ଅର୍ଥନୈତିକ ସର୍ଭେ : ଆଗାମୀ ଦିନରେ ଚାକିରିରୁ ଅବସର ବୟସସୀମା ବଢିବା ସମ୍ଭାବନା ରହିଛି

ନୂଆଦିଲ୍ଲୀ : ଆଗାମୀ କିଛି ବର୍ଷରେ ଆମ ଦେଶରେ ଚାକିରିରୁ ଅବସର ନେବାର ବୟସସୀମା ଯଦି ୭୦କୁ ବଢାଇଦିଆଯାଏ, ତେବେ ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ । କାରଣ ଏପରି କିଛି ପୂର୍ବାନୁମାନ କରିଛି ଆଜି ପ୍ରକାଶିତ ହୋଇଥିବା ଅର୍ଥନୈତିକ ସର୍ଭେ ।

ଏଥିରେ କୁହାଯାଇଛି ଯେ ୨୦୩୧-୪୧ ମଧ୍ୟରେ ଭାରତର ଜନସଂଖ୍ୟା ଅଭିବୃଦ୍ଧି ହ୍ରାସ ପାଇବ । ସେହିପରି ଭାରତରେ ଲୋକମାନଙ୍କର ହାରାହାରି ଆୟୁଷ ବଢିଥିବାରୁ ଆଗାମୀ ଦିନରେ ଚାକିରିରେ ଅବସର ବୟସସୀମାକୁ ବଢାଇବା ଅବଶ୍ୟମ୍ଭାବୀ ହୋଇଯାଇଛି । ଅନ୍ୟ ବିକଶିତ ଦେଶରେ ମଧ୍ୟ ଏପରି ହୋଇଛି । ଏହାକୁ ଦୃଷ୍ଟିରେ ରଖି ସରକାର ଆଗୁଆ ପ୍ରସ୍ତୁତି କରିବା ଆବଶ୍ୟକ । ପୁଣି ଏହାକୁ ଦୃଷ୍ଟିରେ ରଖି ପେନସନ ଓ ଅନ୍ୟାନ୍ୟ ଯୋଜନା କରିବା ଆବଶ୍ୟକ ।

ଅର୍ଥନୈତିକ ସର୍ଭେରେ କୁହାଯାଇଛି ଯେ ଆଗାମୀ ଦଶକ ଗୁଡ଼ିକରେ ଭାରତର ଜନସଂଖ୍ୟା ବୃଦ୍ଧି ହାର ହ୍ରାସ ପାଇବାର ସମ୍ଭାବନା ରହିଛି । ୨୦୨୧-୩୧ ମଧ୍ୟରେ ଜନସଂଖ୍ୟା ୧% ହାରରେ ଓ ୨୦୩୧-୪୧ ମଧ୍ୟରେ ୦.୫ ପ୍ରତିଶତ ହାରରେ ବୃଦ୍ଧି ପାଇବ ।

ସମ୍ବନ୍ଧିତ ଖବର