ସମାଜସେବୀ ହେବାକୁ ଚାହୁଁଛି ମହାଠକ ସୁକେଶ ଚନ୍ଦ୍ରଶେଖର, କଏଦୀଙ୍କ କଲ୍ୟାଣ ପାଇଁ ୫ କୋଟି ଟଙ୍କା ଦେବାକୁ ଲେଖିଲା ଚିଠି

ନୂଆଦିଲ୍ଲୀ: ଠକେଇ ମାମଲାରେ ଜେଲରେ ଥିବା ମହାଠକ ସୁକେଶ ଚନ୍ଦ୍ରଶେଖର ଆଜି ଜେଲ ମହାନିର୍ଦ୍ଦେଶକଙ୍କୁ ଏକ ଚିଠି ଲେଖିଛି | ଏଥିରେ ସେ କଏଦୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କ ପାଇଁ ୫ କୋଟି ଟଙ୍କା ଦେବାକୁ ଆଗ୍ରହ ପ୍ରକାଶ କରିଛି | ବାସ୍ତବରେ ଠକ ଏବେ ଦାନବୀର ହେବାକୁ ଚାହୁଁଛି | ନିଜ ଜନ୍ମଦିନ ଅବସରରେ ସେ ୫ କୋଟି ୧୧ ଲକ୍ଷ ଟଙ୍କା ଦାନ କରିବାକୁ ଚାହୁଁଛନ୍ତି ବୋଲି ଚିଠିରେ ଉଲ୍ଲେଖ କରିଛି | ଏହି ଚିଠିରେ ସୁକେଶ ଲେଖିଛି,ଯେ ‘ମୁଁ ଜେଲରେ ଥିବା ସେହି କଏଦୀମାନଙ୍କୁ ସାହାଯ୍ୟ କରିବାକୁ ଚାହୁଁଛି, ଯେଉଁମାନେ ଜାମିନ ପାଇବା ସତ୍ତ୍ୱେ ଜାମିନ ବଣ୍ଡ ପୈଠ କରିପାରୁନଥିବାରୁ ମୁକୁଳି ପାରୁନାହାଁନ୍ତି। ଜେଲରେ ଏପରି ଅନେକ କଏଦୀ ଅଛନ୍ତି ଯେଉଁମାନେ ନିଜ ପରିବାର, ପିଲା ଏବଂ ସେମାନଙ୍କ ପାଠପଢା ଖର୍ଚ୍ଚ ବହନ କରିବାକୁ ଅସମର୍ଥ | ମୁଁ ଏପରି କଏଦୀମାନଙ୍କ ପାଇଁ ୫ କୋଟି ୧୧ ଲକ୍ଷ ଟଙ୍କା ଦାନ କରିବାକୁ ଚାହୁଁଛି। ସୁକେଶ ଚନ୍ଦ୍ରଶେଖର କହିଛି ଯେ ସେ ଏହି ଅର୍ଥକୁ ସଠିକ୍ ଉପାୟରେ ଅର୍ଜନ କରିଥିବାବେଳେ ବର୍ତ୍ତମାନ ସେ ତାଙ୍କ ଜନ୍ମଦିନ ଅବସରରେ ଏହାକୁ ଦାନ କରିବାକୁ ଚାହୁଁଛନ୍ତି।

ସେହିପରି ଦିଲ୍ଲୀର ଉପରାଜ୍ୟପାଳ ବିନୟ କୁମାର ସକ୍ସେନାଙ୍କୁ ଲେଖାଯାଇଥିବା ଏହି ଚିଠିରେ ସୁକେଶ କହିଛି ଯେ ସେ ୨୦୧୭ ମସିହାରୁ ଜେଲରେ ଥିବାବେଳେ ଏହି ସମୟ ମଧ୍ୟରେ ସେ ବ୍ୟକ୍ତିଗତ ଭାବେ ୪୦୦ରୁ ଅଧିକ କଏଦୀଙ୍କୁ ଜାମିନ ବଣ୍ଡ ଅର୍ଥରାଶି ଦେବା ସହ ସେମାନଙ୍କ ପରିବାରର ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବାରେ ସାହାଯ୍ୟ କରିଛନ୍ତି। କେବଳ ଏତିକି ନୁହେଁ, ଠକ ଜଣକ ଦାବି କରିଛି ଯେ ସେ ଏବଂ ତାଙ୍କ ପରିବାର ଗରିବ ଲୋକଙ୍କୁ ଖାଦ୍ୟ ଖୁଆଇବା ଏବଂ ଗରିବ କର୍କଟ ରୋଗୀଙ୍କୁ ସାହାଯ୍ୟ କରିବାରେ ନିୟୋଜିତ ଅଛନ୍ତି। ଯଦି ତାଙ୍କ ଜନ୍ମଦିନ (ମାର୍ଚ୍ଚ ୨୫) ଅବସରରେ ଏହି ଦାନ ଗ୍ରହଣ କରାଯାଏ, ତେବେ ସେ ବହୁତ ଖୁସି ହେବେ |

ସମ୍ବନ୍ଧିତ ଖବର