେ। ବିଜେପି ଏକ ଲମ୍ବା ରାସ୍ତା ଅତିକ୍ରମ କରିଛି। ମୁଁ ଆଶା କରୁଛି ଯେ, ସେ ନିଜେ କ’ଣ କରୁଛନ୍ତି ତାହା ଭଲ ଭାବରେ ଜାଣିଛନ୍ତି । ଲୋକସଭା ନିର୍ବାଚନ ସମୟରେ ତାଙ୍କୁ ଏହି ଅନନ୍ୟ ପଦକ୍ଷେପ ନେବାକୁ ପ୍ରେରଣା କିଏ ଦେଲା ତାହା ମୁଁ ଜାଣେ ନାହିଁ। କିନ୍ତୁ ମୁଁ ତାଙ୍କୁ ଶୁଭେଚ୍ଛା ଜଣାଉଛି ।”

ସମ୍ବନ୍ଧିତ ଖବର