ତାଜମହଲ ଭିତରେ ଶିବ ମନ୍ଦିର! ଅନୁସନ୍ଧାନ ପାଇଁ ୨୨ଟି କୋଠରି ଖୋଲିବାକୁ ମନାକଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ଅଧିକ ଅନୁସନ୍ଧାନ ପାଇଁ ତାଜମହଲର ୨୨ଟି କୋଠରି ଖୋଲିବାକୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରି ଆଗତ ହୋଇଥିବା ଏକ ଆବେଦନକୁ ସୁପ୍ରିମକୋର୍ଟ ଶୁକ୍ରବାର ଖାରଜ କରିଦେଇଛନ୍ତି। ଫଳରେ ତାଜମହଲ ଭିତରେ ଶିବମନ୍ଦିର ରହିଥିବା ଘଟଣା ରହସ୍ୟ ଘେରରେ ରହିଯାଇଛି।

ସୁପ୍ରିମ୍‌କୋର୍ଟର ବିଚାରପତି ଜଷ୍ଟିସ ଏମଆର ଶାହା ଏବଂ ଜଷ୍ଟିସ୍‌ ଏମଏମ ସୁନ୍ଦ୍ରେଶଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ଏହି ଆବେଦନକୁ ଏକ ଜନସ୍ୱାର୍ଥ ମାମଲା ବୋଲି ଦର୍ଶାଇ ଏହାକୁ ଖାରଜ କରିଦେଇଛନ୍ତି। ଆହ୍ଲାବାଦ ହାଇକୋର୍ଟଙ୍କ ଆଦେଶ ବିରୋଧରେ ଦାଖଲ ହୋଇଥିବା ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରି ଖଣ୍ଡପୀଠ କହିଛନ୍ତି, ହାଇକୋର୍ଟ ଏହି ଆବେଦନକୁ ଖାରଜ କରିବାରେ ତ୍ରୁଟି କରି ନଥିଲେ, ଯାହା କି ଏକ ଅଧିକ ପ୍ରଚାର ସର୍ବସ୍ୱ ମାମଲା ଥିଲା। ଭାରତୀୟ ଜନତା ପାର୍ଟି (ବିଜେପି)ର ଅଯୋଧ୍ୟା ୟୁନିଟ୍‌ ଗଣମାଧ୍ୟମ ଦାୟିତ୍ୱରେ ଥିବା ବୋଲି ଦାବି କରୁଥିବା ରଜନୀଶ ସିଂ ଏହି ଆବେଦନ କରିଥିଲେ ଏବଂ ମୋଗଲ ସମ୍ରାଟ ଶାହାଜାହାନଙ୍କ ନିର୍ଦ୍ଦେଶରେ ତାଜମହଲ ଭିତରେ ଲୁଚି ରହିଥିବା ମୂର୍ତ୍ତି ଏବଂ ଶିଳାଲେଖ ପରି ଗୁରୁତ୍ୱପୂର୍ଣ୍ଣ ଐତିହାସିକ ପ୍ରମାଣ ଖୋଜିବାକୁ ସରକାରଙ୍କୁ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ କହଥିଲେ।

ଗତ ମେ ୧୨ରେ, ହାଇକୋର୍ଟ ତାଙ୍କ ଆବେଦନକୁ ଖାରଜ କରିଦେଇଥିଲେ। ଆବେଦନକାରୀ ହାଇକୋର୍ଟରେ ଦାବି କରିଥିଲେ ଯେ ଅନେକ ହିନ୍ଦୁ ଦକ୍ଷିଣପନ୍ଥୀ ସଂଗଠନ ପୂର୍ବରୁ ଦାବି କରିଥିଲେ ଯେ ମୋଗଲ ଯୁଗର ସମାଧି ତାଜମହଲ ହେଉଛି ଏକ ଶିବ ମନ୍ଦିର ଯାହା ‘ତେଜୋ ମହାଳୟା’ ଭାବରେ ଜଣାଶୁଣା, ଏକ ସିଦ୍ଧାନ୍ତ ଏବଂ ଯାହା ଅନେକ ଐତିହାସିକଙ୍କ ଦ୍ୱାରା ମଧ୍ୟ ସମର୍ଥିତ ବୋଲି ସେ ଦାବି କରିଥିଲେ। ତାଜମହଲର ଚାରି ମହଲା କୋଠାର ଉପର ଏବଂ ତଳ ଭାଗରେ ସ୍ଥାୟୀ ଭାବରେ ୨୨ଟି କୋଠରି ବନ୍ଦ ଅଛି ଏବଂ ଅନେକ ହିନ୍ଦୁ ଉପାସକଙ୍କ ପରି ଐତିହାସିକମାନେ ବିଶ୍ୱାସ କରନ୍ତି ଯେ ସେହି କୋଠରିଗୁଡ଼ିକରେ ଏକ ଶିବ ମନ୍ଦିର ଅଛି।

ସମ୍ବନ୍ଧିତ ଖବର