ସାରାଙ୍କୁ ଡେଟ କରୁଥିବା ଚର୍ଚ୍ଚାକୁ ନେଇ ଚାଟ୍ ସୋ’ରେ ଏଭଳି ଉତ୍ତର ରଖିଲେ ଶୁଭମନ

ନୂଆଦିଲ୍ଲୀ: ବର୍ଷ ବର୍ଷ ଧରି କ୍ରିକେଟ୍ ଏବଂ ବଲିଉଡ ମଧ୍ୟରେ ସମ୍ପର୍କ ସ୍ୱତନ୍ତ୍ର ରହିଛି। ପ୍ରାୟତଃ ଦେଖାଯାଇଛି ଯେ କ୍ରିକେଟ୍ ଜଗତର ତାରକାମାନେ ବଲିଉଡ ଅଭିନେତ୍ରୀମାନଙ୍କ ସହ ବନ୍ଧୁତା କରନ୍ତି ଏବଂ ପରେ ସେମାନଙ୍କ ସମ୍ପର୍କ ବିବାହର ରୂପ ନିଏ। ବଲିଉଡ ଅଭିନେତ୍ରୀ ଶର୍ମିଲା ଟାଗୋର ଏବଂ କ୍ରିକେଟର ମନସୁର ଅଲି ଖାନ ପଟୌଦି ଏହାର ଏକ ବଡ଼ ଉଦାହରଣ ଥିବାବେଳେ ବର୍ତ୍ତମାନ ତାଙ୍କ ନାତୁଣୀ ସାରା ଅଲି ଖାନଙ୍କ ନାମ ମଧ୍ୟ ଜଣେ କ୍ରିକେଟରଙ୍କ ସହ ଯୋଡି ହୋଇଛି। ଖବର ଅନୁଯାୟୀ, ସାରା ଅଲି ଖାନ ଏବଂ କ୍ରିକେଟର ଶୁଭମନ ଗିଲ ପରସ୍ପରକୁ ଡେଟ କରୁଛନ୍ତି। ପୂର୍ବରୁ ଦୁହିଁଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଏବେ ଶୁଭମନ କଥା କଥାରେ ସାରାଙ୍କ ସହ ପ୍ରେମ ସମ୍ପର୍କରେ ଥିବା ସ୍ବୀକାର କରିଛନ୍ତି।

ଏକ ଚାଟ୍ ସୋ’ ସମୟରେ ସେ କେବଳ ସାରା ଅଲି ଖାନଙ୍କ ପ୍ରଶଂସା କରିନାହାଁନ୍ତି ବରଂ ଡେଟିଂକୁ ନେଇ ହେଉଥିବା ଚର୍ଚ୍ଚା ଉପରେ ପ୍ରତିକ୍ରିୟା ରଖିଛନ୍ତି।ନିକଟରେ ଏକ ବିମାନରେ ସାରା ଅଲି ଖାନ ଏବଂ ଶୁଭମନ ଗିଲଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ପୂର୍ବରୁ ଉଭୟ ଏକ ରେସ୍ତୋରାଁରେ ଏକାଠି ନଜର ଆସିଥିଲେ। ଏନେଇ ଚାଟ୍ ସୋ’ ଦିଲ୍ ଦିୟାନ୍ ଗଲାଁରେ ସେ ସାରା ଅଲି ଖାନଙ୍କୁ ଡେଟ କରୁଛନ୍ତି କି? ବୋଲି ପ୍ରଶ୍ନ କରାଯାଇଥିଲା। ଏହାର ଉତ୍ତରରେ ଶୁଭମନ କହିଥିଲେ, ବୋଧହୁଏ।

ଏହି ସୋ’ରେ ଶୁଭମନଙ୍କୁ ମଧ୍ୟ ପଚରାଯାଇଥିଲା ଯେ ତାଙ୍କ ଅନୁଯାୟୀ ବଲିଉଡର ସବୁଠାରୁ ଫିଟ୍ ଅଭିନେତ୍ରୀ କିଏ? ଏହାର ଉତ୍ତରରେ ଶୁଭମନ କହିଥିଲେ ସାରା। ଶୁଭମାନଙ୍କ ଏହି ଉତ୍ତର ପରେ, ଉଭୟଙ୍କ ମଧ୍ୟରେ କିଛି ଅଛି ବୋଲି ଆଲୋଚନା ତୀବ୍ର ହୋଇଛି।

ସମ୍ବନ୍ଧିତ ଖବର